ଏହି ଦୁଇଟି କାମ କଲେ ରାଗିଯାଆନ୍ତି ଲକ୍ଷ୍ମୀ; ମାଡିଆସେ ଦାରିଦ୍ରତା…

ଆଜିକାଲି ସମୟରେ ପଇସା ବିନା କିଛି ବି କରିବା ସମ୍ଭବ ନୁହେଁ। କାହିଁକିନା ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତା ପୂରଣ ଲାଗି ଧନ ଲୋଡା। ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ। ସମସ୍ତେ ତାଙ୍କୁ ପ୍ରସନ୍ନ କରିବା ଲାଗି ଅନେକ ଉପାୟ ଅବଲମ୍ବନ କରିଥାନ୍ତି। ଚାଣକ୍ୟ ନୀତି ଅନୁଯାୟୀ ଏପରି ଦୁଇଟି କାର୍ଯ୍ୟ ରହିଛି, ଯାହା କଲେ ଲକ୍ଷ୍ମୀ ରାଗି ଯାଇଥାନ୍ତି। ଜାଣନ୍ତୁ:-

କ୍ରୋଧ: ଚାଣକ୍ୟ ନୀତି ଅନୁଯାୟୀ କ୍ରୋଧ ପ୍ରତ୍ୟେକ ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ। ଯେଉଁ ବ୍ୟକ୍ତି ରାଗିଥାଏ ତାର ସବୁକିଛି ନଷ୍ଟ ହୋଇଯାଇଥାଏ। ସେ ଯେତେ ଜ୍ଞାନୀ ହେଉ ନା କାହିଁ ତାକୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ନଚେତ ସେ ନିଜର କ୍ଷତି କରିଥାଏ। କ୍ରୋଧ କରୁଥିବା ବ୍ୟକ୍ତି ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଣୁ ବ୍ୟକ୍ତିଙ୍କୁ ନିଜର ଏହି ଅଭ୍ୟାସ ବଦଳାଇବାକୁ ଚେଷ୍ଟା କରିବା ଉଚିତ।

ଅହଙ୍କାର: ଚାଣକ୍ୟ କୁହନ୍ତି ଅହଙ୍କାର ଏପରି ଏକ ଗୁଣ ଯାହା ବ୍ୟକ୍ତିକୁ ଧିରେ ଧିରେ ପତନ ଆଡ଼କୁ ନେଇ ଯାଇଥାଏ। ଅହଙ୍କାରୀ ବ୍ୟକ୍ତି ସହ କେହି ବି ରହିବାକୁ ପସନ୍ଦ କରି ନ ଥାନ୍ତି। ଯେଉଁ ଲୋକଙ୍କ ମନରେ ଅହଙ୍କାର ଆସିଥାଏ ସେମାନେ ନିଜକୁ ଶ୍ରେଷ୍ଠ ଏବଂ ଅନ୍ୟକୁ ଦୁର୍ବଳ ବୋଲି ମନେ କରିଥାନ୍ତି। ଏମାନଙ୍କ ଚିନ୍ତା କରିବା ଶକ୍ତି ଧିରେ ଧିରେ ନଷ୍ଟ ହୋଇଯାଇଥାଏ। ଅହଙ୍କାରୀ ବ୍ୟକ୍ତି ଠିକ୍‌ ଏବଂ ଭୁଲ ଜାଣିପାରେ ନାହିଁ। ଏଥିପାଇଁ ତାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ବ୍ୟକ୍ତି ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ଚାଣକ୍ୟଙ୍କ ମୁତାବକ କ୍ରୋଧ, ଅହଙ୍କାର ଛାଡ଼ି ସକାଳେ ବିଳମ୍ବରେ ଉଠିବା, ଘର ଅପରିଷ୍କାର ରଖିବା, ଅଧିକ ଖାଇବା ଏବଂ ଅନ୍ୟକୁ କଟୁ କଥା କହୁଥିବା ଅଭ୍ୟାସ ବହୁତ ଖରାପ। ଏଭଳି ଲୋକ ପାଖରେ ସବୁବେଳେ ଟଙ୍କା ପଇସାର ଅଭାବ ପରିଲକ୍ଷିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri