Advertisement

ଉଇଗୁରୁ ମୁସଲମାନ ପ୍ରସଙ୍ଗ ନେଇ ଚାଇନା-ତୁର୍କୀ ମୁହାଁମୁହିଁ…

ବେଜିଂ/ଇସ୍ତାନବୁଲ,୪।୧ : ଉଇଗୁରୁ ମୁସଲମାନ ପ୍ରସଙ୍ଗରେ ଚାଇନା ଏବଂ ତୁର୍କୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଚାଇନା ତୁର୍କୀ ରାଷ୍ଟ୍ରଦୂତଙ୍କୁ ଶିନଝିଆଙ୍ଗ ପ୍ରଦେଶ ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିବା ପରେ ପୁଣିଥରେ ବିବାଦ ଉପୁଜିଛି। ଅଭିଯୋଗ ହୋଇଛି ଯେ ଚାଇନା ଶିନଝିଆଙ୍ଗ ପ୍ରଦେଶରେ ଅନେକ ଡିଟେନଶନ କେନ୍ଦ୍ର ସ୍ଥାପନ କରିଛି, ଯେଉଁଠାରେ ଉଇଗୁରୁ ମୁସଲମାନମାନଙ୍କୁ ନିର୍ଯାତନା ଦିଆଯାଉଛି।

ପାଶ୍ଚାତ୍ୟ ଗଣମାଧ୍ୟମ ଦାବି କରିଛି ଯେ ଚାଇନା ଶିନଝିଆଙ୍ଗ ପ୍ରଦେଶରେ ଉଇଗୁରୁ ମୁସଲମାନମାନଙ୍କୁ ଅତ୍ୟାଚାର କରୁଛି। ଏହି କାରଣ ହେଉଛି ଯେତେବେଳେ ତୁର୍କୀ ରାଷ୍ଟ୍ରଦୂତ ସେଠାକୁ ଯାଇ ମୁସଲମାନମାନଙ୍କର ସ୍ଥିତି ଜାଣିବାକୁ ଚାହୁଁଥିବାରୁ ଚାଇନା ତାଙ୍କୁ ସେଠାକୁ ଯିବାକୁ ଦେଇ ନ ଥିଲା।

ତୁର୍କୀ ଅଭିଯୋଗ କରିଛି ଯେ ଏଭଳି କରି ଚାଇନା ଉଇଗୁରୁ ମୁସଲମାନମାନଙ୍କର ସତ୍ୟକୁ ବିଶ୍ୱରୁ ଲୁଚାଇବାକୁ ଚାହୁଁଛି।
ତୁର୍କୀ ସହିତ ସୀମାବର୍ତ୍ତୀ ଚାଇନାର ଶିନଝିଆଙ୍ଗ ପ୍ରଦେଶରେ କୋଟିଏରୁ ଅଧିକ ମୁସଲମାନ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ଉଇଗୁରୁ ମୁସଲମାନ। ଉଇଗୁରମାନେ ନିଜକୁ ଚାଇନାର ମୂଳ ବାସିଦା ବୋଲି ଭାବନ୍ତି।
ଅଭିଯୋଗ ହେଉଛି ଯେ ଚାଇନା ସରକାର ୨୦୧୭ ମସିହାରୁ ଏକ ଲକ୍ଷରୁ ଅଧିକ ମୁସଲମାନଙ୍କୁ ଶରଣାର୍ଥୀ ଶିବିରରେ ଅଟକ ରଖିଛନ୍ତି। ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଉଇଗୁର୍‌ ମୁସଲମାନ। ସେମାନେ ମୁଖ୍ୟତଃ ତୁର୍କୀ ଭାଷାଭାଷୀ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ପହଞ୍ଚିଲେ ମୋଦି

ପ୍ୟାରିସ୍‌, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର...

ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।...

ଡ୍ରଗ୍ସ ଟେଷ୍ଟରେ ପ୍ରଧାନମନ୍ତ୍ରୀ ପାସ୍‌

ହେଲସିଙ୍କି,୨୪।୮: ଏକ ପାର୍ଟିରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ୍‌ ନାଚଗୀତ କରୁଥିବାର ଫଟୋ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍‌ନା କରିବାକୁ ପଡ଼ିଥିଲା।...

୨୫ ଆତଙ୍କବାଦୀଙ୍କୁ ହତ୍ୟା କଲା ପାକିସ୍ତାନ ସୁରକ୍ଷା ବାହିନୀ

ଇସଲାମାବାଦ,୨୧ା୧୨: ପାକିସ୍ତାନର ସୁରକ୍ଷା ବାହିନୀ ଉତ୍ତର-ପଶ୍ଚିମ ସହର ବାନୁରେ ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ ଲୁଚି ରହିଥିବା ୩୫ ଇସଲାମବାଦୀ ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ହତ୍ୟା...

କିଲର ଡଲଫିନ୍‌ଙ୍କୁ ସୈନ୍ୟ ବାହିନୀରେ ସାମିଲ୍‌ କରୁଛନ୍ତି କିମ୍‌ ଜୋଙ୍ଗ ଉନ୍‌

ପୋୟାଙ୍ଗାୟାଙ୍ଗ୍‌,୧୪।୧୧: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ସୈନ୍ୟ ବାହିନୀରେ କିଲର ଡଲଫିନ୍‌ଙ୍କୁ ସାମିଲ୍‌ କରୁଛନ୍ତିି। ଏସବୁ ଡଲଫିନ୍‌ଙ୍କୁ ଆବଶ୍ୟକ ତାଲିମ୍‌...

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ...

ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…

ଇସଲାମାବାଦ୍‌,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ...

Advertisement
Archives

Model This Week