Posted inଜାତୀୟ

ଚିନି କମ୍‌: ଚାଇନା ଉପରେ ଚତୁର୍ଥ ଡିଜିଟାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୧୪ା୨: ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚାଇନିଜ ଆପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪ଟି ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ପୁଣି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ବିକାଶ ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଯେ ଭାରତୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଛି। ୫୪ ନିଷିଦ୍ଧ ଆପ ତାଲିକାରେ ଥିବା ଅଧିକାଂଶ ଆପ ଚାଇନାର ଜଏଣ୍ଟସ- ଟେନ୍ସେଣ୍ଟ, ଆଲିବାବା ଏବଂ ନେଟ ଏଜ ସହିତ ଜଡିତ ରହିଛି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଆପ ୨୦୨୦ରେ ନିଷିଦ୍ଧ ହୋଇଥିବା ଆପଗୁଡିକର ରିବ୍ରାଣ୍ଡେଡ ଅବା ରିକ୍ରିଷ୍ଟେଡ୍‌ ଭର୍ସନ ଥିଲା।

୨୯ ଜୁନ ୨୦୨୦ରେ ପ୍ରଥମ ଡିଜିଟାଲ ଷ୍ଟ୍ରାଇକ କରି ଭାରତ ସରକାର ଟିକଟକ, ଶେୟାର୍‌ଇଟ୍‌, ୱି ଚାଟ୍‌, ହେଲୋ, ଲାଇକ, ୟୁସି ନ୍ୟୁଜ, ବିଗୋ ଲାଇଭ, ୟୁସି ବ୍ରାଉଜର୍‌, ଇଏସ ଫାଇଲ, ଏକ୍ସପ୍ଲୋରର, ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ଆପ୍ଲିକେସନ ସହିତ ପ୍ରଥମ ରାଉଣ୍ଡରେ ପ୍ରାୟ ୫୯ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ଯଥାକ୍ରମେ ୪୭, ୧୧୮ ଏବଂ ୪୩ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯-ଏ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ।


ସୋମବାର ବିୟୁଟି କ୍ୟାମେରା, ସୁଇଟ୍‌ ସେଲଫି ଏଚଡି, ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଇକ୍ୱାଲାଇଜର୍‌ ଏବଂ ବ୍ୟାସ ବୁଷ୍ଟର୍‌, ସେଲ୍ସଫୋର୍ସ ଏଣ୍ଟ ପାଇଁ କ୍ୟାମକାର୍ଡ, ଆଇସୋଲାଣ୍ଡ ୨: ଆସେସ୍‌ ଅଫ ଟାଇମ ଲାଇଟ, ଭିଭା ଭିଡିଓ ଏଡିଟର୍‌, ଟେନ୍ସେଣ୍ଟ କ୍ସ୍ରାଇଭର, ଅନ୍ମିଓଜି ଚେସ, ଅନମୋଜି ଆରେନା, ଆପଲକ, ଡୁଆଲ ସ୍ପେସ ଲାଇଟ ଆପ୍ସ ଆଦି ଆପ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ପତାକା ଦାବି

ଗୌହାଟୀ,୨୫ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସେଠାକାର ପତାକା ରଦ୍ଦ ହୋଇଛି। ଅନ୍ୟପକ୍ଷରେ ଏବେ ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର...

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାରରୁ ଅଧିକ: ଚାଇନାକୁ ଟପିଲା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୮୬ରେ ପହଞ୍ଚିଥିବାବେଳେ...

ଅମର ଯବାନ ଜ୍ୟୋତିକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

କୋଲକାତା,୨୨ ।୧: ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ନ୍ୟାଶନାଲ ୱାର ମେମୋରିଆଲ ବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି...

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ୩ ନଭେମ୍ବରରେ ହେବ ଉପ ନିର୍ବାଚନ, ୬ ନଭେମ୍ବରରେ ଫଳାଫଳ

ନୂଆଦିଲ୍ଲୀ,୩ ।୧୦: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନର ତାରିଖ ସ୍ଥିର ହୋଇଛି । ହରିୟାଣା, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର...

ଆଉ ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ...

କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ, ୨।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍‌ ଏପ୍ରିଲ ୩ରୁ ୧୨ ଘଣ୍ଟିଆ ନାଇଟ...

ହୀରା ବ୍ୟବସାୟୀଙ୍କ ଉଦାରତା: ୧୦୦୦ କର୍ମଚାରୀଙ୍କୁ ମାଗଣାରେ ବୁଲାଇନେଲେ ଉତ୍ତରାଖଣ୍ଡ

ସୁରଟ,୭ା୧୧: ପ୍ରତିବର୍ଷ ଦୀପାବଳି ଅବସରରେ କମ୍ପାନୀ ଏବଂ ଶିଳ୍ପପତିମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି। ସବୁବେଳେ ଶୁଣିବାକୁ ମିଳେ, କମ୍ପାନୀର ମାଲିକ କର୍ମଚାରୀମାନଙ୍କୁ ଉପହାର...

ଦ୍ୱାଦଶ ପରୀକ୍ଷା ନେଇ ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧।୬: ବୋର୍ଡ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦ୍ୱାଦଶ ଶ୍ରେଣୀର...

Advertisement
Archives

Model This Week