ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଉ ନଅଟି ଦ୍ୱୀପ ଦେଶ ଉପରେ ନଜର ପକାଇଲା ଚାଇନା: ବଢିଲା ଶୀତଳ ଯୁଦ୍ଧ, ବିଶ୍ୱଯୁଦ୍ଧ ଆଶଙ୍କା

ବେଜିଂ,୨୮ ।୫: ଚାଇନା ସୋଲେମନ ଆଇସଲ୍ୟାଣ୍ଡ ସହ ଏପ୍ରିଲ ମାସରେ ସୁରକ୍ଷା ଚୁକ୍ତି କରିବା ପରେ ଆମେରିକା ଓ ସହଯୋଗୀ ଦେଶର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ପରମ୍ପରାଗତ ଭାବେ ଆମେରିକା ନୌସେନାର ପ୍ରଭାବ ଥିବା ଏହି ଅଞ୍ଚଳରେ ଚୀନର ପ୍ରବେଶ ତାକୁ ଚିନ୍ତାରେ ପକାଇ ଦେଇଥିଲା ।
ସୋଲେମନ ଆଇସଲ୍ୟାଣ୍ଡ ପରେ ଏବେ ଚାଇନା ଆଉ ଟିକେ ଆଗକୁ ବଢିଛି । ଏବେ ଚାଇନା ଆଉ ୯ଟି ଦ୍ୱିପ ଦେଶକୁ ସୁରକ୍ଷା ଚୁକ୍ତିର ପ୍ରସ୍ତାବ ଦେଇଛି । ଯଦି ଚାଇନାର ଏହି ପ୍ରୟାସ ସଫଳ ହେଲା ତେବେ ପ୍ରଶାନ୍ତ ମହାସାଗରରେ ହୱାଇ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆମେରିକାର ରଣନୀତି ଅଞ୍ଚଳ ଗୁଆମ ନିକଟରେ ସୁରକ୍ଷା ବୃଦ୍ଧି କରିବାକୁ ସୁଯୋଗ ମିଳିଯିବ ।
ଏହାକୁ ନେଇ ଏବେ କିଛି ଦେଶର ଚିନ୍ତା ବଢି ଯାଇଥିବା ବେଳେ ଚାଇନା କିନ୍ତୁ ଦାବି କରିଛି, ଏହାର ଉଦ୍ଦେଶ୍ୟ ହେଉଛି କ୍ଷେତ୍ରିୟ ସ୍ଥିତି ଓ ଆର୍ଥିକ ପ୍ରଗତି । ହେଲେ ବିଶେଷଜ୍ଞ ଓ ସରକାର ଭୟ କରୁଛନ୍ତି ଯେ ରଣନୀତିକ ଭାବେ ମହତ୍ୱପୂର୍ଣ୍ଣ ଅଞ୍ଚଳରେ ଚାଇନା ପ୍ରବେଶ କରିବାକୁ ଚେଷ୍ଟା କରୁଛି ।
ତେବେ ଚାଇନାର ଟାର୍ଗେଟରେ ଆସିଥିବା ଦେଶମାନଙ୍କ ମଧ୍ୟରେ ମିକ୍ରେନେଶିୟାର ରାଷ୍ଟ୍ରପତି ଡେଭିଡ ପୈନ୍ୟୁଲୋ ପଡୋଶୀ ଦେଶକୁ ଚେତାବନୀ ଦେଇ କହିଛନ୍ତି ଚାଇନାର ଏହି ଚାଲ ଆଉ ଏକ ଶୀତଳ ଯୁଦ୍ଧ ଏମିତିକି ବିଶ୍ୱ ଯୁଦ୍ଧର ବିପଦ ସୃଷ୍ଟି କରିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri