Posted inଜାତୀୟ

ଚିନି କମ୍‌: ଚାଇନା ଉପରେ ଚତୁର୍ଥ ଡିଜିଟାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୧୪ା୨: ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚାଇନିଜ ଆପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪ଟି ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ପୁଣି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ବିକାଶ ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଯେ ଭାରତୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଛି। ୫୪ ନିଷିଦ୍ଧ ଆପ ତାଲିକାରେ ଥିବା ଅଧିକାଂଶ ଆପ ଚାଇନାର ଜଏଣ୍ଟସ- ଟେନ୍ସେଣ୍ଟ, ଆଲିବାବା ଏବଂ ନେଟ ଏଜ ସହିତ ଜଡିତ ରହିଛି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଆପ ୨୦୨୦ରେ ନିଷିଦ୍ଧ ହୋଇଥିବା ଆପଗୁଡିକର ରିବ୍ରାଣ୍ଡେଡ ଅବା ରିକ୍ରିଷ୍ଟେଡ୍‌ ଭର୍ସନ ଥିଲା।

୨୯ ଜୁନ ୨୦୨୦ରେ ପ୍ରଥମ ଡିଜିଟାଲ ଷ୍ଟ୍ରାଇକ କରି ଭାରତ ସରକାର ଟିକଟକ, ଶେୟାର୍‌ଇଟ୍‌, ୱି ଚାଟ୍‌, ହେଲୋ, ଲାଇକ, ୟୁସି ନ୍ୟୁଜ, ବିଗୋ ଲାଇଭ, ୟୁସି ବ୍ରାଉଜର୍‌, ଇଏସ ଫାଇଲ, ଏକ୍ସପ୍ଲୋରର, ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ଆପ୍ଲିକେସନ ସହିତ ପ୍ରଥମ ରାଉଣ୍ଡରେ ପ୍ରାୟ ୫୯ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ଯଥାକ୍ରମେ ୪୭, ୧୧୮ ଏବଂ ୪୩ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯-ଏ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ।


ସୋମବାର ବିୟୁଟି କ୍ୟାମେରା, ସୁଇଟ୍‌ ସେଲଫି ଏଚଡି, ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଇକ୍ୱାଲାଇଜର୍‌ ଏବଂ ବ୍ୟାସ ବୁଷ୍ଟର୍‌, ସେଲ୍ସଫୋର୍ସ ଏଣ୍ଟ ପାଇଁ କ୍ୟାମକାର୍ଡ, ଆଇସୋଲାଣ୍ଡ ୨: ଆସେସ୍‌ ଅଫ ଟାଇମ ଲାଇଟ, ଭିଭା ଭିଡିଓ ଏଡିଟର୍‌, ଟେନ୍ସେଣ୍ଟ କ୍ସ୍ରାଇଭର, ଅନ୍ମିଓଜି ଚେସ, ଅନମୋଜି ଆରେନା, ଆପଲକ, ଡୁଆଲ ସ୍ପେସ ଲାଇଟ ଆପ୍ସ ଆଦି ଆପ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri