Posted inଜାତୀୟ

ଏଲ୍‌ଏସି ସ୍ଥିତିର ଉଲ୍ଲଂଘନ କରୁଛି ଚାଇନା: ଯେ କୌଣସି ସ୍ଥିତି ପାଇଁ ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ, ୧୭।୯: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଚାଇନା ଏଲ୍‌ଏସି ବାସ୍ତବିକ ସ୍ଥିତିର ଉଲ୍ଲଂଘନ କରୁଛି। ତେବେ ଭାରତୀୟ ଯବାନ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଜୁନ୍‌ ୧୫ରେ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଗଲଓ୍ବାନ ଘଟଣା ପାଇଁ ଚାଇନା ହିଁ ଦାୟୀ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ପହଞ୍ଚି ଯବାନଙ୍କ ମନୋବଳ ବଢ଼ାଇଥିଲେ। ଏଲ୍‌ଏସିରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି କରିବା ଲାଗି ଭାରତ ଉଦ୍ୟମ କରୁଛି। ଚାଇନା ଯୋଗୁ ଉତ୍ତେଜନା ବଢୁଥିବା ରାଜନାଥ କହିଛନ୍ତି। ଏହାଦ୍ୱାରା ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଲଦାଖ ଅଞ୍ଚଳରେ ଚାଇନା ଭାରତ ୩୮, ୦୦୦ ବର୍ଗ କିଲୋମିଟର ଜମି ଉପରେ ବେଆଇନ କବ୍‌ଜା କରିଛି। ସେହିପରି ପାକିସ୍ତାନ ୧୯୬୩ ସୀମା ଚୁକ୍ତିର ଉଲ୍ଲଘଂନ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ୫୧୮୦ ବର୍ଗ କିଲୋମିଟର ଜମି ଚାଇନାକୁ ଅବୈଧ ଭାବେ ପ୍ରଦାନ କରିଛି। ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛି। ସେହିପରି ଚାଇନା ଅରୁଣାଚଳ ପ୍ରଦେଶରେ ୯୦,୦୦୦ ବର୍ଗ କିଲୋମିଟର ଜମି ଉପରେ ନିଜର ନିୟନ୍ତ୍ରଣ ଆଣିବା ଲାଗି ଉଦ୍ୟମ କରୁଛି। ଭାରତୀୟ ସେନା ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ମାତ୍ର ଅବାଶ୍ୟକ ପଡ଼ିଲେ ସେମାନେ ନିଜର ବୀରତ୍ୱର ପରିଚୟ ମଧ୍ୟ ଦେବେ ବୋଲି ରାଜନାଥ କହିଛନ୍ତି। ଅତୀତରେ ଭାରତୀୟ ସେନା ଚାଇନାକୁ କଡ଼ା ଜବାବ ମଧ୍ୟ ଦେଇ ସାରିଥିବା ସେ କହିଛନ୍ତି। ସୀମା ବିବାଦ ସମ୍ପର୍କରେ ଗୃହର କେତେକ ବରିଷ୍ଠ ସଦସ୍ୟଙ୍କୁ ଡାକି ବିବରଣୀ ପ୍ରଦାନ କରିବାକୁ ରାଜନାଥଙ୍କୁ ରାଜ୍ୟ ସଭା ବାଚସ୍ପତି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?