ଚାଇନାରେ ଖାଦ୍ୟାଭାବ: ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କଲେ ଲୋକେ

ବେଜିଂ,୨୦ା୧: ଚାଇନାରେ କରୋନାକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ ହେତୁ ଦେଶର ଲକ୍ଷଲକ୍ଷ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି। ଚାଇନାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଚାଇନା ସରକାର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଛନ୍ତି। ଗତ ବର୍ଷ ଡିସେମ୍ବରଠାରୁ ସିଆନ ସହରରେ ମାମଲା ବୃଦ୍ଧି ହେତୁ କଠୋର ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ୧୩ କୋଟି ଲୋକ ଏହି ସହରରେ ଖାଦ୍ୟ ଏବଂ ଯୋଗାଣ ଅଭାବରୁ ଅସୁବିଧାରେ ରହିଛନ୍ତି। ଏପରିକି ଖାଦ୍ୟାଭାବ ଯୋଗୁ ଗୁରୁତର ରୋଗୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ସିଆନ ସହରର ଅନେକ ଲୋକ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ, ସେମାନେ ଦିନକୁ କେବଳ ଦଲିଆ ଖାଇ ଜୀବନଯାପନ କରୁଛନ୍ତି। ସେମାନେ ଅନାହାରରେ ଅଛନ୍ତି। ଲୋକମାନେ ସୋସିଆଲ ମିଡିଆରେ କହିଛନ୍ତି, ଖାଦ୍ୟ ଅଭାବ ପରେ ମଧ୍ୟ ଲୋକଙ୍କୁ ନିଜ ଘର ଭିତରୁ ବାହାରକୁ ଯିବାକୁ ଦିଆଯାଉ ନାହିଁ। ଓ୍ବାଇବୋ ପ୍ଲାଟଫର୍ମରେ ଜଣେ ଉପଭୋକ୍ତା ଲେଖିଛନ୍ତି, ଆମେ କିପରି ବଞ୍ଚିବୁ? ଆମେ କଣ ଖାଇବୁ? କିଛି ଦିନ ପୂର୍ବରୁ ଆମକୁ ଖାଦ୍ୟ ସାମଗ୍ରୀ କିଣିବାକୁ ଥରେ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ବାତିଲ ହୋଇଛି। ସମସ୍ତ ଅନ୍‌ଲାଇନ୍‌ ଗ୍ରୋସରୀ ଆପ ପ୍ରି-ବୁକ୍‌ ହୋଇଛି କିମ୍ବା ବିତରଣ କରୁନାହିଁ। ଏହା ସହିତ ଚାଇନାର ଅନ୍ୟ ଏକ ସହର ଉହାନ ଯାହାକି ୨୦୨୦ରେ କରୋନା ମହାମାରୀର କେନ୍ଦ୍ରବିନ୍ଦୁ ଭାବରେ ପରିଗଣିତ ହୋଇଥିଲା। ଏହି ସହରକୁ ମଧ୍ୟ ଲକ୍‌ଡାଉନ୍‌ କରାଯାଇଥିଲା। ପ୍ରାୟ ୧୧ ଲକ୍ଷ ଲୋକ ଦୀର୍ଘ ମାସ ପର୍ଯ୍ୟନ୍ତ ନିଜ ଘରେ ବନ୍ଦୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଘଟଣାରେ ଜଣେ ଛାତ୍ରଙ୍କ...

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ...

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର...

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ...

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri