ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ

ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍‌ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏଥିସହିତ ନୂଆ ଷ୍ଟ୍ରେନ୍‌କୁ ନିୟନ୍ତ୍ରଣ କରିବା ଲାଗି ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରାଯିବାକୁ କମିଟି ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଏହାର ରିପୋର୍ଟ ଦାଖଲ କରିବା ସହ ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛି। ମହାମାରୀର ଦ୍ୱିତୀୟ ଲହର ବେଳେ ଅଧିକ ଜୀବନ ଯାଇଥିବାରୁ ସଂକ୍ରମଣ କମାଇବାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ଯଥେଷ୍ଟ ନ ଥିଲା ବୋଲି କମିଟି କହିଛି। ଏଥିସହିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଢ଼ାଇବା, ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ଶଯ୍ୟାର ବ୍ୟବସ୍ଥା କରିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ଏବଂ ଜରୁରୀ ଔଷଧ ଯୋଗାଣ ଉପରେ କମିଟି ଜୋର୍‌ ଦେଇଛି। ତୃତୀୟ ଲହର ଆଶଙ୍କା ଦେଖାଦେଇଥିବାରୁ ଜନସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଜରୁରୀ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ବଢ଼ାଇବା, ରାଜ୍ୟର ଭିଆର୍‌ଡିଏଲ୍‌ (ଭୂତାଣୁ ଗବେଷଣା ଓ ନିଦାନ ଲାବରେଟୋରି) ଏବଂ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ସମନ୍ବୟ ରଖିବାକୁ କମିଟି ସୁପାରିସ କରିଛି।

ଡବଲ ଡୋଜ୍‌ ନେଇ ବି ଓମିକ୍ରନ୍‌ରେ ସଂକ୍ରମିତ

ବ୍ରିଟେନରେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୂର୍ବରୁ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିଲେ। ବ୍ରିଟେନ୍‌ରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୩୪ରେ ପହଞ୍ଚତ୍ଥିତ୍ବା ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନ ଥିବାରୁ କିଛି ପରିମାଣରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ସତର୍କ କରାଯାଇଛି। ଗୋଟିଏ ଦିନରେ ସ୍କଟ୍‌ଲାଣ୍ଡରେ ୧୬ ମାମଲା ଚିହ୍ନଟ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଅଧିକ ଶିଶୁଙ୍କୁ କରୋନା

ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍‌ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ କୋଭିଡ୍‌ରେ ପିଲାମାନେ ଏତେ ସଂଖ୍ୟାରେ ସଂକ୍ରମିତ ହେଉ ନ ଥିଲେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେଉ ନ ଥିଲେ। ତୃତୀୟ ଲହରରେ ଶିଶୁ, କିଶୋର ଏବଂ ଗର୍ଭବତୀ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖାଯାଇଛି ବୋଲି ଜାତୀୟ ସଂକ୍ରାମକ ରୋଗ ସଂସ୍ଥାନର ଡ. ଓ୍ବାସିଲା ଜସାଟ କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରାଯାଉଥିବା ଏନ୍‌ଆଇସିଡିର ଡାକ୍ତର ମିଚେଲେ ଗ୍ରୁମ୍‌ କହିଛନ୍ତି।

୩୩% ପିନ୍ଧୁନାହାନ୍ତି ମାସ୍କ

ଡିଜିଟାଲ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରତି ୩ ଭାରତୀୟଙ୍କ ମଧ୍ୟରେ ଜଣେ (୩୩%) ଘରୁ ବାହାରକୁ ବାହାରିବାବେଳେ ମାସ୍କ ପିନ୍ଧୁନାହାନ୍ତି। ଗତ ଏପ୍ରିଲରେ ୩୬୪ ଜିଲାର ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ୨୯% ମାସ୍କ ପିନ୍ଧିବାକୁ ଅତ୍ୟାବଶ୍ୟକ ବୋଲି ଦର୍ଶାଇଥିଲେ। ସେପ୍ଟେମ୍ବରରେ ଏହି ହାର ୧୨%କୁ ଖସିଆସିଥିଲା। ନଭେମ୍ବରେ ତାହା ମାତ୍ର ୨% ରହିଛି। ଲୋକାଲ ସର୍କଲ୍ସର ପ୍ରତିଷ୍ଠାତା ସଚିନ ଟାପାରିଆ କହିଛନ୍ତି, ମାସ୍କ ପିନ୍ଧିବା ସହ କୋଭିଡ୍‌ ସଂକ୍ରମଣକୁ ରୋକିବାକୁ ସତର୍କତା ସମୟର ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ସରକାରଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ତଥ୍ୟ ଭେଳିକି, ଭୟରେ ଜନତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଉଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ...

ବୁଡିଗଲେ ୬ ଛାତ୍ର

ଧାରାପୁରମ(ତାମିଲନାଡୁ),୧୮।୧: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ।...

ବିଗୁଡୁଛି ଉନ୍ନାଓ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୬।୮: ଉନ୍ନାଓ ବଳାତ୍କାର ପୀଡିତା ଏବେ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା...

ପିଲାଙ୍କ ପାଇଁ ଫାଇଜର ୯୦.୭% ଫଳପ୍ରଦ

ଓ୍ବାଶିଂଟନ୍‌, ୨୪ା୧୦: ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦.୭ ପ୍ରତିଶତ ପ୍ରଭାବଶାଳୀ ବୋଲି ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ ଦାବି...

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

ସ୍ୱାମୀ ବିବେକାନନ୍ଦଙ୍କ ବିଚାରର ଆଜିବି ରହିଛି ପ୍ରାସଙ୍ଗିକତା: ଶାହା

କୋଲକାତା,୧୯ ।୧୨: ପଶ୍ଚିମବଙ୍ଗରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସେଠାରେ ରାଜନୀତି ହେଲାଣି ସରଗରମ ।...

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ...

ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ...

Advertisement
Archives

Model This Week