Posted inଜାତୀୟ

ଚାଇନା ବାଣ ରଖିବା-ବିକିବା ଅପରାଧ: ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୩।୧୧: ହରିୟାଣାରେ ଚାଇନା ବାଣ ରଖିବା ଏବଂ ବିକିବା ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଦୀପାବଳି, ଗୁରୁପର୍ବ ଏବଂ ବିବାହ ଉତ୍ସବରେ ବାଣ ଫୁଟାଯାଇଥାଏ। ବାଣ ବିକ୍ରେତା ମୁଖ୍ୟତଃ ଚାଇନା ବାଣ ବିକ୍ରି କରିଥାନ୍ତି। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ସରକାର ଏବେ ଚାଇନା ବାଣ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟର ପ୍ରତି ଜିଲା ଉଚାୟୁକ୍ତଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ ବାଣ ଭାରତୀୟ ଟ୍ରେଡ୍‌ କ୍ଲାସିଫିକେଶନ୍‌ ଅନ୍ତର୍ଗତ ହୋଇଥିବାରୁ ଏହାର ଆମଦାନୀ ପ୍ରତିବନ୍ଧିତ। ବହିର୍ବ୍ୟାପାର ମହାନିର୍ଦ୍ଦେଶାଳୟର ଲାଇସେନ୍ସ୍‌ ବିନା ବାଣର ଆମଦାନୀ କରାଯାଇ ପାରିବ ନାହିଁ। ମହାନିର୍ଦ୍ଦେଶାଳୟ ପକ୍ଷରୁ ଚାଇନାରୁ ବାଣ ଆମଦାନୀ ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ। ସେହିପରି ବାଣ ବିକ୍ରି ପାଇଁ ପେଟ୍ରୋଲିୟମ୍‌ ଏବଂ ବିସ୍ଫୋଟକ ସୁରକ୍ଷା ସଂଗଠନ ପକ୍ଷରୁ ଅନୁମତି ପତ୍ର ଜାରି କରାଯାଇଥାଏ। ରାଜ୍ୟ ସରକାର ଚାଇନା ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କାଡ୍‌ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ

କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍‌. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...

ମୋଦିଙ୍କ ଗସ୍ତରେ କଳା ପତାକା

ବାରାଣାସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବାରାଣାସୀ ଗସ୍ତରେ ଆସିଛନ୍ତି। ମୋଦିଙ୍କ ଗସ୍ତ ସମୟରେ ଜଣେ ସମାଜବାଦୀ ପାର୍ଟି(ଏସ୍‌ପି) କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଛନ୍ତି।...

କର୍ନାଟକ ଭାଜପା ନେତାଙ୍କୁ ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୨୪ା୭(ପି.ଟି.): କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାଜିତ ହେବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କର୍ନାଟକର ଦଳୀୟ ନେତାଙ୍କୁ ମନ୍ତ୍ରଣା ଦେଇଛନ୍ତି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ: ପ୍ରଦୀପ ସିଂ ଟପ୍ପର, ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ, ୪।୮: ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌...

ଅଗଷ୍ଟ ୯ଯାଏ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି।...

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି...

ପୋଲିସ ଠେଲାପେଲାରେ ତଳେ ପଡ଼ିଲେ ରାହୁଲ

ନୂଆଦିଲ୍ଲୀ, ୨।୧୦:ଉତ୍ତରପ୍ରଦେଶ ହାଥ୍‌ରାସରେ ହୋଇଥିବା ଗଣବଳାତ୍କାର ଘଟଣାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ...

କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍‌ରେ ଦେଲେ ପରୀକ୍ଷା

ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ...

Advertisement


Archives

Model This Week

Why Dharitri