Posted inଜାତୀୟ

୨ ଭାରତୀୟ ଖବରଦାତାଙ୍କ ଭିଜା ସିଜ୍‌ କଲା ଚାଇନା

ନୂଆଦିଲ୍ଲୀ,୭ା୪: ଭାରତର ୨ ଜଣ ଖବରଦାତାଙ୍କ ଭିଜାକୁ ଚାଇନା ବାଜ୍ୟାପ୍ତ କରିଛି। ସେମାନେ ହେଲେ ‘ଦି ହିନ୍ଦୁ’ର ଅନନ୍ତ କ୍ରିଷ୍ଣନ୍‌ ଓ ପ୍ରସାର ଭାରତୀ ସାମ୍ବାଦିକ ଅଂଶୁମାନ ମିଶ୍ର। ଉଭୟେ ବର୍ତ୍ତମାନ ଭାରତରେ ଥିବାବେଳେ ଚାଇନାକୁ ଯିବା ପାଇଁ ଅନୁମତି ପାଇବେ ନାହିଁ। ମାର୍ଚ୍ଚ ୩୧ରେ କ୍ରିଷ୍ଣନ୍‌ ଭାରତକୁ ଫେରୁଥିବାବେଳେ ବିମାନବନ୍ଦରରେ ଚାଇନା ଅଧିକାରୀମାନେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଭାରତରେ ଥିବା ଚାଇନା ଖବରଦାତାମାନଙ୍କ ଭିଜା ଅବଧି ନୂଆଦିଲ୍ଲୀ ନ ବଢ଼ାଇଲେ ୨ ଭାରତୀୟ ଖବରଦାତାଙ୍କ ଭିଜା ପ୍ରତ୍ୟାହାର ଭଳି ମୁକାବିଲା ପଦକ୍ଷେପ ନିଆଯିବ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ରିପୋର୍ଟ ଅନୁସାରେ, ଭାରତରେ ରିପୋର୍ଟ ସଂଗ୍ରହ ପାଇଁ ଚାଇନା ନିଜ ଖବରଦାତାମାନଙ୍କ ପାଇଁ ଅଧିକ ଭିଜା ଚାହୁଁଛି। ବର୍ତ୍ତମାନ ଚାଇନା ଖବରଦାତାମାନେ ପ୍ରତି ୩ ମାସରେ ଥରେ ନିଜ ଭିଜା ନବୀକରଣ କରୁଛନ୍ତି। ଏହି ଅବଧିକୁ ୧୨ ମାସ ପର୍ଯନ୍ତ ବୃଦ୍ଧି କରାଯାଉ ବୋଲି ଚାଇନା ଦାବି କରିଛି। ଏହି ବିବାଦ ସୃଷ୍ଟି ହେବା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗୁରୁବାର କହିଛନ୍ତି, ଚାଇନା ଜର୍ନାଲିଷ୍ଟମାନେ ସାମ୍ବାଦିକତା ପାଇଁ ବୈଧ ଭାରତୀୟ ଭିଜା ପାଇଛନ୍ତି। ତେଣୁ ଚାଇନା ମଧ୍ୟ ସେଠାରେ ରିପୋର୍ଟିଂ କରୁଥିବା ଭାରତୀୟ ଖବରଦାତାମାନଙ୍କୁ ଅସୁବିଧାରେ ପକାଇବା ଭଳି ସୀମା ନିର୍ଦ୍ଧାରଣ କରିବା ଅନୁଚିତ। ଏନେଇ ବେଜିଂ ସହ ଆଲୋଚନା ଚାଲିଥିବା ଅରିନ୍ଦମ ସୂଚନା ଦେଇଛନ୍ତି। ଏନେଇ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି, ଚାଇନା ଖବରଦାତାମାନଙ୍କୁ ଭାରତରେ ଦୀର୍ଘଦିନ ହେଲା ଭଲ ବ୍ୟବହାର ଦେଖାଯାଉନାହିଁ। ନିକଟରେ ଶିନ୍‌ହୁଆର ଜଣେ ଖବରଦାତାଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ଛାଡ଼ିବାକୁ କୁହାଯାଇଥିଲା। ଚାଇନା ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗ୍‌ନାନ୍‌’ ଅଭିହିତ କରି ୧୧ ସ୍ଥାନର ନୂତନ ନାମକରଣ କରିଛି। ଏହି ଏକତରଫା ପରିର୍ତ୍ତନକୁ ନୂଆଦିଲ୍ଲୀ ବିରୋଧ କରିଥିବାବେଳେ ୨ ଖବରଦାତାଙ୍କ ଭିଜା ପ୍ରତ୍ୟାହାର ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?