Posted inଜାତୀୟ

ଭାରତକୁ ଘେରାଉ କରୁଛି ଚାଇନା, ଲାଓସ-ଥାଇଲାଣ୍ଡ-ମ୍ୟାନମାର୍‌ ବାଟେ ରାସ୍ତା…

ନୂଆଦିଲ୍ଲୀ, ୫।୪ : ବଙ୍ଗୋପସାଗରରେ ଭାରତକୁ ଘେରି ରହିବା ପାଇଁ ଚାଇନା ଷଡ଼ଯନ୍ତ୍ର ଜୋରଦାର କରିଛି। ବଡ କଥା ହେଉଛି ଏହା କରିବା ପାଇଁ ଚାଇନାକୁ ମାଲାକା ଷ୍ଟ୍ରାଇଟ ମଧ୍ୟ ଅତିକ୍ରମ କରିବାକୁ ପଡିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନା ପାଇଁ ଭାରତ ମହାସାଗରରେ ପହଞ୍ଚିବାର ଏକମାତ୍ର ବାଟ ଥିଲା ସିଙ୍ଗାପୁର, ମାଲେସିଆ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ମାଲାକା ଷ୍ଟ୍ରାଇଟ। ଏହି ମାର୍ଗ ଦେଇ ଚାଇନାର ବଣିକ ଜାହାଜ, ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଭାରତ ମହାସାଗରକୁ ଯାତ୍ରା କରିବାର ବାଟ ଥିଲା। କିନ୍ତୁ, ଭାରତ ମହାସାଗରରେ ପହଞ୍ଚିବା ପାଇଁ ଚାଇନା ଏବେ ନୂଆ ବାଟ ଆପଣେଉଛି। ଏହା ଭାରତର ଚିନ୍ତାକୁ ବଢ଼ାଇଦେଇଛି। ଭାରତରେ, ବତ୍ତର୍ମାନ ପର୍ଯ୍ୟନ୍ତ ଆରବ ସାଗର ଅପେକ୍ଷା ବଙ୍ଗୋପସାଗରକୁ ଏକ ନିରାପଦ ଅଞ୍ଚଳ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଚାଇନାର ଉପସ୍ଥିତି ଭୌଗୋଳିକ ଗଣିତରେ ପରିବର୍ତ୍ତନ ଆଣିବ ବୋଲି ଆଶଙ୍କା କରାଯାଉଛି।

ଲାଓସ, ଥାଇଲାଣ୍ଡ ଏବଂ ମ୍ୟନମାର ବାଟେ ଭାରତକୁ ଘେରିବାକୁ ଚାଇନା ଷଡ଼ଯନ୍ତ୍ର ରଚିଛିି। ଚାଇନାର ରାଷ୍ଟ୍ରାୟତ୍ତ ନ୍ୟୁଜ ଚ୍ୟାନେଲ ସିଜିଟିଏନ୍‌ର ବରିଷ୍ଠ ପ୍ରଡ୍ୟୁସର ଥିବା ଶେନ ଶିୱାଇ ଟୁଇଟ କରି କହିଛନ୍ତି ଯେ ଚାଇନା ନୂତନ ଅନ୍ତର୍ଜାତୀୟ ଭୂ-ସାଗର ବାଣିଜ୍ୟ କରିଡର ଖୋଲିଛି। ଚାଇନାକୁ ସିଧାସଳଖ ଏହା ଭାରତ ମହାସାଗରରେ ସଂଯୋଗ କରିବା ପାଇଁ କାର୍ଯ୍ୟ କରିବ। ଚାଇନାର ଚୋଙ୍ଗକିଙ୍ଗରୁ ସାମଗ୍ରୀ ଟ୍ରେନ ଯୋଗେ ଲାଓସର ରାଜଧାନୀ ବିୟନତିଆନେରେ ପହଞ୍ଚାଯିବ। ଏହା ପରେ ସେସବୁକୁ ଥାଇଲାଣ୍ଡର ରାଜପଥ ଦେଇ ମ୍ୟାନ୍‌ମାରର ୟାଙ୍ଗୋନକୁ ନିଆଯିବ। ଏହି ଯାତ୍ରା ପାଇଁ ୧୦ରୁ ୧୪ ଦିନ ଲାଗିବ। କିଛି ମାସ ପୂର୍ବରୁ ଚାଇନା ଲାଓସରେ ରେଳ ଲାଇନର ଶୁଭାରମ୍ଭ କରିଥିଲା। ବିଆରଆଇ ମାଧ୍ୟମରେ ଚାଇନା ମଧ୍ୟ ମ୍ୟାନମାରରେ ବ୍ୟାପକ ବିନିଯୋଗ କରୁଛି। ଥାଇଲାଣ୍ଡ ସହିତ ଚାଇନାର ଭଲ ସମ୍ପର୍କ ରହିଛି।
ଲାଓସରେ ଚାଇନା ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛି। ପୂର୍ବ ଏସିଆର ଲାଓସ ଏକ ଗରିବ ଦେଶ । ବେଲ୍ଟ ଏବଂ ରୋଡ ଇନିସିଏଟିଭ ମାଧ୍ୟମରେ ଚାଇନା ଲାଓସରେ କୋଟି କୋଟି ଟଙ୍କା ବିନିଯୋଗ କରିଛି। ରେଳ ମାଧ୍ୟମରେ ଲାଓସକୁ ଚାଇନା ସହିତ ସଂଯୋଗ କରିବା ଏହି ପ୍ରକଳ୍ପର ଏକ ଅଂଶ ବିଶେଷ । ବୁଲେଟ ପ୍ରୋଜେକ୍ଟ ବିକାଶ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ରପ୍ତାନି ଏବଂ ଉପଭୋକ୍ତା ସାମଗ୍ରୀର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି । ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାଓସ ସବୁ ପାର୍ଶ୍ୱରେ ଜମି ଦ୍ୱାରା ଘେରି ରହିଛି । ଚାଇନା ଲାଓସର ସର୍ବବୃହତ ବିଦେଶୀ ନିବେଶକ ଏବଂ ସହାୟତା ପ୍ରଦାନକାରୀ।
ବଙ୍ଗୋପସାଗରରେ ଚାଇନାର ଉପସ୍ଥିତି ଭାରତର ପୂର୍ବ ପାର୍ଶ୍ୱରେ ସୁରକ୍ଷା ଚ୍ୟାଲେଞ୍ଜକୁ ବହୁଗୁଣା ବୃଦ୍ଧି କରିବ। ଭାରତର ଏକମାତ୍ର ଟ୍ରାଇ-ସର୍ଭିସ ଥିଏଟର କମାଣ୍ଡ ଏହି ଅଞ୍ଚଳରେ ପଡୁଥିବା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ । ଏହା ବ୍ୟତୀତ ଭାରତୀୟ ନୌସେନାର ଇଷ୍ଟର୍ନ ନାଭାଲ କମାଣ୍ଡର ମୁଖ୍ୟାଳୟ ବିଶାଖାପଟ୍ଟନମ ମଧ୍ୟ ବଙ୍ଗୋପସାଗର ନିକଟରେ ଅବସ୍ଥିତ। ଏହି ମାର୍ଗ ମାଧ୍ୟମରେ ଭାରତ ମହାସାଗରରେ ଚାଇନା ପହଞ୍ଚିବା ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଚାଇନାର ଉପସ୍ଥିତିର ଭାରତ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?