ନିଷିଦ୍ଧ ସତ୍ତ୍ୱେ ମିଳୁଛି କ୍ଲୋରପାଇରିଫସ୍‌ କୀଟନାଶକ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ବରଗଡ଼ ବନଖଣ୍ଡ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଗତ ୧୫ଦିନ ତଳେ ବହୁ ମାଛ ମରି ଭାସିଥିଲେ। ଏହା ଜଣାପଡ଼ିବା ପରେ ଏହାର ନମୁନା ପରୀକ୍ଷା ଓୟୁଏଟିରେ ହୋଇଥିଲା। ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁ ମାଛଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଏବେ ବନ ବିଭାଗର ଚିନ୍ତା ବଢ଼ିଯାଇଛି। କ୍ଲୋରପାଇରିଫସ୍‌ ନାମକ କୀଟନାଶକ ବିଷ ଥିବା ରିପୋର୍ଟରୁ ଜଣାପଡ଼ିଛି। ସେହି ପୋଖରୀରୁ ପାଣି ଆଉ ବ୍ୟବହାର ହୋଇପାରିବନି ବୋଲି ଟକ୍ସିକୋଲୋଜି ବିଶେଷଜ୍ଞମାନେ ମତ ଦେଲେଣି। ଉକ୍ତ ପୋଖରୀ ଜଙ୍ଗଲ ଭିତରେ ଥିବାରୁ ଶିକାରୀମାନେ ହିଁ ବନ୍ୟପ୍ରାଣୀ ଶିକାର ପାଇଁ ଏଭଳି ଆପରାଧିକ କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ପୋଖରୀ ପାଣି ପିଇ ବନ୍ୟପ୍ରାଣୀ ବା ଗୃହପାଳିତ ପଶୁ ମରିବା ଆଶଙ୍କା ଦେଖାଦେଇଛି। ଏନେଇ ବରଗଡ଼ ଡିଏଫ୍‌ଓ ସନ୍ଦୀପ ପ୍ରାଟି ଗଣମାଧ୍ୟମକୁ କହିଛନ୍ତି, ଆମେ ସନ୍ଦେହରେ ମଲାମାଛ ଓ ପାଣି ନମୁନା ଓୟୁଏଟିକୁ ପଠେଇଥିଲୁ। ଉକ୍ତ ନମୁନାରେ କ୍ଲୋରପାଇରିଫସ ପଜିଟିଭ୍‌ ଆସିବା ପରେ ସେହି ପୋଖରୀକୁ ଯେପରି କୌଣସି ପ୍ରାଣୀ ପାଣି ପିଇବା ପାଇଁ ଯାଇ ନ ପାରିବେ, ସେଥିପାଇଁ ରୋଟେସନ ବା ସମୟ ଅନ୍ତରରେ ଜଣେ କର୍ମଚାରୀ ସବୁବେଳେ ମୁତୟନ ରହିବେ। ତେବେ ବିଷ କିଏ ପକେଇଛି ତାହା ତଦନ୍ତ ଚାଲିଛି। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନିଆଯିବ ବୋଲି ଡିଏଫ୍‌ଓ ସନ୍ଦୀପ କହିଛନ୍ତି।
ଏହି କ୍ଲୋରପାଇରିଫସ ବିଷର କୁପ୍ରଭାବ ଅଧିକ ବୋଲି ଓୟୁଏଟି ଭେଟେରିନାରୀ କଲେଜର ଫାର୍ମାକୋଲୋଜି ଓ ଟକ୍ସିକୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଅଜିତ କୁମାର ନାୟକ କହିଛନ୍ତି। ତାଙ୍କ କହିବାନୁସାରେ, କ୍ଲୋରପାଇରିଫସ ସଂସ୍ପର୍ଶରେ ଆସିଲେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଅଧିକ ବିଷକ୍ରିୟା ହେଲେ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଥିବାବେଳେ କମ୍‌ ବିଷକ୍ରିୟାରେ ଅନେକ ପ୍ରକାର ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଦୁଃଖର ବିଷୟ ଯେ, ଆମେରିକାରେ ଏହି କ୍ଲୋରପାଇରିଫସ ୨୦୦୧ରୁ ନିଷିଦ୍ଧ ଘୋଷଣା ହୋଇଥିବାବେଳେ ଭାରତରେ ୨୦୨୦ ମସିହା ମେ’ ମାସରୁ ବ୍ୟାନ୍‌ କରାଯାଇଛି। ତେଣୁ ନମୁନାରୁ କ୍ଲୋରପାଇରିଫସ ମିଳିବା ଅତ୍ୟନ୍ତ ବିପଜ୍ଜନକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ନାୟକ କହିଛନ୍ତି।
କେନ୍ଦ୍ର ସରକାର ୨୦୨୦ ମେ’ ୧୪ରେ ବିଧିବଦ୍ଧ ଭାବରେ ଗେଜେଟ ନୋଟିଫିକେଶନ ଜରିଆରେ ଅତ୍ୟଧିକ କୁପ୍ରଭାବ ଥିବା ମୋଟ ୨୭ କୀଟନାଶକର ବ୍ୟବହାର, ଆମଦାନୀ, ପ୍ରସ୍ତୁତି ଆଦିକୁ ଦେଶରେ ନିଷିଦ୍ଧ କରିଥିଲେ। ଏହି ତାଲିକାର ୮ନମ୍ବର ସ୍ଥାନରେ କ୍ଲୋରପାଇରିଫସ ରହିଛି। ହେଲେ ନିଷିଦ୍ଧ ଘୋଷଣାର ଏତେ ଦିନ ପରେ ରାଜ୍ୟରେ ଶିକାର ପାଇଁ କ୍ଲୋରପାଇରିଫସ ବ୍ୟବହାର କରାଯିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି କୀଟନାଶକ ଏବେ ବି ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଜଣାପଡ଼ିଛି।
ଅପରପକ୍ଷରେ ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅତି ଗମ୍ଭୀରତାର ସହ ଦେଖୁଛନ୍ତି। ଆଗରୁ ମଧ୍ୟ ପାଣିରେ ବିଷ ମିଶେଇ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଉଥିଲା। କିନ୍ତୁ ଘଟଣାକୁ ଚାପି ଦିଆଯାଉଥିଲା। ହେଲେ ବରଗଡ଼ ଡିଏଫ୍‌ଓ ନମୁନା ପରୀକ୍ଷା ପାଇଁ ପଠେଇବା ପରେ କ୍ଲୋରପାଇରିଫସ ରାଜ୍ୟରେ ଏବେବି ବିକ୍ରି ହେଉଥିବାର ପ୍ରମାଣ ମିଳିଛି। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କ୍ଲୋରପାଇରିଫସ ଭାରତରେ ବ୍ୟାନ୍‌ କରାଯାଇଥିଲେ ମଧ୍ୟ ଆମ ରାଜ୍ୟରେ ଏହା ବହୁଳ ବ୍ୟବହାର ହେଉଛି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଟ୍ରେଡ୍‌ ନାଁ ରେ ବିଭିନ୍ନ କମ୍ପାନୀର କ୍ଲୋରପାଇରିଫସ ଖୋଲାଖୋଲି ବିକ୍ରି ହେଉଛି। କୃଷି ବିଭାଗ ଅଧିକାରୀମାନେ ପୋଲିସର ସହଯୋଗ ନେଇ ସମ୍ପୃକ୍ତ ଦୋକାନରେ ଚଢ଼ାଉ କରି ନିଷିଦ୍ଧ କୀଟନାଶକ ସବୁ ତୁରନ୍ତ ଜବତ କରିବା ଆବଶ୍ୟକ। ଏନେଇ ଦୋକାନୀଙ୍କୁ ସଚେତନ କରିବା ସହ ଚାଷୀଙ୍କୁ ନିଷିଦ୍ଧ କୀଟନାଶକର କୁପ୍ରଭାବ ବିଷୟରେ ବୁଝେଇବା ନିହାତି ଜରୁରୀ। ଅପରପକ୍ଷରେ ଯେଉଁ କମ୍ପାନୀମାନେ କେନ୍ଦ୍ର କଟକଣା ଜାରି କରିବା ପରେ ମଧ୍ୟ ଓଡ଼ିଶାରେ ନିଜର ଉତ୍ପାଦ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri