Posted inଜାତୀୟ

ଅରୁଣାଚଳ ସୀମାରେ ଚାଇନା ବସାଉଛି ୯୦ ଗାଁ

ନୂଆଦିଲ୍ଲୀ,୨୦ା୨: ତିବ୍ବତରେ ୨ଟି ସଦ୍ୟ ଘଟଣାକ୍ରମ ଉପରେ ସୁରକ୍ଷା ବିଶେଷଜ୍ଞମାନେ ନଜର ରଖିଛନ୍ତି। ପ୍ରଥମଟି ହେଲା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳ ଉପରେ ଚାଇନା ୯୦ଟି ନୂଆ ଗ୍ରାମ ସ୍ଥାପନ କରୁଛି। ଅନ୍ୟ ଏକ ପଦକ୍ଷେପ ସ୍ବରୂପ ତିବ୍ବତ ଓ ନେପାଳର ମୁସ୍ତାଙ୍ଗ ସୀମା କ୍ରସିଂ ପଏଣ୍ଟରେ ବେଜିଂ ନିଜ ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଚାଇନାର କମ୍ୟୁନିଷ୍ଟ ଶାସନରୁ ବର୍ତ୍ତିବା ପାଇଁ ତିବ୍ବତୀୟ ଶରଣାର୍ଥୀମାନେ ଏହି ରୁଟ୍‌କୁ ବାରମ୍ବାର ବ୍ୟବହାର କରିଥାଆନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଚାଇନା ଏହାର ବିସ୍ତାର ନୀତି ‘ପ୍ରସ୍ପରସ୍‌ ଭିଲେଜେସ୍‌’ (ଶିଆଓକାଙ୍ଗ୍‌) ଅନୁଯାୟୀ ଅରୁଣାଚଳ ପ୍ରଦେଶର ଅପରପାର୍ଶ୍ୱ ଏଲ୍‌ଏସି ସଂଲଗ୍ନ ଅଞ୍ଚଳରେ ୯୦ ନୂଆ ବସତି ସ୍ଥାପନ କରୁଛି। ଏହି ଗ୍ରାମଗୁଡ଼ିକ ଚାଇନାର କ୍ଷେତ୍ରୀୟ ଦାବିକୁ ମଜଭୁତ କରିବା ସହ ଅନିର୍ଦ୍ଧାରିତ ସୀମାରେ ସାମରିକ ପ୍ରସ୍ତୁତିକୁ ମଧ୍ୟ ମଜଭୁତ କରିବ ବୋଲି କୁହାଯାଉଛି।

ଅଦ୍ୟାବଧି ଚାଇନା ଏଭଳି ୬୨୮ଟି ଗ୍ରାମ ପ୍ରତିଷ୍ଠା କରିସାରିଥିବାବେଳେ ଆହୁରି ୯୦ ବସତି ସ୍ଥାପନ ହେଉଛି ଏହାର ସବୁଠୁ ବଡ଼ ବିସ୍ତାର। ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ, ବର୍ଡର ଡିଫେନ୍ସ କୋ-ଅପରେଶନ୍‌ ଏଗ୍ରିମେଣ୍ଟ (୨୦୦୫) ଅଧୀନରେ ଚାଇନା ଭାରତଠାରୁ ଏକ ଆଇନଗତ ପ୍ରତିରକ୍ଷା ନିର୍ମାଣ ଚାହୁଁଛି, ଯଦ୍ଦ୍ବାରା ସୀମା ବିବାଦ ଓ ସୀମାନ୍ତରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କ ବିବାଦର ସମାଧାନ ହୋଇପାରିବ। ଏହି ଚୁକ୍ତିର ଆର୍ଟିକିଲ ୮ ଅନୁସାରେ ଉଭୟ ପକ୍ଷ ସୀମାରେ ବସବାସ କରୁଥିବା ନିଜ ନିଜ ଲୋକଙ୍କ ସ୍ବାର୍ଥର ସୁରକ୍ଷା କରିପାରିବେ। ଏଲ୍‌ଏସି ପରିମାପ ନେଇ ଯେତେବେଳେ ପ୍ରଶ୍ନ ଉଠିବ, ଏହି ପ୍ରକ୍ରିୟା ଦ୍ୱାରା ଉକ୍ତ ଗ୍ରାମଗୁଡ଼ିକୁ ନେଇ କେହି ହସ୍ତକ୍ଷେପ କରିବେ ନାହିଁ।

ସୀମାରେ ଭାରତ ପକ୍ଷରୁ ମଧ୍ୟ ନିଜସ୍ବ ଗ୍ରାମ ନିର୍ମାଣ ଯୋଜନା ରହିଛି। ଭାଇବ୍ରାଣ୍ଟ ଭିଲେଜେସ୍‌ ପ୍ରୋଗ୍ରାମ ଅଧୀନରେ ଅରୁଣାଚଳ ପ୍ରଦେଶରେ ଭାରତ ପୂର୍ବରୁ ରହିଥିବା ଗ୍ରାମଗୁଡ଼ିକର ଉନ୍ନତୀକରଣ କରୁଛି। ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ୨,୯୬୩ଟି ଗ୍ରାମକୁ ବିକଶିତ କରିବା ଲକ୍ଷ୍ୟରେ ୨୦୨୩ ଏପ୍ରିଲ ୧୩ରେ କିବିଥୁଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଦ୍ୱିତୀୟ ଚିନ୍ତାଜନକ ଘଟଣାକ୍ରମ ହେଲା, ତିବ୍ବତ ଓ ନେପାଳର ମୁସ୍ତାଙ୍ଗ୍‌ ସୀମାନ୍ତ କୋରାଲା କ୍ରସିଂ ପଏଣ୍ଟରେ ଚାଇନା ବଡ଼ ଧରଣର ପରିବର୍ତ୍ତନ କରୁଛି। ତିବ୍ବତୀୟ ଶରଣାର୍ଥୀମାନେ ବହୁ ସମୟ ଧରି ଏହି ସୀମା ଦେଇ ଅତିକ୍ରମ କରିଥାନ୍ତି। ଏଠାରେ ଚାଇନା ପକ୍ଷରୁ ବଡ଼ ଧରଣର ଭିତ୍ତିଭୂମି ନିର୍ମାଣ କରାଯିବା ଭାରତ ପାଇଁ ଏକ ଆହ୍ବାନ ବୋଲି କୁହାଯାଉଛି। ନେପାଳସ୍ଥିତ ମୁସ୍ତାଙ୍ଗ୍‌ ହେଉଛି ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଅଞ୍ଚଳ। ୧୯୫୯ରେ ଚାଇନା ଶାସନ ବିରୋଧରେ ତିବ୍ବତୀୟଙ୍କ ବିଦ୍ରୋହ ବେଳେ ଏହି ଅଞ୍ଚଳ ଚର୍ଚ୍ଚାକୁ ଆସିଥିଲା। ଚାଇନାର ଦମନମୂଳକ କାର୍ଯ୍ୟାନୁଷ୍ଠାନରୁ ତିବ୍ବତୀୟ ଶରଣାର୍ଥୀମାନେ ବର୍ତ୍ତିବା ପାଇଁ ୧୫,୨୫୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ କୋଲାରା ବର୍ଡର କ୍ରସିଂକୁ ବ୍ୟବହାର କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?