ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ

ଓ୍ବାଶିଂଟନ୍‌,୭ା୬: ତାଇଓ୍ବାନ୍‌ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଚାଇନାର ଆକ୍ରମଣାମତ୍କ ଆଭିମୁଖ୍ୟର ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ଆକାଶରେ ବିମାନ ଓ ସମୁଦ୍ରରେ ଜାହାଜ ଚଳାଚଳର ସ୍ବାଧୀନତାକୁ ଆମେରିକା ସମର୍ଥନ ଦେବା ଜାରି ରଖିବ। ବେଜିଂ ଯାହା କରୁଛି, କିଭଳି ସେସବୁକୁ ଯଥାର୍ଥ ଦର୍ଶାଇବ ତାହା ଉପରେ ନଜର ରଖିଛୁ। ଆକାଶ ଓ ସମୁଦ୍ରରେ ସବୁବେଳେ ମୁକାବିଲା ସ୍ଥିତି ଲାଗିରହିଥାଏ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଆମେ ଯେତେବେଳେ ଅନୁଭବ କରୁ, ଉପଯୁକ୍ତ ପଦକ୍ଷେପ ନେଇଥାଉ। ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ଉପସ୍ଥିତିକୁ ନାପସନ୍ଦ କରୁଥିବା ବେଜିଂ ଆମେରିକୀୟ ଜାହାଜ ଓ ବିମାନଗୁଡ଼ିକୁ ଅଟକାଇବାକୁ ଚାହେଁ। ଏହା କେବେ ସଫଳ ହେବ ନାହିଁ ବୋଲି କିର୍ବି କହିଛନ୍ତି। ଅନ୍ୟପକ୍ଷେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି, ବେଜିଂର ପଦକ୍ଷେପ ସମ୍ପୂର୍ଣ୍ଣ ଯଥାର୍ଥ, ବୈଧ, ପେସାଦାର ଓ ସୁରକ୍ଷିତ।
ତାଇଓ୍ବାନ୍‌ ପ୍ରଣାଳୀର ସମ୍ବେଦନଶୀଳ ଜଳପଥରେ ଚାଇନାର ଯୁଦ୍ଧଜାହାଜ ଆମେରିକୀୟ ଡେଷ୍ଟ୍ରୟର ସାମ୍ନାରେ ଅତିକ୍ରମ କରୁଥିବା ବେଳର ଭିଡିଓକୁ ରବିବାର ଆମେରିକା ନୌସେନା ଜାରି କରିଥିଲା। ଦୁଇଦେଶର ସୁରକ୍ଷା ବଳ ତାଇଓ୍ବାନ୍‌ ପ୍ରଣାଳୀ ଓ ଏସ୍‌ସିଏସ୍‌ରେ ମୁହଁାମୁହିଁ ହେବା ବିପଜ୍ଜନକ ବୋଲି ହ୍ବାଇଟ୍‌ ହାଉସ୍‌ କହିଛି। ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଓ ତାଇଓ୍ବାନ୍‌ଠୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ପ୍ରସଙ୍ଗକୁ ନେଇ ଟଣାଓଟରା ଲାଗିରହିଥିବାବେଳେ ଆଗକୁ ଆହୁରି ଅଧିକ ମୁକାବିଲାମୂଳକ ସ୍ଥିତି ଉପୁଜିପାରେ।
ପ୍ରକାଶ ଯେ, ମେ’ ୨୬ରେ ଚାଇନାର ଏକ ଫାଇଟର ଜେଟ୍‌ ଏସ୍‌ସିଏସ୍‌ ଆକାଶରେ ଆମେରିକୀୟ ସେନାର ଏକ ବିମାନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲା। ଓ୍ବାଶିଂଟନ୍‌ ଏହାକୁ ଅନାବଶ୍ୟକ ଭାବେ ଆକ୍ରମଣାମତ୍କ ଆଭିମୁଖ୍ୟ ବୋଲି ଅଭିହିତ କରିଥିଲା। ସେହିପରି ଆମେରିକୀୟ ଡେଷ୍ଟ୍ରୟର ଚୁଙ୍ଗ୍‌-ହୁନ୍‌ ଏବଂ କାନାଡୀୟ ଫ୍ରିଗେଟ୍‌ ମୋଣ୍ଟେରିଆଲ ଶନିବାର ତାଇଓ୍ବାନ୍‌ ଷ୍ଟ୍ରେଟ୍‌ରେ ଟ୍ରାଞ୍ଜିଟ୍‌ କରୁଥିବାବେଳେ ଚାଇନାର ଏକ ଜାହାଜ ମାତ୍ର ୧୩୭ ମିଟର ବ୍ୟବଧାନରେ ଅତିକ୍ରମ କରିଥିଲା। ଏହାସତ୍ତ୍ୱେ ଚୁଙ୍ଗ୍‌-ହୁନ୍‌ ନିଜ ପଥ ବଦଳାଇ ନ ଥିଲା। ଆମେରିକା ନୌସେନା ଏହାର ଏକ ଭିଡିଓ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ, ତେଲ ଅଭିଭର…

ତେହରାନ୍‌,୧।୭: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସର୍ବୋଚ୍ଚ ନେତାଙ୍କ ସମ୍ପର୍କରେ ଇସ୍ରାଏଲର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଆମେରିକାକୁ “ତେଲ ଅଭିଭରେ ପାଳିତ ପଶୁ”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri