Posted inଜାତୀୟ

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ ସେମାନଙ୍କ ସହ ସାମିଲ ହୋଇଛି। ଏଥିପାଇଁ ଇସ୍‌ଲାମାବାଦ ଏବଂ ବେଜିଂ ମଧ୍ୟରେ ଆଲୋଚନାରେ ଅଗ୍ରଗତି ଘଟିଥିବା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନୂଆ ଆଞ୍ଚଳିକ ସଂଗଠନ ଗଢ଼ିବା ନେଇ ଗତ ୧୯ ତାରିଖରେ ଚାଇନାର କୁନ୍‌ମିଙ୍ଗ୍‌ଠାରେ ବୈଠକ ବସିଥିଲା। ସାର୍କର ସଦସ୍ୟ ଥିବା ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକୁ ଆମନ୍ତ୍ରଣ କରି ନୂଆ ସଂଗଠନରେ ସାମିଲ କରିବା ଉକ୍ତ ବୈଠକର ଲକ୍ଷ୍ୟ।
କୁନ୍‌ମିଙ୍ଗ୍‌ ବୈଠକ ପୂର୍ବରୁ ଗତ ମେ’ରେ ଅନୁରୂପ ଭାବେ ଚାଇନା, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡରର ସମ୍ପ୍ରସାରଣ ସହ ତାଲିବାନ ଶାସିତ ରାଷ୍ଟ୍ରରେ ଆଞ୍ଚଳିକ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୂଚନାଯୋଗ୍ୟ, ୧୯୮୫ ଡିସେମ୍ବର ୮ରେ ସାର୍କ ଗଠନ ହୋଇଥିଲା। ଏହି ସଂଗଠନରେ ୭ ପ୍ରତିଷ୍ଠାତା ସଦସ୍ୟ ରହିଥିବାବେଳେ ୨୦୦୭ରେ ଆଫଗାନିସ୍ତାନ ସାମିଲ ହୋଇଥିଲା। ସାର୍କର ସଦସ୍ୟମାନେ ହେଲେ ଭାରତ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଭୁଟାନ। ତେବେ ୨୦୧୪ କାଠମାଣ୍ଡୁ ସମିଟ୍‌ ପରେ ସାର୍କ ନେତାମାନେ ଏକାଠି ହୋଇ ନ ଥିବାରୁ ଏହି ସଂଗଠନ ନିଷ୍କ୍ରିୟ ରହିଛି।
୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସାର୍କ ଭିଡିଓ କନ୍‌ଫରେନ୍ସରେ କୋଭିଡ-୧୯ ଜରୁରୀ ପାଣ୍ଠି ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ଭାରତ ୧୦ ନିୟୁତ ଡଲାର ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିବର୍ଷ ନଭେମ୍ବରରେ ଇସ୍‌ଲାମାବାଦରେ ୧୯ତମ ସାର୍କ ସମିଟ୍‌ ହେବାକୁ ଥିବାବେଳେ ଜମ୍ମୁ-କଶ୍ମୀରର ଉରିରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଉକ୍ତ ସମ୍ମିଳନୀରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିଲା। ସୂଚନାଯୋଗ୍ୟ, ଉରି ଆତଙ୍କବାଦୀ ଆକ୍ରମଣରେ ଭାରତର ୧୭ ଜଣ ଯବାନ ନିହତ ହୋଇଥିଲେ। ଆତଙ୍କବାଦ ଏବଂ ଆଞ୍ଚଳିକ ହସ୍ତକ୍ଷେପ କାରଣରୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଭୁଟାନ ମଧ୍ୟ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଥିଲେ। ଫଳରେ ସମିଟ୍‌ ବାତିଲ ହୋଇଥିଲା। ଏହା ପରେ ଆଉ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ଚାଇନା ଓ ପାକିସ୍ତାନର ପ୍ରସ୍ତାବିତ ନୂଆ ସଂଗଠନରେ ସାର୍କ ସଦସ୍ୟ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଆଫଗାନିସ୍ତାନ ସାମିଲ ହେବେ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ନୂଆ ସଂଗଠନ ଚିନ୍ତାଧାରାକୁ ବାଂଲାଦେଶ ଖଣ୍ଡନ କରିଛି। ଆମେ କୌଣସି ସଂଗଠନ ଗଢ଼ୁନାହୁଁ ବୋଲି ଢାକା ବହିର୍ବ୍ୟାପାର ଉପଦେଷ୍ଟା ଏମ୍‌. ତୌହିଦ ହୋସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?