ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡ଼ିଆ ଝିଅ: ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ଏମ୍‌ପି; ବିଧାୟକ

ଭୁବନେଶ୍ବର, ୨୫ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ବିଜୟ ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଭାଜପା ପକ୍ଷରୁ ମଧ୍ୟ ଅନେକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ବିଜୟ ଉତ୍ସବ ପାଳନ ଚାଲିଛି। ସୋମବାର ମୁର୍ମୁଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ଓଡ଼ିଶାରୁ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଯେଉଁମାନଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି ସମସ୍ତେ ଦିଲ୍ଲୀ ଗସ୍ତ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନୂଆଦିଲ୍ଲୀ ଯାଇଛନ୍ତି। ସେହିପରି ରାଜ୍ୟପାଳ ଗଣେଶୀ ଲାଲ୍‌ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ଅନ୍ୟପଟେ ନବୀନ ରବିବାର ନିଜ ଏମ୍‌ପିମାନଙ୍କ ସହିତ ଯାଇ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ମୁତାବକ ନବୀନଙ୍କ ସମେତ ସମସ୍ତ ଏମ୍‌ପିଙ୍କୁ ଶପଥ ଉତ୍ସବରେ ସାମିଲ ହେବା ଲାଗି ନିମନ୍ତ୍ରଣ ପତ୍ର ମିଳିଥିବା ରାଜ୍ୟ ସଭା ଏମ୍‌ପି ସୁଲତା ଦେଓ କହିଛନ୍ତି। ସେହିପରି ଭାଜପାର ମଧ୍ୟ ସମସ୍ତ ଏମ୍‌ପିଙ୍କ ସମେତ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ, ମୟୂରଭଞ୍ଜର ୬ଜଣ ଭାଜପା ବିଧାୟକ ଉପସ୍ଥିତ ରହିବେ। ତେବେ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୟୂରଭଞ୍ଜ ଜିଲାର ଆହୁରି କିଛି ଲୋକଙ୍କୁ ନିମନ୍ତ୍ରଣ ମିଳିଛି। ସେମାନଙ୍କ ମଧ୍ୟରେ ମୁର୍ମୁଙ୍କ ଜଣେ ବନ୍ଧୁ ଏବଂ ସମ୍ପର୍କୀୟ ରହିଛନ୍ତି। ଅନ୍ୟ କେତେଜଣ ନିମନ୍ତ୍ରଣ ନ ପାଇବା ସତ୍ତ୍ୱେ ଦିଲ୍ଲୀଠାରେ ଡେରା ପକାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର

ଭୁବନେଶ୍ୱର,୨୨।୧: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ବୁଧବାର ଓଡ଼ିଶାର ତାଳଚେର ସହରର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବୋଲି ବର୍ଣ୍ଣନା କରାଯାଇଛି। ସିପିସିବି...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା: ଏତିକି କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨ା୧: ଓଡ଼ିଶାର ଭୁବନେଶ୍ବରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସ୍. ଆଇ. ସି.) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆର୍. ଆଇ. ଆର୍....

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତ ହେବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୨ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହି ପ୍ରସ୍ତାବ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରିହାତିରେ ବିଜୁଳି ବିଲ୍‌…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri