Posted inଜାତୀୟ

ଭାରତକୁ ଘେରିବା ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ, ୩।୯: ଭାରତକୁ ସମୁଦ୍ର ସୀମାରେ ଘେରିବା ପାଇଁ ଚାଇନା ଷଡ଼ଯନ୍ତ୍ର କରିଛି। ଚାଇନା ପୃଥିବୀର ସମସ୍ତ ଦେଶକୁ ପଛରେ ପକାଇ ସର୍ବ ବୃହତ ନୌସେନା ପ୍ରସ୍ତୁତ କରିଛି। ଏନେଇ ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ପାଖରେ ୩୫୦ ଯୁଦ୍ଧପୋତ ଏବଂ ବୁଡ଼ା ଜାହାଜ ରହିଛି। ସେଥିମଧ୍ୟରେ ୧୩୦ଟି ସର୍ଫେସ୍‌ କାମ୍ବେଟେଣ୍ଟସ୍‌ ରହିଛି। ଅପରପକ୍ଷରେ ଆମେରିକା ପାଖରେ ୨୯୩ ଯୁଦ୍ଧପୋତ ରହିଛି। ଆମେରିକା ପାଖରେ ୧୧ଟି ଏୟାରକ୍ରାଫ୍ଟ କ୍ୟାରିଅର ଅଛି। ସେଥିରେ ୮୦ରୁ ୯୦ ଫାଇଟର ଜେଟ୍‌ ଯାଇପାରିବ। ଏପରିସ୍ଥଳେ ଭାରତୀୟ ନୌସେନା ପାଖରେ ଗୋଟିଏ ଏୟାର କ୍ରାଫ୍ଟ କ୍ୟାରିଅର, ଏକ ଉଭୟଚର ଟ୍ରାନ୍ସପୋର୍ଟ ଡକ୍‌, ୮ ଲ୍ୟାଣ୍ଡିଂ ଶିପ୍‌ ଟ୍ୟାଙ୍କରର୍ସ, ୧୧ ଡେଷ୍ଟ୍ରୋୟର, ୧୩ ଫ୍ରିଗେଟ୍ସ, ୨୩ କର୍ବେଟ୍ସ୍‌, ୧୦ ବଡ଼ ଅଫଶୋର୍‌ ପେଟ୍ରୋଲ ଭେସେଲ୍‌, ୪ ଫ୍ଲିଟ୍‌ ଟ୍ୟାଙ୍କରର୍ସ, ୧୫ ଇଲେକ୍ଟ୍ରିକ୍‌ ଡିଜେଲ ଅପରେଟେଡ୍‌ ବୁଡ଼ା ଜାହାଜ ଏବଂ ୨ ପରମାଣୁ ବୁଡ଼ା ଜାହାଜ ରହିଛି। ପେଣ୍ଟାଗନ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ସାମୁଦ୍ରିକ ସୀମା ଚାରିପଟେ ଥିବା ଦେଶଗୁଡ଼ିକରେ ଚାଇନା ସୈନ୍ୟ ଶିବିର ସ୍ଥାପନର ଉଦ୍ୟମ କରୁଛି। ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନମାର୍‌, ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନିଆ, ସିସିଲି, ତାଞ୍ଜାନିଆ, ଆଙ୍ଗୋଲା ଏବଂ ତାଜାଖସ୍ତାନରେ ଏଭଳି ପ୍ରୋଜେକ୍ଟ ଉପରେ ଚାଇନାର କାମ ଜାରି ରହିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଚାଇନା ନିଜର ପରମାଣୁ ଶକ୍ତିକୁ ୨ ଗୁଣା କରିବାର ଯୋଜନା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri