ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ

ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍‌ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏଥିସହିତ ନୂଆ ଷ୍ଟ୍ରେନ୍‌କୁ ନିୟନ୍ତ୍ରଣ କରିବା ଲାଗି ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରାଯିବାକୁ କମିଟି ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଏହାର ରିପୋର୍ଟ ଦାଖଲ କରିବା ସହ ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛି। ମହାମାରୀର ଦ୍ୱିତୀୟ ଲହର ବେଳେ ଅଧିକ ଜୀବନ ଯାଇଥିବାରୁ ସଂକ୍ରମଣ କମାଇବାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ଯଥେଷ୍ଟ ନ ଥିଲା ବୋଲି କମିଟି କହିଛି। ଏଥିସହିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଢ଼ାଇବା, ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ଶଯ୍ୟାର ବ୍ୟବସ୍ଥା କରିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ଏବଂ ଜରୁରୀ ଔଷଧ ଯୋଗାଣ ଉପରେ କମିଟି ଜୋର୍‌ ଦେଇଛି। ତୃତୀୟ ଲହର ଆଶଙ୍କା ଦେଖାଦେଇଥିବାରୁ ଜନସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଜରୁରୀ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ବଢ଼ାଇବା, ରାଜ୍ୟର ଭିଆର୍‌ଡିଏଲ୍‌ (ଭୂତାଣୁ ଗବେଷଣା ଓ ନିଦାନ ଲାବରେଟୋରି) ଏବଂ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ସମନ୍ବୟ ରଖିବାକୁ କମିଟି ସୁପାରିସ କରିଛି।

ଡବଲ ଡୋଜ୍‌ ନେଇ ବି ଓମିକ୍ରନ୍‌ରେ ସଂକ୍ରମିତ

ବ୍ରିଟେନରେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୂର୍ବରୁ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିଲେ। ବ୍ରିଟେନ୍‌ରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୩୪ରେ ପହଞ୍ଚତ୍ଥିତ୍ବା ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନ ଥିବାରୁ କିଛି ପରିମାଣରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ସତର୍କ କରାଯାଇଛି। ଗୋଟିଏ ଦିନରେ ସ୍କଟ୍‌ଲାଣ୍ଡରେ ୧୬ ମାମଲା ଚିହ୍ନଟ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଅଧିକ ଶିଶୁଙ୍କୁ କରୋନା

ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍‌ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ କୋଭିଡ୍‌ରେ ପିଲାମାନେ ଏତେ ସଂଖ୍ୟାରେ ସଂକ୍ରମିତ ହେଉ ନ ଥିଲେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେଉ ନ ଥିଲେ। ତୃତୀୟ ଲହରରେ ଶିଶୁ, କିଶୋର ଏବଂ ଗର୍ଭବତୀ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖାଯାଇଛି ବୋଲି ଜାତୀୟ ସଂକ୍ରାମକ ରୋଗ ସଂସ୍ଥାନର ଡ. ଓ୍ବାସିଲା ଜସାଟ କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରାଯାଉଥିବା ଏନ୍‌ଆଇସିଡିର ଡାକ୍ତର ମିଚେଲେ ଗ୍ରୁମ୍‌ କହିଛନ୍ତି।

୩୩% ପିନ୍ଧୁନାହାନ୍ତି ମାସ୍କ

ଡିଜିଟାଲ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରତି ୩ ଭାରତୀୟଙ୍କ ମଧ୍ୟରେ ଜଣେ (୩୩%) ଘରୁ ବାହାରକୁ ବାହାରିବାବେଳେ ମାସ୍କ ପିନ୍ଧୁନାହାନ୍ତି। ଗତ ଏପ୍ରିଲରେ ୩୬୪ ଜିଲାର ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ୨୯% ମାସ୍କ ପିନ୍ଧିବାକୁ ଅତ୍ୟାବଶ୍ୟକ ବୋଲି ଦର୍ଶାଇଥିଲେ। ସେପ୍ଟେମ୍ବରରେ ଏହି ହାର ୧୨%କୁ ଖସିଆସିଥିଲା। ନଭେମ୍ବରେ ତାହା ମାତ୍ର ୨% ରହିଛି। ଲୋକାଲ ସର୍କଲ୍ସର ପ୍ରତିଷ୍ଠାତା ସଚିନ ଟାପାରିଆ କହିଛନ୍ତି, ମାସ୍କ ପିନ୍ଧିବା ସହ କୋଭିଡ୍‌ ସଂକ୍ରମଣକୁ ରୋକିବାକୁ ସତର୍କତା ସମୟର ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ସରକାରଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?