ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ ମଧୁର ଜଳରେ ପରିଣତ କରିପାରିବ। ଏହି ପ୍ରଯୁକ୍ତିରେ କୌଣସି ବାହ୍ୟ ବିଦ୍ୟୁତ୍‌ ଶକ୍ତି ବା ପାୱାର ଗ୍ରୀଡ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ସୂର୍ଯ୍ୟକିରଣ ଉପରେ କାର୍ଯ୍ୟ କରିବ। ଏହାଦ୍ୱାରା ବଜାରରେ ମିଳୁଥିବା ବୋତଲ ପାଣିଠାରୁ ମଧ୍ୟ କମ୍‌ ଖର୍ଚ୍ଚରେ ସ୍ୱଚ୍ଛ ପିଇବା ପାଣି ମିଳିପାରିବ ବୋଲି ‘ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ’ ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣତଃ ସମୁଦ୍ର ପାଣିକୁ ସ୍ୱଚ୍ଛ କରିବା ପ୍ରକ୍ରିୟା ଅଧିକ ବ୍ୟୟବହୁଳ ଏବଂ ଏଥିପାଇଁ ପ୍ରଚୁର ବିଦ୍ୟୁତ୍‌ଶକ୍ତିର ଆବଶ୍ୟକତା ପଡ଼ିଥାଏ, ଯାହାକି କେବଳ ଧନୀ ଦେଶଗୁଡ଼ିକ ପାଇଁ ସମ୍ଭବ ହୋଇଥାଏ। ମାତ୍ର ଏହି ନୂଆ ଆବିଷ୍କାର ଉକ୍ତ ଧାରାକୁ ବଦଳାଇ ଦେବାକୁ ଯାଉଛି। ଚାଇନା ଗବେଷକମାନେ ଏକ ବାହ୍ୟ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରି ଏହାକୁ ବର୍ଷେ କାଳ ପରୀକ୍ଷା କରିଥିଲେ। ଏଥିରେ ବିଦ୍ୟୁତ୍‌ ବାବଦରେ ଶୂନ ଖର୍ଚ୍ଚ ହୋଇଥିଲା। ଏହି ସଫଳତାର ମୁଖ୍ୟ କାରଣ ହେଉଛି ଏକ ନୂତନ ଭାବେ ଡିଜାଇନ କରାଯାଇଥିବା ଫୋଟୋଥର୍ମାଲ ସାମଗ୍ରୀ। ଗବେଷକମାନେ ନାନୋପାର୍ଟିକଲଗୁଡ଼ିକୁ ଗୋଟିଏ ସାଙ୍ଗରେ ଯୋଡ଼ି ଥ୍ରୀ-ଡି ଜାଲି ସଦୃଶ ସଂରଚନା ପ୍ରସ୍ତୁତ କରିଛନ୍ତି, ଯାହା ସୂର୍ଯ୍ୟକିରଣକୁ ଅତି ଦ୍ରୁତଗତିରେ ଉତ୍ତାପରେ ପରିଣତ କରେ। ଏହି ଉତ୍ତାପ ସମୁଦ୍ର
ବିନା ବିଦ୍ୟୁତ୍‌ରେ ସମୁଦ୍ର …
ପାଣିକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରିଥାଏ, ଯାହା ଜଳ ବିଶୋଧନର ପ୍ରମୁଖ ପ୍ରକ୍ରିୟା। ପରୀକ୍ଷଣ ସମୟରେ ଦେଖାଯାଇଛି ଯେ, ଏହି ନୂତନ ସାମଗ୍ରୀ ସୂର୍ଯ୍ୟକିରଣକୁ ପ୍ରାୟ ୯୦.୨% ପର୍ଯ୍ୟନ୍ତ ଶୋଷଣ କରିବାରେ ସଫଳ ହୋଇଛି। ପାରମ୍ପରିକ ପଦ୍ଧତି ତୁଳନାରେ ଏହି ବ୍ୟବହାର ଦ୍ୱାରା ସମାନ ପରିମାଣର ସମୁଦ୍ର ଜଳକୁ ବାଷ୍ପରେ ପରିଣତ କରିବା ପାଇଁ ଆବଶ୍ୟକ ହେଉଥିବା ଶକ୍ତି ପ୍ରାୟ ୪୫.୭ ପ୍ରତିଶତ ହ୍ରାସ ପାଇଛି। ଏକ ଛୋଟ ପରୀକ୍ଷଣ ସ୍ଥଳରେ ଏହି ପ୍ରଣାଳୀରୁ ବାହାରିଥିବା ପାଣିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଫସଲ ଚକ୍ର ମଧ୍ୟରେ ପ୍ରାୟ ୫ ବର୍ଗ ମିଟର ଚାଷ ଜମିରେ ସଫଳତାର ସହ ଜଳସେଚନ କରିପାରିଥିଲା।
ଗବେଷଣାକାରୀ ଦଳଙ୍କ ୨ବର୍ଷର କାର୍ଯ୍ୟକାରିତା ଆକଳନ ଅନୁଯାୟୀ, ଏହି ପଦ୍ଧତିରେ ପାଣି ତିଆରି କରିବାର ଖର୍ଚ୍ଚ ସାଧାରଣ ବୋତଲ ପାଣିର ମୂଲ୍ୟଠାରୁ ଯଥେଷ୍ଟ କମ୍‌ ରହିବ। ଯଦି ଏହି ପ୍ରଯୁକ୍ତିକୁ ବୃହତ୍‌ ଆକାରରେ କିମ୍ୱା ଦୀର୍ଘ ସମୟ ପାଇଁ ବ୍ୟବହାର କରାଯାଏ, ତେବେ ଏହାର ଉତ୍ପାଦନ ଉପାଦାନ ଖର୍ଚ୍ଚ ଆହୁରି ହ୍ରାସ ପାଇବ। ବିଶେଷକରି ସେହି ଅଞ୍ଚଳଗୁଡ଼ିକ ପାଇଁ ଏହି ନୂଆ ପ୍ରଯୁକ୍ତି ଶସ୍ତା ଓ ସ୍ଥାୟୀ ବିକଳ୍ପ ସାବ୍ୟସ୍ତ ହେବ, ଯେଉଁଠାରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ହେଉଥିଲେ ମଧ୍ୟ ପିଇବା ପାଣିର ଚରମ ସଙ୍କଟ ରହିଛି ଏବଂ ବିଦ୍ୟୁତ୍‌ ଭିତ୍ତିଭୂମିର ଅଭାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?