ଚାଇନାର ବଡ଼ଭାଇ ପଣିଆ, ତାଲିବାନ୍‌ ସରକାରକୁ ମାନ୍ୟତା ଦେବାକୁ ଜୋର୍‌ସୋର୍‌ ଉଦ୍ୟମ…

ବେଜିଂ,୨୩।୯: ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ଅର୍ନ୍ତଜାତୀୟ ମାନ୍ୟତା ଦେବାକୁ ଚାଇନା ବଡ଼ଭାଇ ପଣିଆ ଦେଖାଇବା ଆରମ୍ଭ କରିଛି। ଏନେଇ ଚାଇନା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଜାରି ରହିଛି। ଚାଇନାର ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି କହିଛନ୍ତି ଯେ, ଶୀଘ୍ର ତାଲିବାନ୍‌ ସରକାର ଉପରୁ ସମସ୍ତ ଆର୍ଥିକ ପ୍ରତିବନ୍ଧକ ହଟାଇ ଦିଆଯିବା ଆବଶ୍ୟକ। ଆଫଗାନିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦେଶର ସମ୍ପତ୍ତି। ଏହାକୁ ସାଧାରଣ ଲୋକଙ୍କ ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ।

ଆଫଗାନିସ୍ତାନ ଉପରେ ଚାପ ପକାଇବା ଳାଗି ଅନ୍ତର୍ଜାତୀୟସ୍ତରରେ କୌଣସି ରାଜନୈତିକ ଅବା କୂଟନୈତିକ ଘୋଡ଼ା ବେପାର କରା ନ ଯିବା ଠିକ ନୁହେଁ ବୋଲି ଓ୍ବାଙ୍ଗ୍‌ କହିଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା ନିଜର ସ୍ବାର୍ଥ ପାଇଁ ଏଭଳି କରୁଛି। କାରଣ, ଆଫଗାନିସ୍ତାନ ରୂପରେ ନିଜର ଶକ୍ତି ବୃଦ୍ଧି କରିବାକୁ ସେ ଆଉ ଏକ ଭଲ ସ୍ଥାନ ପାଇ ପାରିବ।

ଚାଇନାର ରଣନୀତି ଆଫଗାନିସ୍ତାନରେ ତିନୋଟି ପ୍ରସଙ୍ଗ ଉପରେ କାମ କରୁଛି। ପ୍ରଥମଟି ହେଉଛି ଏହାର ରଣନୈତିକ ଏବଂ ବ୍ୟବସାୟିକ ସୁବିଧା, ଦ୍ୱିତୀୟଟି ହେଉଛି ଭାରତର କ୍ଷତି ଏବଂ ତୃତୀୟଟି ହେଉଛି ଆମେରିକାକୁ ପାନେ ଦେବା ଷଡ଼ଯନ୍ତ୍ର। ଆଫଗାନିସ୍ତାନ ସହିତ ସମ୍ପର୍କ ଦ୍ୱାରା ଏହି ତିନୋଟି ପ୍ରସଙ୍ଗକୁ ପୂରଣ କରାଯାଇ ପାରିବ। ରୁଷିଆ ସହିତ ପାକିସ୍ତାନ ମଧ୍ୟ ଚାଇନା ପରି ତାଲିବାନ୍‌କୁ ମାନ୍ୟତା ଦେବା ପାଇଁ ଚେଷ୍ଟା କରୁଛନ୍ତି।

ଏଥିସହ ସେମାନେ ଆଫଗାନିସ୍ତାନ ନିକଟରେ ଥିବା ଦେଶର ଏକ ନୂତନ ଗୋଷ୍ଠୀ ସୃଷ୍ଟି କରିବା ଦିଗରେ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଗୋଷ୍ଠୀରେ ଚାଇନା, ପାକିସ୍ଥାନ, ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।

ଭାରତ ପକ୍ଷରୁ ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ, ଆତଙ୍କବାଦ ପାଇଁ ଆଫଗାନିସ୍ତାନର ଜମିକୁ କୌଣସି ପ୍ରକାରେ ବ୍ୟବହାର ନ କରିବାକୁ ତାଲିବାନ ନିଜର ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଉଚିତ। ଜୟଶଙ୍କର ଜି-୨୦ ଦେଶ ସମୁହକୁ କହିଛନ୍ତି ଯେ, ଆଫଗାନିସ୍ତାନରେ ଏଭଳି ବ୍ୟାପକ ତଥା ଅନ୍ତର୍ଭୂକ୍ତ ପ୍ରକ୍ରିୟା ଆବଶ୍ୟକ ଯେଉଁଥିରେ ଆଫଗାନିସ୍ତାନ ସମାଜର ସମସ୍ତ ବର୍ଗ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri