Posted inଜାତୀୟ

ବିବାଦ ସମାଧାନର ବିକଳ୍ପ ବାଛ

ନୂଆଦିଲ୍ଲୀ, ୫।୧୨(ଆଇଏଏନ୍‌ଏସ୍‌): ବିବାଦ ସମାଧାନ ଲାଗି କୋର୍ଟ କଚେରି ନ ଧାଇଁ ମଧ୍ୟସ୍ଥତା, ବୁଝାମଣା ଭଳି ବିକଳ୍ପ ବ୍ୟବସ୍ଥା ବାଛିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଶନିବାର ବ୍ୟବସାୟିକ ସମୁଦାୟଙ୍କୁ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦର ଇଣ୍ଟରନ୍ୟାଶନାଲ ଅର୍ବିଟ୍ରେଶନ ଆଣ୍ଡ ମେଡିଏଶନ ସେଣ୍ଟରଠାରେ ଏକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜଷ୍ଟିସ୍‌ ରମନା କହିଥିଲେ, ବ୍ୟବସାୟରେ ବିବାଦ ରହିବ। ଏହାକୁ ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। ସେଥିରେ ସମାଧାନ ସମ୍ଭବ ନ ହେଲେ ମଧ୍ୟସ୍ଥଙ୍କ ସହାୟତା ନେବା ଉଚିତ। ସେଥିରେ ସମାଧାନର ସୂତ୍ର ନ ବାହାରିପାରିଲେ ଶେଷ ବିକଳ୍ପ ଭାବେ କୋର୍ଟକୁ ଯିବା ଲାଗି ଚିନ୍ତା କରିବାକୁ ସିଜେଆଇ ପରାମର୍ଶ ଦେଇଛନ୍ତି। ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା ପରିବାର ସଦସ୍ୟଙ୍କ ମଧ୍ୟରେ ହେଉ, ବ୍ୟବସାୟରେ କିମ୍ବା ପେସାଗତ ଜୀବନରେ ଘଟିଥାଏ। ଦ୍ୱନ୍ଦ୍ୱ ବିହୀନ ବିଶ୍ୱର ପରିକଳ୍ପନା କରାଯାଇ ନ ପାରେ। ବିବାଦର ମଧ୍ୟ ଏକ ମାନବୀୟ ଦିଗ ରହିଛି, ଯାହାକି ଏହାକୁ ସମାଧାନ କରିବାରେ ସହାୟକ ହୋଇଥାଏ। ବିବାଦର ଊର୍ଦ୍ଧ୍ୱକୁ ଯାଇ ଦେଖିବା ପାଇଁ ଦୂରଦୃଷ୍ଟି ଜରୁରୀ। ବିବାଦ ସମାଧାନ ପଛର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ହେଲା ମନୋବୃତ୍ତି। ଏଥିପାଇଁ ଅହଂଭାବ, ଆବେଗ, ଅଧୈର୍ଯ୍ୟତା ଏବଂ ଆଗ୍ରହକୁ ଆଂଶିକ ତ୍ୟାଗ କରିବାକୁ ପଡ଼ିଥାଏ। ତେବେ ବିବାଦ ଥରେ ଅଦାଲତରେ ପହଞ୍ଚତ୍ୟିବା ପରେ ସେଗୁଡ଼ିକୁ ହରାଇବାକୁ ହୋଇଥାଏ ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପେଣ୍ଡାଲରେ ଡ୍ୟାନ୍ସ କରି ଚର୍ଚ୍ଚାରେ ମହିଳା ଏମ୍‌ପି

କୋଲକତା,୨୬।୧୦: କରୋନା ସମୟରେ ସାରା ଦେଶରେ ସତର୍କତାର ସହିତ ଦୁର୍ଗା ପୂଜା ପାଳନ କରାଯାଉଛି। ଏଥି ସହ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ...

ଯନ୍ତର-ମନ୍ତରରେ କୃଷକଙ୍କ ‘ସଂସଦ’

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କରାଯାଉଥିବା ଆନ୍ଦୋଳନର ନୂଆ ରୂପ ଗୁରୁବାର ଦେଖିବାକୁ ମିଳିି । ରାଜଧାନୀ ଦିଲ୍ଲୀର ଯନ୍ତର-ମନ୍ତରରେ କୃଷି...

ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୫: ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ କରୋନା ସଂକ୍ରମଣ ସଖ୍ୟା ହଜାରେରୁ ଅଧିକ...

ଉଚ୍ଛେଦକୁ ବିରୋଧ କରି ଜେଲ୍‌ ଯିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। ଏହା ସ୍ବାଧୀନ ଭାରତରେ ଭାଜପାର ଏକ ବଡ଼ ତାଣ୍ଡବ...

ପରୀକ୍ଷା ପେ ଚର୍ଚ୍ଚା: ୧୦୦୦ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୪: ବୋର୍ଡ ପରୀକ୍ଷା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେବେ...

ଆଜି ଶପଥ ନେବେ ୩ ରାଜ୍ୟ ସଭା ଏମ୍‌ପି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୭(ବ୍ୟୁରୋ): ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ। ସସ୍ମିତ ପାତ୍ର, ମାନସ ରଞ୍ଜନ...

ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ

ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ...

ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ଭାଜପା, ଏଏପିକୁ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ,୧୩।୧: ରାଜଧାନୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି। ଏହାପରେ ଶାସନ...

Advertisement
Archives

Model This Week