Posted inଜାତୀୟ

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ ସମ୍ପର୍କରେ ମୋଦି ସରକାରଙ୍କୁ ଘେରିଛନ୍ତି। ସଞ୍ଜୟ କହିଛନ୍ତି, ଚାଇନା ଏବଂ ପାକିସ୍ତନ ସୀମାରେ ଆମ ବିରୋଧରେ ଏକ ଶକ୍ତିଶାଳୀ ଭାବେ ଠିଆ ହୋଇଛନ୍ତି। ସେମାନଙ୍କୁ ମାତ୍‌ ଦେବା ପାଇଁ ଆମେ କଠିନ ପରିଶ୍ରମ କରିବା ଉଚିତ୍‌। ଚାଇନା ପାକିସ୍ତାନକୁ ସାହାଯ୍ୟ କରୁଛି, ଏଥିପାଇଁ ଆମକୁ ସତର୍କ ହେବାକୁ ପଡିବ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ବୁଧବାର ସଂସଦରେ ରାହୁଲ ସେ କହିଥିଲେ, ଆଜି ମୋ ଦେଶ ଯେଉଁଠି ଛିଡା ହୋଇଛି, ତା’କୁ ଦେଖି ମୁଁ ବ୍ୟସ୍ତ। ଆପଣ ଦେଶ ଓ ଦେଶବାସୀଙ୍କ ଜୀବନକୁ ଗୋଟିଏ ସମ୍ବେଦନଶୀଳ ମୋଡରେ ଛିଡା କରିଦେଇଛନ୍ତି। ଆପଣ ପାକିସ୍ତାନ ଓ ଚାଇନାକୁ ଏକାଠି କରିଛନ୍ତି। ଜମ୍ମୁ-କଶ୍ମୀରରେ ଆପଣ ବହୁତ ବଡ ରଣନୀତିଗତ ତ୍ରୁଟି କରିଛନ୍ତି। ଚାଇନା ଯୋଜନାବଦ୍ଧ ଭାବେ ସବୁ କିଛି କରୁଛି। ଆପଣ ଏହାକୁ ଆଦୌ ହାଲୁକା ଭାବେ ନିଅନ୍ତୁ ନାହିଁ। ଚାଇନା ପୂରା ସ୍ପଷ୍ଟ ଭାବେ ନିଜ ଲକ୍ଷ୍ୟ ଦିଗରେ ଗତି କରୁଛି। ଦୟା କରି ଏହାକୁ ବୁଝନ୍ତୁ। ନ ହେଲେ ବହୁତ ବଡ ସମସ୍ୟା ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣା ଏଏପିରେ ବଡ ଧରଣର ପରିବର୍ତ୍ତନ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ହରିୟାଣା ୟୁନିଟରେ ବଡ ଧରଣର ଅଦଳ ବଦଳ କରିଛି। ରାଜ୍ୟ ସଭା ଏମପି...

ସର୍ଦ୍ଦାର ପଟେଲଙ୍କ ଜୟନ୍ତିରେ କେବଡିୟାରେ ଏକତାର ଶପଥ ଦେଲେ ମୋଦି

ଗାନ୍ଧିନଗର,୩୧ ।୧୦: ସର୍ଦ୍ଦାର ପଟେଲଙ୍କ ୧୪୭ ତମ ଜୟନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ...

ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର...

ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି।...

୪ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୯।୧୧: ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଗୁଳି ବିନିମିୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ...

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା।...

ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ କେଜ୍‌ରିଓ୍ବାଲ, ପରିବାର ଲୋକେ ଶ୍ରଦ୍ଧାରେ ଡାକନ୍ତି ଏହି ନାମରେ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି(ଏଏପି) ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରେ କେଜ୍‌ରିଓ୍ବାଲ ଦ୍ୱିତୀୟ...

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

Advertisement
Archives

Model This Week