କରୋନା ସଙ୍କଟରେ ଚାଇନା ପୁଣି କରିପାରେ ଦୁଃସାହସ…

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ମହାମାରୀ ଯୋଗୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ଚାଇନା ପୁଣି ପୂର୍ବ ଲଦାଖରେ ଦୁଃସାହସ କରିବାର ଆଶଙ୍କା ରହିଛି। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତ ପ୍ରକାଶ କରିଛନ୍ତି। ଗତବର୍ଷ ଭାରତରେ କରୋନା ଲହର ଜାରି ରହିଥିବା ବେଳେ ଚାଇନା ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରିଥିଲା। ଏବେ ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଛି। ଏହାର ସୁଯୋଗ ନେଇ ଚାଇନା ପୁଣି ସୀମାରେ ଖରାପ ସ୍ଥିତି ସୃଷ୍ଟି କରିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ତେବେ ଭାରତୀୟ ସେନା ସତର୍କ ରହିଛନ୍ତି। ସୀମାରେ କୌଣସି ଉତ୍ତେଜନା ସୃଷ୍ଟି ହେଲେ ଏହାର ଉଚିତ ଜବାବ ଦେବାକୁ ଭାରତୀୟ ସେନା ସକ୍ଷମଥିବା ସେ ସୂଚନା ଦେଇଛନ୍ତି। ସୀମାରେ ସମ୍ପ୍ରତି କମ୍‌ ସଂଖ୍ୟକ ଭାରତୀୟ ସେନା ମୁତୟନ ରହିଛନ୍ତି। ମାତ୍ର ରିଜର୍ଭ ସେନା ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କୁ ଯେ କୌଣସି ସ୍ଥାନରେ ମୁତୟନ କରାଯାଇ ପାରିବ ବୋଲି ବିପିନ ରାଓ୍ବତ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜୁନ୍‌ ୧୫-୧୬ ରାତ୍ରରେ ଲଦାଖର ଗଲଓ୍ବାନ ଘାଟିରେ ଚାଇନା ବିଶ୍ୱାସଘାତକତା କରି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ଜଣେ କର୍ନେଲଙ୍କ ସମେତ ୨୦ ଯବାନ ଶହୀଦ୍‌ ହୋଇଥିଲେ। କିନ୍ତୁ ଭାରତୀୟ ସେନା ପକ୍ଷରୁ ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ବାସ୍ଥ୍ୟ ବିଭାଗ: ୬୧ନଂ ବୁଲିଛନ୍ତି ୭ ଡାକ୍ତରଖାନା, ୬୨ରୁ ୬୬ନଂଙ୍କ କୋଲକାତା ଲିଙ୍କ

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୭୯କୁ ଛୁଇଁଛି। ସେପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବ ୮...

ଚେତୁ ନାହାଁନ୍ତି ଜନତା ଚିନ୍ତାରେ ସରକାର

ଲୁଧିଆନା,୪।୧୧: ଉତ୍ତର ଭାରତ ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇ...

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌...

ଲକ୍‌ଡାଉନ୍‌: ବଦଳୁଛି ଟ୍ରେଣ୍ଡ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଘରେ ବସି ଟାଇମ୍‌ପାସ୍‌ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍‌ ହୋମ୍‌ କରୁ ନଥିବା ଲୋକଙ୍କ...

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ...

ନୌସେନାରେ ସାମିଲ ହେଲା ସ୍ବଦେଶୀ ଆଏନଏସ୍‌ ବିକ୍ରାନ୍ତ

କୋଚି,୨।୯: ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଯାଇଛି। କୋଚିଠାରେ ଥିବା...

କାର୍ଡଲେସ୍‌ ଟଙ୍କା ଉଠାଣ ଅପରାଧ ହ୍ରାସ କରିବ: ଅତୁଲ ଗୋୟଲ

ନୂଆଦିଲ୍ଲୀ, ୯ା୪: ବଜାରର ଆଶା ଅନୁଯାୟୀ ଆର୍‌ବିଆଇର ମନିଟାରିଂ ପଲିସି କମିଟି (ଏମ୍‌ପିସି) ପକ୍ଷରୁ ଘୋଷଣା କରାଯାଇଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ଏହି ନିର୍ଣ୍ଣୟ...

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ମୋତେ ଲୋକତନ୍ତ୍ରର ପାଠ ପଢାଉଛନ୍ତି

ନୂଆଦିଲ୍ଲୀ,୨୬ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଦେଶରେ ଲୋକତନ୍ତ୍ର ନାହିଁ ବୋଲି କହିଥିଲେ । ଏହାକୁ...

Advertisement
Archives

Model This Week