ନେପାଳକୁ ଚାଇନାର ନାଲିଆଖି…

କାଠମାଣ୍ଡୁ, ୧୪।୧୨: ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର କମ୍ୟୁନିଷ୍ଟ ସରକାର ନିଜର ହସ୍ତକ୍ଷେପ ନୀତି ଜାରି ରଖିଛନ୍ତି। ଏବେ ଚାଇନା ନେପାଳକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି। ମଙ୍ଗଳବାର ଠାରୁ ନେପାଳରେ ସଂସଦ ଅଧିବେଶନ ହେଉଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଚାଇନା ଖୋଲାଖୋଲି ଭାବେ ନେପାଳର ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପକାଇଛି ଯେ ଆମେରିକୀୟ ପ୍ରୋଜେକ୍ଟ ଏମସିସି ବିଲ ସଂସଦରେ ପାରିତ ହେବାକୁ ଯେପରି ଦିଆ ନ ଯାଏ।

କୌଣସି ପରିସ୍ଥିତିରେ ଏମସିସି ବିଲ ପାସ ନ କରିବାକୁ ଶାସକ ଦଳଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାମାନଙ୍କୁ ପରୋକ୍ଷ ନିର୍ଦ୍ଦେଶ ଦିଆଯାଇଛି। ଚାଇନାର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବିଭାଗର ଡେପୁଟି ମନ୍ତ୍ରୀ ଚେନ ଝୋ ଭିଡିଓ କନଫରେନ୍ସ ଜରିଆରେ ନେପାଳର ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।

ନେପାଳର ସରକାରୀ ଖବର ଏଜେନ୍ସି ପ୍ରକାଶ କରିଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବିଭାଗର ଡେପୁଟି ମନ୍ତ୍ରୀ ଏକ ଭିଡିଓ କନଫରେନ୍ସ କରି ନେପାଳର ମୁଖ୍ୟ ବିରୋଧୀ ଦଳ ନେକପା ଏମାଲେର ମହାସଚିବଙ୍କୁ ସୋମବାର ବିଳମ୍ବିତ ରାତିରେ ଏମସିସିର ପୁନର୍ବିଚାର କରିବାକୁ କହିଛନ୍ତି। ନ୍ୟୁଜ ଏଜେନ୍ସି ରାଷ୍ଟ୍ରୀୟ ସମାଚାର ସମିତି ଅନୁଯାୟୀ ଚାଇନାର ଡେପୁଟି ମନ୍ତ୍ରୀ ଚେନ ଝୋ ବିରୋଧୀ ଦଳର ମହାସଚିବ ଶଙ୍କର ପୋଖରେଲଙ୍କୁ କହିଛନ୍ତି ଯେ ସେ ଶାସକ ଦଳ ନେପାଳ କଂଗ୍ରେସ, ମାଓବାଦୀ, ୟୁନିଫାଏଡ ସମାଜବାଦୀ ତଥା ଜନତା ସମାଜବାଦୀ ଦଳର ନେତାଙ୍କ ସହ ଆଲୋଚନା କରି ସାରିଛନ୍ତି।

ଚାଇନାର ଉପମନ୍ତ୍ରୀ ଦାବି କରିଛନ୍ତି ଯେ ଶାସକ ଦଳ ତାଙ୍କ ସହ ସହମତ ଏବଂ ବିରୋଧୀ ଦଳ ଭାବରେ ନେକପା ଏମାଲେକୁ ମଧ୍ୟ ଏହା ଉପରେ ବିଚାର କରିବା ଉଚିତ।

ଚାଇନାର ଚାପରେ ଆମେରିକାର ପ୍ରକଳ୍ପ ୫ ବର୍ଷ ଧରି ଅଟକି ରହିଛି। ମଙ୍ଗଳବାର ଠାରୁ ସଂସଦରେ ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ଏମସିସି ସହ ଜଡିତ ଏକ ବିଲ ଆଗତ କରିବାର ଯୋଜନା କରାଯାଇଛି। ଆମେରିକା ନେପାଳକୁ କହିଛି ଯେ ଯଦି ସଂସଦର ଚଳିତ ଅଧିବେଶନରେ ଏହି ୫୦୦ ମିଲିୟନ ଡଲାରର ପ୍ରକଳ୍ପ ପାରିତ ନ କରାଯାଏ ତେବେ ଏହାକୁ କୌଣସି ଆଫ୍ରିକୀୟ ଦେଶକୁ ନିଆଯିବ।

ଯଦିଓ ନେପାଳ କଂଗ୍ରେସ, ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବାଙ୍କ ଦଳ ଏହି ବିଲ୍‌ ସମର୍ଥନ କରୁଛି। କିନ୍ତୁ ସେମାନଙ୍କର ସହଯୋଗୀ ମାଓବାଦୀ, ୟୁନିଫାଏଡ ସମାଜବାଦୀ ପାର୍ଟି ଏବଂ ଜନତା ସମାଜ ପାର୍ଟି ଏହାକୁ ବିରୋଧ କରୁଛନ୍ତି। ଏହି ତିନୋଟି ଦଳ ଚାଇନାର କମ୍ୟୁନିଷ୍ଟ ପାର୍ଟି ସହିତ ଭଲ ସମ୍ପର୍କ ରଖିଛନ୍ତି।

ନେପାଳର ସଂସଦର ଗଣିତ ଏପରି ଯେ ଯଦି କେ.ପି.ଓଲିଙ୍କ ଦଳ ଏମସିସି ଉପରେ ସକାରାତ୍ମକ ମନୋଭାବ ରଖିଛି। ଓଲିଙ୍କ ଦଳ ସମର୍ଥନ କଲେ ଏମସିସି ପାରିତ ହେବ ମାତ୍ର ଏହା ଦ୍ୱାରା ବର୍ତ୍ତମାନର ଶାସକ ମେଣ୍ଟ ଭାଙ୍ଗିଯିବ। ଯାହା ଚୀନ ଚାହୁଁନାହିଁ। ସେଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ଚାଇନା ନେପାଳର ରାଜନୈତିକ ଦଳ ଉପରେ ଚାପ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?