ବାଇଡେନ୍‌ ପ୍ରଶାସନକୁ ଚେତାବନୀ ଦେଲେ ଚାଇନା ବୈଦେଶିକମନ୍ତ୍ରୀ…

ବେଜିଂ, ୩୦।୫ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକାର ଚାଇନା ପ୍ରତି ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି କିନ୍ତୁ ବେଜିଂ ବ୍ଲାକମେଲ କିମ୍ବା ଚାପର ସମ୍ମୁଖୀନ ହେବ ନାହିଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ନିକଟରେ ଜର୍ଜ ୱାଶିଂଟନ ୟୁନିଭରସିଟିରେ ତାଙ୍କ ଅଭିଭାଷଣରେ ବ୍ଲିଙ୍କେନ କହିଥିଲେ ଯେ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାଇନା ହେଉଛି ଏକମାତ୍ର ଦେଶ ଏବଂ ଏଥିପାଇଁ ଆର୍ଥିକ, କୂଟନୈତିକ, ସାମରିକ ଏବଂ ବୈଷୟିକ ଶକ୍ତି ମଧ୍ୟ ଏହା ପାଖରେ ରହିଛି। ଚାଇନା ଏସବୁ ଶକ୍ତି ଅଧାରରେ ବିସ୍ତାରବାଦୀ ନୀତି ଦ୍ୱାରା ଅନ୍ତ୍ରର୍ଜାତୀୟସ୍ତରରେ ପରିବର୍ତ୍ତନ ଆଣିବାର ଉଦ୍ୟମ କରୁଛି ବ୍ଲିଙ୍କେନ ଚାଇନାକୁ ଆମେରିକା ପାଇଁ ଏକ ଗମ୍ଭୀର ଆହ୍ବାନ ବୋଲି କହିଥିଲେ।

ସେ କହିଥିଲେ ଯେ ପୁଞ୍ଜି ବିନିଯୋଗ ଏବଂ ପ୍ରତିଯୋଗିତା ରଣନୀତି ମାଧ୍ୟମରେ ଚାଇନା ପ୍ରତଦ୍ୱନ୍ଦ୍ୱିତାକୁ ଜୋରଦାର କରୁଛି। ଏଭଳି ଜାରି ରହିଲେ ଏକ ନୂତନ ଶୀତ ଯୁଦ୍ଧ ଆରମ୍ଭ ହେବ। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆମେରିକାର ବିଶ୍ଳେଷଣକୁ ଚାଇନାର ଭାବମୂର୍ତ୍ତି ନଷ୍ଟ କରିବା ଲାଗି ଏକ ଅଭିଯାନ ବୋଲି କହିଛନ୍ତି। ବର୍ତ୍ତମାନ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗସ୍ତରେ ଥିବା ୱାଙ୍ଗ ୟି କହିଛନ୍ତି ଯେ ବ୍ଲିଙ୍କେନଙ୍କ ଭାଷଣରୁ ଚାଇନା ପ୍ରତି ଥିବା ଆମେରିକାର ରଣନୀତିକୁ ପ୍ରତିଫଳିତ କରୁଛି ଏବଂ ଦର୍ଶାଉଛି ଯେ ଆମେରିକାର ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି। ଅନେକ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ମଧ୍ୟରେ ମତଭେଦ ଜାରି ରହିଛି। ଏଥିରେ ତିବ୍ଦତ, ତାଇୱାନ, ହଂକଂ, ଦକ୍ଷିଣ ଚୀନ ସାଗର, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଚାଇନା ବିବାଦ ଆଦି ଅନ୍ତର୍ଭୁକ୍ତ ରହିଛି।

ଦକ୍ଷିଣ ଚାଇନା ସାଗରରେ ବହୁ ଥର ଆମେରିକା ଏବଂ ଚାଇନାର ନୌସେନା ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ ଚାଇନା ବାରମ୍ବାର ତାଇୱାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇ ଆମେରିକାକୁ ଉତ୍ତେଜିତ କରୁଛି। ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମଧ୍ୟ ଚାଇନାର ବିବାଦ ରହିଛି। ଏହି ଦୁଇ ଦେଶ ଆମେରିକାର ବନ୍ଧୁ ରାଷ୍ଟ୍ର। ତେଣୁ ଆମେରିକା ବିବାଦରେ ମୁଣ୍ଡ ପୁରାଉଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri