୩୦ ବର୍ଷ ପରେ ତିବ୍ବତରେ ଚାଇନା ମୁଖ୍ୟ

ବେଜିଂ,୨୩ା୭: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ତିବ୍ବତ ଯାତ୍ରା। ଏନେଇ ଚାଇନାର ସରକାରୀ ଚ୍ୟାନେଲ ସିସିଟିଭି ପକ୍ଷରୁ ଶୁକ୍ରବାର ଏକ ଭିଡିଓ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌ ସ୍ଥାନୀୟ ସମ୍ପ୍ରଦାୟ ପୋଷାକ ପରିଧାନ କରି ଅଭିବାଦନ ଜଣାଉଥିବା ଏଥିରେ ଦେଖିବାକୁ ମିଳିଛି।
ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଦୃଷ୍ଟିରୁ ଚାଇନାର ସମ୍ବେଦନଶୀଳ ଅଞ୍ଚଳ ତିବ୍ବତକୁ ଜିନ୍‌ପିଙ୍ଗ୍‌ ଗସ୍ତ କରିଥିବା ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେ ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ଦକ୍ଷିଣ-ପୂର୍ବ ତିବ୍ବତର ନ୍ୟୁଙ୍ଗ୍‌ଚି ମେନ୍‌ଲିଙ୍ଗ୍‌ ବିମାନବନ୍ଦରରେ ବୁଧବାର ପହଞ୍ଚତ୍ଥିଲେ। କିନ୍ତୁ ଏନେଇ ଗତ ଦୁଇଦିନ ମଧ୍ୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ୨୦୦୮ରୁ ତିବ୍ବତରେ ଚାଇନା ପକ୍ଷରୁ ବିପୁଳ ପୁଞ୍ଜିନିବେଶ କରାଯାଉଛି। ବିଶେଷକରି ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଉପରେ ବେଜିଂ ଗୁରୁତ୍ୱ ଦେଉଥିବା କୁହାଯାଉଛି।

ପ୍ରକାଶ ଯେ, ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ତିବ୍ବତକୁ ଏହା ଚାଇନାର କୌଣସି ଶୀର୍ଷ ନେତାଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ଜିନ୍‌ପିଙ୍ଗ୍‌ ୧୯୯୮ରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଫୁଜିଆନ୍‌ ପ୍ରଦେଶ ମୁଖ୍ୟ ଭାବେ ଏବଂ ୨୦୧୧ରେ ଉପାଧ୍ୟକ୍ଷ ଥିବାବେଳେ ତିବ୍ବତ ଗସ୍ତ କରିଥିଲେ। ୧୯୯୦ରେ ଜିଆଙ୍ଗ୍‌ ଜେମିନ୍‌ ରାଷ୍ଟ୍ରପତି ଥିବାବେଳେ ତିବ୍ବତ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥନା ବେଳେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି

କାବୁଲ,୨୩।୪: ନର୍ଦ୍ଦନ ଆଫଗାନିସ୍ତାନ ଜଣ୍ଡିହୁଲ୍ଲା ମୁଜାହିଦ କୁଣ୍ଡୁଜ ପ୍ରଦେଶର ଇମାମ ସାହେବ ସହରରେ ଥିବା ଏକ ମସଜିଦରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରରେ ମୃତ୍ୟୁ ସଂଖ୍ୟା...

ତାଲିବାନର ନିର୍ଦ୍ଦେଶ, ୧ ମାସ ମଧ୍ୟରେ ଟିକ୍‌ଟକ୍‌- ୩ ମାସ ସୁଦ୍ଧା ପବ୍‌ଜି ଉପରେ ପ୍ରତିବନ୍ଧକ ଲାଗିବ…

କାବୁଲ, ୧୯।୯ : ତାଲିବାନ ଆସନ୍ତା ତିନି ମାସ ମଧ୍ୟରେ ଟିକ୍‌ଟକ୍‌ ଏବଂ ପବ୍‌ଜି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ...

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା...

ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳିକରି ହତ୍ୟା କଲେ ପୋଲିସ ଅଧିକାରୀ

ଆଟଲାଣ୍ଟା, ୧୪।୬: ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗିରଫ କରିବା ସମୟରେ ଗୁଳି କରାଯାଇଥିବା କୁହାଯାଉଛି।...

‘ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ଇମ୍ରାନ’

କରାଚୀ,୩୦।୩: ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ଖେଳାଳି, ଯିଏ କି ଶେଷ ବଲ ପର୍ଯ୍ୟନ୍ତ ଖେଳେ। ସେ ଇସ୍ତଫା ଦେବେ ନାହିଁ। ଉଭୟ ବନ୍ଧୁ...

ବିଦାୟ ୨୦୨୨, ଦମଦାର ହେବ ୨୦୨୩: କିମ୍‌ ଜୋଙ୍ଗ ଉନ୍‌…

ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଦକ୍ଷିଣ କୋରିଆର ଆକାଶ ମାର୍ଗରେ ଡ୍ରୋନ ଉତକ୍ଷେପଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ଶନିବାର ଏହାର ପୂର୍ବ ଜଳ...

Advertisement
Archives

Model This Week