Posted inଜାତୀୟ

ଆତଙ୍କବାଦୀଙ୍କ ପାଖରେ ଚାଇନା ପିସ୍ତଲ…

ଶ୍ରୀନଗର, ୨୭।୬ : ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେଶନରେ ଜଣେ ଆତଙ୍କବାଦୀ ଗିରଫ ହୋଇଛନ୍ତିି। ଗିରଫ ଆତଙ୍କବାଦୀ କୋଟି ଡୋଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଡୋଡ଼ାଠାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଚାଇନା ପିସ୍ତଲ, ଦୁଇଟି ମାଗାଜିନ, ୧୪ ଜୀବନ୍ତ କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି। ଆତଙ୍କବାଦୀଙ୍କ ନିକଟରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏହି ମାମଲା ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି।

ଏହାପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଜୁନ ୨୧ ରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଜଣେ ଆତଙ୍କବାଦୀ ଜଣେ ସବ-ଇନ୍ସପେକ୍ଟରଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଏହି ଏନକାଉଣ୍ଟର ସମ୍ପର୍କରେ ଏସଏସପି ଜେଲାନି ୱାନି କହିଛନ୍ତି ଯେ ଜମ୍ମୁ-କଶ୍ମୀର ପୋଲିସର ସବ ଇନ୍ସପେକ୍ଟର ଫାରୁକ ଅହମ୍ମଦ ମୀରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ମାଜିଦ ପାମ୍ପୋର ଅଞ୍ଚଳର ବାସିନ୍ଦା।

ଏନକାଉଣ୍ଟର ପରେ ମିଳିଥିବା ସଫଳତା ବିଷୟରେ ଏସଏସପି ଜେଲାନି ୱାନି କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସଦସ୍ୟ ମାଜିଦଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ଜୁନ ୧୮ ରେ ସବ-ଇନ୍ସପେକ୍ଟରଙ୍କୁ ହତ୍ୟା କରାଯାଇଥିଲା। କ୍ଷତବିକ୍ଷତ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ...

ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହାପରେ ଜମ୍ମୁ-କଶ୍ମୀରରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ୧୩ଟି ସିଆଇଏସ୍‌ଏଫ୍‌...

ଉତ୍ତରାଖଣ୍ଡ ନିର୍ବାଚନ: ଭୋଟ ହାତେଇବାକୁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୧ ।୭: ଉତ୍ତରାଖଣ୍ଡରେ ୨୦୨୨ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ବଡ ଟକ୍କର...

ଖାର୍ଗେଙ୍କ ନିମନ୍ତ୍ରଣକୁ ରଖିଲେ ନାହିଁ ଉଦ୍ଧବ, ଯୋଗ ଦେବେନାହିଁ ସିଦ୍ଦାରାମାୟାଙ୍କ ଶପଥ ଗ୍ରହଣ ସମାରୋହରେ

ବେଙ୍ଗାଲୁରୁ,୨୦।୫: କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଗଲାଣି। ଆଉ କିଛି ସମୟ ପରେ ଏହି ଉତ୍ସବ ଅନୁଷ୍ଠିତ...

ପ୍ରେମିକଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ଲାଗିଲା ସିନ୍ଦୁର..

କୋଲକାତା,୩୧।୫: ନାବାଳକ ପ୍ରେମିକ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ସିନ୍ଦୁର ଲଗାଯାଇଛି। ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାରେ...

ଶାହ ମିଛ କହୁଛନ୍ତି: ଫାରୁକ୍‌

ଶ୍ରୀନଗର/ନୂଆଦିଲ୍ଲୀ, ୭ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀନଗରସ୍ଥିତ ତାଙ୍କ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ‘ଆଦିପୁରୁଷ’ ନିର୍ମାତା

ନୂଆଦିଲ୍ଲୀ,୧୨।୭: ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ...

Advertisement
Archives

Model This Week