କୋକସରା,୪।୧(ଡି.ଏନ.ଏ.): କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଠାରେ ମଙ୍ଗଳବାର ଗୁଡହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଡୋକରୀ ଦେବୀଙ୍କ ନାମରେ ନାମିତ ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀ ରହିଛି। ଏହି ସ୍ଥାନର ଆରାଧ୍ୟ ଦେବୀ ଓ ପାର୍ଶ୍ୱ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଇଁ ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର ହୋଇଉଠିଛି ା ସୋମବାର ଅପରାହ୍ନରେ ଅଧିବାସ ସହ ମଙ୍ଗଳବାର ସକାଳୁ ଡୋକରୀ ଦେବୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଡୋକାରୀ ଦେବୀ, ବସ୍ତରେନ ମାଉଳି, ପାଟଦାୟିନୀ, ଠାକୁରାଣୀ ଓ ଦଣ୍ଡ ପାଟିଆଣୀ ପାର୍ଶ୍ୱ ଦେବୀମାନେ ଲାଠିକୁର୍ସି ସହ ଡୋକରିଦେବୀଙ୍କ ପୀଠରେ ପହଞ୍ଚିଥିଲେ। ଏହାପରେ ସମସ୍ତ ଦେବାଦେବୀଙ୍କୁ ପୂଜକ ସୁକଚନ ପୂଝାରି, ରତନ ପୂଝାରି, ଚିତ୍ରସେନ ମାଝୀ ପୂଜାର୍ଚ୍ଚନା କରିଥିଲେ ା ଶିରାଙ୍କ ଦେହରେ କାଳିସୀ ବିରାଜମାନ କରିବା ପରେ ଦେବାଦେବୀଙ୍କ ଲାଠିକୁର୍ସି ପରିକ୍ରମା କରାଯାଇଥିଲା। ଏହି ଅବସରରେ ଦେବୀଙ୍କ ପୀଠରେ ମାନସିକଧାରୀମାନେ ଶୁକ୍ଳଭୋଗ ସହ କୁକୁଡ଼ା, ପାରା ଆଦି ବଳି ଦେଇଥିଲେ। ମଣ୍ଡେଇ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ ଯୋଗ ଦେଇଥିଲେ। ଗୁଡହାଣ୍ଡି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ବର ପାତ୍ର, ଉପ ସଭାପତି ଅଇରୀ ନାଶନ ଚିନ୍ଦା, ସାଧାରଣ ସମ୍ପାଦକ ଘନଶ୍ୟାମ ନାଏକ, ଉପ ସଭାପତି ସୁଧୀର କୁମାର ପାତ୍ର, ସହ ସମ୍ପାଦକ ମଧୁବନ ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ସହ ସମ୍ପାଦକ ନୀଳାମ୍ବର ନାଏକ, ଚକାଡୋଳା ପାତ୍ର, ଯତୀନ ମାଝୀ,ଦୁଷ୍ମନ୍ତ ପାଟଯୋଷୀଙ୍କ ସମେତ ଖଲିଗଡ଼, ମହିମା ଓ ଟେମରା ଗ୍ରାମବାସୀ ଉପସ୍ଥିତ ରହି ମଣ୍ଡେଇ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି View All

ପାହାଡ଼ ଉପରେ ବିତୁଛି ଜୀବନ
ଝୁମ୍ପୁରା, ୧୭।୪(ଡି.ଏନ୍.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା,...

କପ୍ତିପଦା ବ୍ଲକ୍ ଆଗରେ ବିକ୍ଷୋଭ
କପ୍ତିପଦା,୨୪ା୧୨(ଡ଼ି.ଏନ୍.ଏ.)- ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଯୁବ ସଂଗଠନ, ଅଲ୍ ଇଣ୍ଡିଆ ଛାତ୍ର ସଂଗଠନ ଏବଂ ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ଛାତ୍ର, ଯୁବକ, ମହିଳାମାନଙ୍କର ସମସ୍ୟା...

୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା
ଜୁନାଗଡ,୨୨।୬(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ...

ଉର୍ମିଳା ଗଞ୍ଜାମ ମହିଳା ବିଜେଡି ସଭାନେତ୍ରୀ
ଗଞ୍ଜାମ,୧୨।୧୦(ଡି.ଏନ.ଏ.): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଏନ୍ଏସି ମହିଳା ସଭାନେତ୍ରୀ ଭାବେ ପୁଣି ଉର୍ମିଳା ପଲାଇ ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ବିଜେଡି...

ପୋଖରୀରେ ବୁଡ଼ି ୩ ନାବାଳକ ମୃତ
ରାଜନଗର,୨୪।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ସାତଭାୟା ଥଇଥାନସ୍ଥଳ ବଗପାଟିଆ ଗଁ।ରେ ଶୁକ୍ରବାର ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ...

ଦେଢ଼ମାସ ତଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ସ୍ବାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଜମନକିରା,୨୦।୧୦(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ରାଉତପଡ଼ା କଲୋନୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁରୁବାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡ଼ି(୩୦)ଙ୍କୁ...

ଏସ୍ଏଚ୍ଜି ସଭ୍ୟାଙ୍କୁ ନେଇ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ଶିବିର ଉଦ୍ଘାଟନ
କର୍ଲାମୁଣ୍ଡା,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ପଞ୍ଚାୟତ ପୋଖରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ ସମ୍ବନ୍ଧୀୟ ବ୍ଲକସ୍ତରୀୟ ୨...

ଉକାରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ
ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ...