ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି ରକେଟ୍‌

ନୂଆଦିଲ୍ଲୀ,୧୫।୨: ଏକ ପୁରୁଣା ଚାଇନିଜ ରକେଟ୍‌ ଆସନ୍ତା ୪ ତାରିଖରେ ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ପ୍ରୋଜେକ୍ଟ ପ୍ଲୁଟୋ ଚଳାଉଥିବା ଜ୍ୟୋର୍ତିବିଜ୍ଞାନ ବିଲ ଗ୍ରେ ଏଭଳି ଆକଳନ କରିଛନ୍ତି।

ପୂର୍ବରୁ ସେ ଆକଳନ କରିଥିଲେ ଯେ, ଚନ୍ଦ୍ର ପୃଷ୍ଠରେ ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ କମ୍ପାନୀର ରକେଟ ମାଡ଼ ହେବାକୁ ଯାଉଛି। ଏହାକୁ ୭ ବର୍ଷ ତଳେ ରକେଟକୁ ମହାକାଶକୁ ପ୍ରେରଣ କରାଯାଇଥିଲା। ଏହି ରକେଟ୍‌ ତା’ର ଲକ୍ଷ୍ୟ ପୂରଣ କରିବା ପରେ ମହାକାଶରେ ପରିତ୍ୟକ୍ତ ଅବସ୍ଥାରେ ବୁଲୁଛି। ଏହା ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି।

ଏବେ ସେ ନିଜ ଆକଳନରେ ବଡ଼ ଧରଣର ପରିବର୍ତ୍ତନ କରି କହିଛନ୍ତି, ପୁରୁଣା ରକେଟ୍‌ ଓଲ୍ଡ ଫାଲକନର ୯ର ଅଂଶ ନୁହେଁ ବରଂ ଏହା ଏକ ଚାଇନିଜ ରକେଟ।

“୨୦୧୪ରେ ମହାକାଶକୁ ଛଡ଼ା ଯାଇଥିବା ଓ୬୫ବି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ଏହାର ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଆମ ଆକଳନ ଠାରୁ କିଛି ସେକେଣ୍ଡ ବ୍ୟବଧାନରେ ଦୁର୍ଘଟଣା ଘଟିପାରେ” ବୋଲି ଗ୍ରେ ଏକ ବ୍ଲଗରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ...

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ଇସାଲାମାବାଦ୍‌,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା,...

୩ୟ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ

ଟରଣ୍ଟୋ, ୨୧ା୯: କାନାଡାବାସୀ ପୁଣି ଲିବେରାଲ ପାର୍ଟିର ଜଷ୍ଟିନ୍‌ ଟ୍ରୁଡୋଙ୍କ ଉପରେ ଭରସା କରି ତୃତୀୟ ଥର ପାଇଁ ତାଙ୍କୁ କ୍ଷମତାକୁ ଆଣିଛନ୍ତି। କାନାଡାରେ ସୋମବାର...

ବର୍ଲିନରେ ପହଞ୍ଚିଲେ ମୋଦି, ଶୁଭିଲା ଭାରତ ମାତା କି ଜୟ ନାରା

ବର୍ଲିନ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନି ଦିନିଆ ୟୁରୋପ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ବର୍ଲିନରେ ପହଞ୍ଚିଛନ୍ତି। ଏଠାରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ...

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ...

ଏୟାରପୋର୍ଟରେ ବିନା ପୋଷାକରେ ହଠାତ୍‌ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଆଉ ତା’ ପରେ…

ଜଣେ ମହିଳା ବିନା ପୋଷାକରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଏୟାରପୋର୍ଟରେ ଡ୍ୟାନ୍ସ କରୁଥିବା...

ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍‌-ଚକୋଲେଟ୍‌-ଚିପ୍ସ୍‌

ହଷ୍ଟନ,୨୫।୧: ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ...

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ...

Advertisement
Archives

Model This Week