Posted inଜାତୀୟ

ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍‌-କାନାଡ଼ା-ସୌଦି ବାହାର…

ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା କିନ୍ତୁ ନୀରବ ଭାବେ ଲାଗିବ। ଭାରତ ୧୫୨ ଦେଶ ପାଇଁ ଇ-ଭିଜା ସୁବିଧା ପୁଣି ଆରମ୍ଭ କରୁଛିମ୍‌। କିନ୍ତୁ ଏଥର ଚାଇନା, ହଂକଂ ଏବଂ ମାକାଉ ଏହି ଦେଶ ତାଲିକାରୁ ବାଦ ଦିଆଯାଇଛି। ଏଥି ସହିତ ତାଇୱାନ, ଭିଏତନାମ, ସିଙ୍ଗାପୁର ଏବଂ ଆମେରିକା ସମେତ ୧୫୨ ଦେଶର ନାଗରିକମାନେ ଭାରତରେ ଇ-ଭିଜା ସୁବିଧା ପାଇପାରିବେ।

ବାଇନା ସହିତ ଭାରତ ପାରସ୍ପରିକ ସହଯୋଗ ଅଭାବରୁ କାନାଡା, ବ୍ରିଟେନ, ଇରାନ, ମାଲେସିଆ, ଇଣ୍ଡୋନେସିଆ ଏବଂ ସୌଦି ଆରବକୁ ତାଲିକାରୁ ବାଦ ଦେଇଛି। ପୂର୍ବରୁ ଚାଇନା ସମେତ ୧୭୧ ଟି ଦେଶ ପାଇଁ ଇ-ଭିଜା ସୁବିଧା ଉପଲବ୍ଧ ଥିଲା। ପୂର୍ବ ଲଦାଖରେ ଚାଇନା ସହିତ ଚାଲିଥିବା ତିକ୍ତତା, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ଯୋଗୁ ଇ-ଭିସା ସୁବିଧାରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ଭାରତ ଚାଇନା ପର୍ଯ୍ୟଟକଙ୍କ ପାଇଁ ପ୍ରି-ରେଫରାଲ କ୍ୟାଟାଗୋରୀ (ପିଆର୍‌ସି) ଅନୂସାରେ ଇ-ଭିଜା ଉପଲବ୍ଧ କରାଇଥିଲା। ଚାଇନା ସହିତ ଆଫଗାନିସ୍ତାନ, ପାକିସ୍ଥାନ, ଇରାକ, ସୁଦାନ ବ୍ୟତୀତ ପାକିସ୍ତାନୀ ମୂଳରୁ ଆସିଥିବା ବିଦେଶୀ ତଥା ଅନ୍ୟ ଦେଶରୁ ଜାତୀୟତା ନ ଥିବା ଲୋକଙ୍କୁ ପିଆର୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ, କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ ରେ ଯାତ୍ରା ପ୍ରତିବନ୍ଧକ ଘୋଷଣା ହେବା ପରେ ସମସ୍ତ ପ୍ରକାର ଇ-ଭିଜା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଏହା ପରେ, ଅଗଷ୍ଟ ୨୦୨୦ ରେ, ସରକାର ଅନ୍ତର୍ଜାତୀୟ ଭ୍ରମଣ ନିୟମକୁ କୋହଳ କରି ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସର ବିଦେଶୀ ନାଗରିକମାନଙ୍କୁ ଏୟାର ବବଲ ଯୋଜନା ଅଧୀନରେ ଭାରତ ଆସିବାକୁ ଅନୁମତି ଦେଇଥିଲେ। ଏହାର ଦୁଇମାସ ପରେ ଇଲେକ୍ଟ୍ରୋନିକ, ପର୍ଯ୍ୟଟକ ଏବଂ ଡାକ୍ତରୀ ବର୍ଗ ବ୍ୟତୀତ ସମସ୍ତ ବର୍ଗ ପାଇଁ ଭିଜା କୋହଳ କରାଯାଇଥିଲା।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅକ୍ଟୋବର ୬ ପୂର୍ବରୁ ଜାରି ହୋଇଥିବା ଇ-ଭିଜା ଏବଂ ସାଧାରଣ ପର୍ଯ୍ୟଟନ ଭିଜା ସ୍ଥଗିତ ରହିବ। ଏଥି ସହିତ, ଏକକ ପ୍ରବେଶ ପାଇଁ ବ୍ୟବହୃତ ନୂତନ ଭିଜା ଜାରି ହେବାର ୧୨୦ ଦିନ ମଧ୍ୟରେ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri