Posted inଜାତୀୟ

ଇୟୁର ଚିନ୍ତା ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର ବିମାନଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ଏଫ୍‌କେ-୩ କ୍ଷେପଣାସ୍ତ୍ର ସର୍ବିଆକୁ ପରିବହନ କରାଯିବା ୟୁରୋପରେ ନୂଆ ବିବାଦକୁ ଜନ୍ମ ଦେଇଛି। ସର୍ବିଆର ପଡ଼ୋଶୀ ମୋଣ୍ଟେନେଗ୍ରୋ ବେଜିଂର ଏହି ପଦକ୍ଷେପ ଯୋଗୁ ନିଜ ନିରାପତ୍ତା ବିପନ୍ନ ହୋଇଥିବା ସମାଲୋଚନା କରିଛି। ମୋଣ୍ଟେନେଗ୍ରୋ ରାଷ୍ଟ୍ରପତି ମିଲୋ ଜୁକାନୋଭିକ୍‌ କହିଛନ୍ତି, ୟୁରୋପ ଓ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ଶତ୍ରୁରାଷ୍ଟ୍ରଠାରୁ ସର୍ବିଆ ଅସ୍ତ୍ରଶସ୍ତ୍ର କିଣୁଛି। ସର୍ବିଆର ସାମରିକ ଅସ୍ତ୍ରାଗାରରେ ଚାଇନାର ଉପସ୍ଥିତି ବହୁଗୁଣିତ ହୋଇଛି, ଯାହାକି ସମଗ୍ର ୟୁରୋପ ପାଇଁ ବିପଜ୍ଜନକ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସର୍ବିଆ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଭ୍ୟୁସିକ୍‌ ଏହି ମିଶାଇଲ ବିକ୍ରିକୁ ଯଥାର୍ଥ ଦର୍ଶାଇଛନ୍ତି। ଭ୍ୟୁସିକ୍‌ କହିଛନ୍ତି, ଚାଇନାଠାରୁ ସଶସ୍ତ୍ର ଡ୍ରୋନ୍‌ କିଣିବା ପାଇଁ ୨୦୧୯ରେ ସ୍ବାକ୍ଷରିତ ଏକ ଚୁକ୍ତି ଅନୁସାରେ ଏହା ହେଉଛି ବୈଧ, ସମ୍ପୂର୍ଣ୍ଣ ନିୟମିତ ଓ ସ୍ବଚ୍ଛ କାରବାର। ସର୍ବିଆ ବାୟୁସୀମାକୁ କୌଣସି କ୍ରୁଜ୍‌ ମିଶାଇଲ ବା ଯୁଦ୍ଧବିମାନ ଅନୁପ୍ରବେଶ କଲେ ଏଫ୍‌କେ-୩ କ୍ଷେପଣାସ୍ତ୍ର ଦେଶକୁ ସୁରକ୍ଷା ଦେବାରେ ସହାୟକ ହେବ।
୨୦୨୦ରେ ବେଲ୍‌ଗ୍ରେଡ୍‌ ପ୍ରଥମ ୟୁରୋପୀୟ ରାଷ୍ଟ୍ର ରୂପେ ଆନୁଷ୍ଠାନିକ ଭାବେ ଚାଇନାର ୬ଟି ସିଏଚ୍‌-୯୨ଏ ଡ୍ରୋନ୍‌ କିଣିଥିଲା। ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ସର୍ବିଆର ଆବେଦନ ସତ୍ତ୍ୱେ ରୁଷିଆ ଓ ଚାଇନା ସହ ଏହାର ଘନିଷ୍ଠତା ସମଗ୍ର ମହାଦେଶରେ ଚିନ୍ତାବୃଦ୍ଧିର କାରଣ ପାଲଟିଛି। ଏଥିସହ ୟୁଗୋସ୍ଲାଭିଆର ବିଭାଜନରେ ବିଳମ୍ବଜନିତ ଉତ୍ତେଜନା ବଲ୍‌କାନ୍‌ ଉପଦ୍ୱୀପକୁ ପ୍ରଭାବିତ କରିଛି। ଚଳିତ ସପ୍ତାହରେ ଜର୍ମାନୀ କହିଛି ଯେ, ଯଦି ସର୍ବିଆ ଇୟୁରେ ସାମିଲ ହେବାକୁ ଚାହେଁ, ତେବେ ଏହାକୁ ୟୁରୋପୀୟ ସଂଘର ବହିର୍ବ୍ୟାପାର ଏବଂ ସୁରକ୍ଷା ନୀତିକୁ ମାନିଚଳିବାକୁ ପଡ଼ିବ। ଆମେରିକାସ୍ଥିତ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସିକ୍ୟୁରିଟି ଷ୍ଟଡିଜ୍‌ ପ୍ରୋଗ୍ରାମ୍‌ ନିର୍ଦ୍ଦେଶକ ଟେଲର ଫ୍ରାଭେଲଙ୍କ ମତରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଏହି ଅସ୍ତ୍ର ଯୋଗାଣ ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ଚାଇନାର ସାମରିକ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସର୍ବିଆକୁ ବେଜିଂ ଦେଇଥିବା ଅସ୍ତ୍ରଶସ୍ତ୍ର ପରିଶେଷରେ ରୁଷିଆକୁ ପ୍ରେରଣ କରାଯାଇପାରେ ବୋଲି ଫ୍ରାଭେଲ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷେ ୨୦୦୮ ଫେବୃୟାରୀ ୧୭ରେ କୋସୋଭୋ ନିଜକୁ ସର୍ବିଆଠାରୁ ସ୍ବାଧୀନ ଘୋଷଣା କରିଥିଲା। ଏଠାରେ ପାଶ୍ଚାତ୍ୟର ଚିନ୍ତା ହେଉଛି, ସର୍ବିଆକୁ ଚାଇନା ଓ ରୁଷିଆର ଅସ୍ତ୍ରଶସ୍ତ୍ର ଯୋଗାଣ ବଲ୍‌କାନ୍‌ ରାଷ୍ଟ୍ରକୁ ଆଉ ଏକ ଯୁଦ୍ଧ ପାଇଁ ଉସୁକାଇବ। ସର୍ବିଆ ନିଜର ପୂର୍ବତନ ପ୍ରଦେଶ ବିରୋଧରେ ଏହି ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିପାରେ। ଉଲ୍ଲେଖଯୋଗ୍ୟ, ଆମେରିକା ସମେତ ଅଧିକାଂଶ ରାଷ୍ଟ୍ର କୋସୋଭୋକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉଥିଲେ ହେଁ ସର୍ବିଆ, ରୁଷିଆ ଓ ଚାଇନା ଏହାକୁ ଗ୍ରହଣ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri