ବୁଡ଼ି ଯାଉଥିବା ପାକିସ୍ତାନକୁ ଚାଇନାର ସାହାରା, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଣବିକ ଶକ୍ତି ଉତ୍ପାଦନ ଚୁକ୍ତି…

ଇସଲାମାବାଦ/ବେଜିଂ,୨୦।୬ : ଏକ ଗୁରୁତର ଅଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଚାଇନାର ସମର୍ଥନ ପାଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଣବିକ ବିଦ୍ୟୁତ ଉତ୍ପାଦନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଚାଇନ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୨୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କରାଯିବ। ୪.୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏହି ଚୁକ୍ତି ଦୁଇ ଦେଶ ସ୍ବାକ୍ଷର କରିଛନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ।

ପାକିସ୍ତାନର ପଞ୍ଜାବର ମିଆନୱାଲି ଜିଲାରେ ନିର୍ମିତ ଏହି ଆଣବିକ ଶକ୍ତି କେନ୍ଦ୍ରର ନାମ ଚାଶମା-୫ ରଖାଯାଇଛି। ଏହି ପାୱାର ପ୍ଲାଣ୍ଟକୁ ନେଇ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିରେ ଶାହାବାଜ ସରିଫ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଏହି ପ୍ରକଳ୍ପ ବିନା ବିଳମ୍ବରେ ଶେଷ ହେବ। ଶାହାବାଜ ସରିଫ ପୂର୍ବତନ ଇମ୍ରାନ ଖାନ ସରକାର ଏହି ପ୍ରକଳ୍ପରେ ବିଳମ୍ବ କରିଥିବା ଅଭିଯୋଗ କରିଛନ୍ତି। ସରିଫ କହିଛନ୍ତି ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନକୁ ଚାଇନା ଠାରୁ ୪.୮ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ସହାୟତା ମିଳିଛି। ଏହା ଏକ ବାର୍ତ୍ତା ଦେଉଛି ଚାଇନା କମ୍ପାନୀଗୁଡିକ ପାକିସ୍ତାନରେ ବିନିଯୋଗ କରିବାରେ ଆତ୍ମବିଶ୍ୱାସ ରଖିଛନ୍ତି।

ଶାହାବାଜ ସରିଫ କହିଛନ୍ତି ଚାଇନାର କମ୍ପାନୀଗୁଡିକ ବିଶେଷ ରିହାତି ଦେବେ, ଯେଉଁଥିପାଇଁ ଲୋକମାନେ ଏହି ପ୍ରକଳ୍ପରୁ କୋଟି କୋଟି ଟଙ୍କା ସଞ୍ଚୟ କରିବେ। ଚାଇନା ଏବଂ ଅନ୍ୟ ସହଯୋଗୀ ଦେଶମାନଙ୍କ ସହାୟତାରେ ପାକିସ୍ତାନ ଆର୍ଥିକ ସଙ୍କଟରୁ ବାହାରକୁ ଆସିବ ବୋଲି ଶାହାବାଜ ସରିଫ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶାହାବାଜ ସରିଫ ଚାଇନା ସହିତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କତାରକୁ ଧନ୍ୟବାଦ ଜଣାଇଛନ୍ତି। ଋଣ ପାଇଁ ପାକିସ୍ତାନ ଆଇଏମଏଫ ସହ ଆଲୋଚନା କରୁଛି।

ପାକିସ୍ତାନରେ ଶସ୍ତା ବିଦ୍ୟୁତ ଯେଗାଣ ଦିଗରେ ଏହି ଚାଶମା ବିଦ୍ୟୁତ କେନ୍ଦ୍ରକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବର୍ତ୍ତମାନ ପାକିସ୍ତାନରେ ଆଉ ଦୁଇଟି ଆଣବିକ ଶକ୍ତି କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡିକର ଉତ୍ପାଦନ କ୍ଷମତା ୨୨୯୦ ମେଗାୱାଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri