Odisha Elections 2024

ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗୃହବନ୍ଦୀ ଥିବା ଚର୍ଚ୍ଚା

ଟୋକିଓ,୧୬ା୯: ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗୃହବନ୍ଦୀ ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କେଉଁଠି ଅଛନ୍ତି ବୋଲି ଜାପାନରେ ଥିବା ଆମେରିକା ରାଷ୍ଟ୍ରଦୂତ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଥିଲେ। ୨ ସପ୍ତାହ ହେଲା ଲି’ଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିବାରୁ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି। ଭିଏଟ୍‌ନାମକୁ ସେ ଗସ୍ତରେ ଯାଇଥିବାର ଦେଖାଯାଉ ନାହିଁ। ସିଙ୍ଗାପୁରର ନୌସେନା ମୁଖ୍ୟଙ୍କ ସହ ଲି’ଙ୍କର ବୈଠକ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସେ ଅନୁପସ୍ଥିତ ରହିଥିଲେ। ସୋସିଆଲ ମିଡିଆରେ ଉକ୍ତ ପୋଷ୍ଟ ସହ ଏକ ହାସ୍‌ଟ୍ୟାଗ୍‌ ରହିଛି ଓ ଓ୍ବିଲିୟମ ସେକ୍‌ସ୍ପିୟରଙ୍କ ହାମ୍‌ଲେଟ ନାଟକର ଏକ ସଂଳାପ ‘ସମ୍‌ଥିଙ୍ଗ୍‌ ଇଜ୍‌ ରୋଟନ୍‌ ଇନ୍‌ ଦି ଷ୍ଟେଟ୍‌ ଅଫ୍‌ ଡେନ୍‌ମାର୍କ’ ବୋଲି ଲେଖାଯାଇଛି। ଗତ ୮ ତାରିଖରେ ରହମ୍‌ ଏମାନୁଏଲ୍‌ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ଆଗଥା କ୍ରିଷ୍ଟିଙ୍କ ଉପନ୍ୟାସ ସହ ତୁଳନା କରିଥିଲେ। ତେବେ ଉକ୍ତ ଚର୍ଚ୍ଚା ଉପରେ ଚାଇନା ବହିର୍ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଲି ଶେଷ ଥର ପାଇଁ ଅଗଷ୍ଟ ୨୯ରେ ବେଜିଂରେ ଦେଖାଯାଇଥିଲେ। ଆଫ୍ରିକୀୟ ଦେଶଗୁଡ଼ିକର ସୁରକ୍ଷା ଫୋରମ୍‌କୁ ସେ ଉଦ୍‌ବୋଧନ ଦେଇଥିଲେ। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଚାଲିଥିବା ଆମେରିକା ସରକାର ବିଶ୍ୱାସ କରୁଛନ୍ତି। ତେବେ କି ପ୍ରକାର ତଦନ୍ତ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ରହସ୍ୟମୟ ଉଭାନକୁ ନେଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ପ୍ରତି ଅଙ୍ଗୁଳି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri