ସୀମାରେ ଚାଇନା ଗଢୁଛି ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ

ନୂଆଦିଲ୍ଲୀ,୨୫ା୧୦: ତିବ୍ବତର ପଙ୍ଗୋଙ୍ଗ୍‌ ହ୍ରଦର ପୂର୍ବ ପାର୍ଶ୍ୱ କୂଳରେ ଚାଇନା ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ସାଟେଲାଇଟ୍‌ ଫଟୋରୁ ସ୍ପଷ୍ଟ ହୋଇଛି। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ନିର୍ମାଣ କାର୍ଯ୍ୟ ପୂରା ଦମ୍‌ରେ ଚାଲିଥିବା ଜଣାପଡ଼ିଛି। ଉକ୍ତ କମ୍ପ୍ଲେକ୍ସରେ କମାଣ୍ଡ ଏବଂ କଣ୍ଟ୍ରୋଲ ବିଲ୍ଡିଂ, ବାରାକ୍‌, ଯାନ ରଖିବା ପାଇଁ ଶେଡ୍‌, ଗୁଳିଗୋଳା ଭଣ୍ଡାର ଏବଂ ରାଡାର ପୋଜିଶନ୍‌ ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉକ୍ତ ପ୍ରକଳ୍ପରେ ଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଚର ହେଲା ଗୁପ୍ତ ମିଶାଇଲ୍‌ ଲଞ୍ଚ୍‌ ପୋଜିଶନ୍‌। ମିଶାଇଲ୍‌କୁ ପରିବହନ କରିବା ସହ ଫାୟାର କରିପାରୁଥିବା ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର୍‌ (ଟିଇଏଲ୍‌) ଯାନ ପାଇଁ ରିଟ୍ରାକ୍ଟେବଲ୍‌ ରୁଫ୍‌ ରହିଛି। ଚାଇନାର ଦୀର୍ଘ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ଏଚ୍‌କ୍ୟୁ-୯ ସ୍ଥଳରୁ ଆକାଶ ମିଶାଇଲ୍‌ ସିଷ୍ଟମ୍‌କୁ ଲୁଚାଇ ରଖିବା ଏବଂ ସୁରକ୍ଷା ଦେବା ପାଇଁ ଏଭଳି ଶେଲ୍ଟର ନିର୍ମାଣ କରାଯାଇଥିବା ଗୋଇନ୍ଦା ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଗତ ସେପ୍ଟେମ୍ବର ୨୯ରେ ଭେଣ୍ଟର ସାଟେଲାଇଟ୍‌ ଚିତ୍ରରେ ଗାର୍‌ କଣ୍ଟ୍ରିଠାରେ ଥିବା ଏଭଳି ଏକ ଲଞ୍ଚ୍‌ ପୋଜିଶନ୍‌ର ଖୋଲା ଛାତ ଦେଖିବାକୁ ମିଳିଛି। ଏହା ତଳେ ଲଞ୍ଚର୍‌ଗୁଡ଼ିକୁ ଲୁଚାଇ ରଖାଯାଇଥିବା ବିଶ୍ୱାସ କରାଯାଉଛି। ଭାରତ-ତିବ୍ବତ ସୀମାରେ ଚାଇନା ଏଭଳି ସୁରକ୍ଷିତ ଲଞ୍ଚ୍‌ ପୋଜିଶନ ନିର୍ମାଣ କରୁଥିବାବେଳେ ପୂର୍ବରୁ ବିବାଦୀୟ ଦକ୍ଷିଣ ଚାଇନା ସାଗର ଦ୍ୱୀପପୁଞ୍ଜରେ ଅନୁରୂପ ସାମରିକ ଘାଟି ନିର୍ମାଣ କରିଥିଲା। ଗତ ଜୁଲାଇରେ ଭୂସ୍ଥାନିକ ଗବେଷକ ଡାମିଏନ୍‌ ସାଇମନ୍‌ ପ୍ରଥମେ ପଙ୍ଗୋଙ୍ଗ୍‌ ହ୍ରଦ କୂଳରେ ଚାଇନାର ଦ୍ୱିତୀୟ ସାମରିକ ଭିତ୍ତିଭୂମିର ପ୍ରାରମ୍ଭିକ ପର୍ଯ୍ୟାୟ ନିର୍ମାଣ ଚାଲିଥିବା ଚିହ୍ନଟ କରିଥିଲେ। ସେତେବେଳେ ଉକ୍ତ ଗୁପ୍ତ ମିଶାଇଲ୍‌ ଲଞ୍ଚ୍‌ ପୋଜିଶନ୍‌ ସମ୍ପର୍କରେ ଜଣାପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri