ଚାଇନାର ବଡ଼ଭାଇ ପଣିଆ, ତାଲିବାନ୍‌ ସରକାରକୁ ମାନ୍ୟତା ଦେବାକୁ ଜୋର୍‌ସୋର୍‌ ଉଦ୍ୟମ…

ବେଜିଂ,୨୩।୯: ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ଅର୍ନ୍ତଜାତୀୟ ମାନ୍ୟତା ଦେବାକୁ ଚାଇନା ବଡ଼ଭାଇ ପଣିଆ ଦେଖାଇବା ଆରମ୍ଭ କରିଛି। ଏନେଇ ଚାଇନା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଜାରି ରହିଛି। ଚାଇନାର ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି କହିଛନ୍ତି ଯେ, ଶୀଘ୍ର ତାଲିବାନ୍‌ ସରକାର ଉପରୁ ସମସ୍ତ ଆର୍ଥିକ ପ୍ରତିବନ୍ଧକ ହଟାଇ ଦିଆଯିବା ଆବଶ୍ୟକ। ଆଫଗାନିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦେଶର ସମ୍ପତ୍ତି। ଏହାକୁ ସାଧାରଣ ଲୋକଙ୍କ ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ।

ଆଫଗାନିସ୍ତାନ ଉପରେ ଚାପ ପକାଇବା ଳାଗି ଅନ୍ତର୍ଜାତୀୟସ୍ତରରେ କୌଣସି ରାଜନୈତିକ ଅବା କୂଟନୈତିକ ଘୋଡ଼ା ବେପାର କରା ନ ଯିବା ଠିକ ନୁହେଁ ବୋଲି ଓ୍ବାଙ୍ଗ୍‌ କହିଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା ନିଜର ସ୍ବାର୍ଥ ପାଇଁ ଏଭଳି କରୁଛି। କାରଣ, ଆଫଗାନିସ୍ତାନ ରୂପରେ ନିଜର ଶକ୍ତି ବୃଦ୍ଧି କରିବାକୁ ସେ ଆଉ ଏକ ଭଲ ସ୍ଥାନ ପାଇ ପାରିବ।

ଚାଇନାର ରଣନୀତି ଆଫଗାନିସ୍ତାନରେ ତିନୋଟି ପ୍ରସଙ୍ଗ ଉପରେ କାମ କରୁଛି। ପ୍ରଥମଟି ହେଉଛି ଏହାର ରଣନୈତିକ ଏବଂ ବ୍ୟବସାୟିକ ସୁବିଧା, ଦ୍ୱିତୀୟଟି ହେଉଛି ଭାରତର କ୍ଷତି ଏବଂ ତୃତୀୟଟି ହେଉଛି ଆମେରିକାକୁ ପାନେ ଦେବା ଷଡ଼ଯନ୍ତ୍ର। ଆଫଗାନିସ୍ତାନ ସହିତ ସମ୍ପର୍କ ଦ୍ୱାରା ଏହି ତିନୋଟି ପ୍ରସଙ୍ଗକୁ ପୂରଣ କରାଯାଇ ପାରିବ। ରୁଷିଆ ସହିତ ପାକିସ୍ତାନ ମଧ୍ୟ ଚାଇନା ପରି ତାଲିବାନ୍‌କୁ ମାନ୍ୟତା ଦେବା ପାଇଁ ଚେଷ୍ଟା କରୁଛନ୍ତି।

ଏଥିସହ ସେମାନେ ଆଫଗାନିସ୍ତାନ ନିକଟରେ ଥିବା ଦେଶର ଏକ ନୂତନ ଗୋଷ୍ଠୀ ସୃଷ୍ଟି କରିବା ଦିଗରେ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଗୋଷ୍ଠୀରେ ଚାଇନା, ପାକିସ୍ଥାନ, ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।

ଭାରତ ପକ୍ଷରୁ ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ, ଆତଙ୍କବାଦ ପାଇଁ ଆଫଗାନିସ୍ତାନର ଜମିକୁ କୌଣସି ପ୍ରକାରେ ବ୍ୟବହାର ନ କରିବାକୁ ତାଲିବାନ ନିଜର ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଉଚିତ। ଜୟଶଙ୍କର ଜି-୨୦ ଦେଶ ସମୁହକୁ କହିଛନ୍ତି ଯେ, ଆଫଗାନିସ୍ତାନରେ ଏଭଳି ବ୍ୟାପକ ତଥା ଅନ୍ତର୍ଭୂକ୍ତ ପ୍ରକ୍ରିୟା ଆବଶ୍ୟକ ଯେଉଁଥିରେ ଆଫଗାନିସ୍ତାନ ସମାଜର ସମସ୍ତ ବର୍ଗ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri