Posted inଫୁରସତ

ବିମାନବନ୍ଦରରେ ଅଜବ ଘଟଣା: ଅଧଘଣ୍ଟାରେ ୩୦ କିଲୋଗ୍ରାମ କମଳା ଖାଇଲେ ୪ ଯାତ୍ରୀ, କାରଣ ଜାଣିଲେ…

ବିମାନବନ୍ଦରରେ କେହି ଅତିରିକ୍ତ ବ୍ୟାଗେଜ୍‌ ଫି’ ଦେବାକୁ ଚାହାନ୍ତି ନାହିଁ। ହେଲେ ଏହି ଚାର୍ଜକୁ ଏଡ଼ାଇବାକୁ ଯାଇ ଚାଇନାର ୪ଜଣ ବ୍ୟକ୍ତି ଏଭଳି କିଛି କରିଛନ୍ତି, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗର ଏକ ବିମାନବନ୍ଦରରେ ଉକ୍ତ ଯାତ୍ରୀମାନେ ୩୦ ମିନିଟ୍‌ ମଧ୍ୟରେ ୩୦ କିଲୋଗ୍ରାମ କମଳା ଖାଇ ଶେଷ କରିଦେଇଥିଲେ।

ଓ୍ବାଙ୍ଗ ନାମକ ଜଣେ ବ୍ୟକ୍ତି ନିଜର ସହକର୍ମୀଙ୍କ ସହ ବିଜ୍‌ନେସ୍‌ ଟ୍ରିପ୍‌ରେ ଯାଇଥିବା ବେଳେ ୫୬୪ ଟଙ୍କା ଦେଇ ୩୦ କିଲୋଗ୍ରାମ କମଳା ଭର୍ତ୍ତି ବାକ୍ସ କିଣିଥିଲେ। ସେ ବିମାନରେ ବସିବା ପାଇଁ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର କର୍ମଚାରୀମାନେ ତାଙ୍କୁ ପ୍ରତ୍ୟେକ କିଲୋ କମଳା ପାଇଁ ୧୦ ୟୁଆନ୍‌ ଅର୍ଥାତ ମୋଟ୍‌ ୩୦୦ ୟୁଆନ୍‌(୩,୩୮୪)ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହାଶୁଣି ଓ୍ବାଙ୍ଗ ଓ ତାଙ୍କ ସହକର୍ମୀମାନେ ଦେୟ ଦେବା ପରିବର୍ତ୍ତେ ବିମାନବନ୍ଦରରେ କମଳା ଖାଇ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯାତ୍ରୀମାନେ ବିମାନବନ୍ଦରରେ ଛିଡ଼ା ହୋଇ ସବୁତକ କମଳା ଖାଇଥିଲେ। ଏଥିପାଇଁ ପ୍ରାୟ ୨୦ରୁ ୩୦ ମିନିଟ୍‌ ସମୟ ଲାଗିଥିଲା। କମଳା ପାଇଁ ଏଭଳି ଅସୁବିଧା ହୋଇଥିବା ଯୋଗୁ ଆଉ କେବେ ହେଲେ ସେ ଏହାକୁ କିଣିବେ ନାହିଁ ବୋଲି କହିଛନ୍ତି। ଚାଇନାର ସୋସିଆଲ ମିଡିଆରେ ଏହି ଘଟଣା ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର...

ପ୍ରବଳ ଥଣ୍ଡା: ଏଠାରେ ହିଟିଂ ଗ୍ୟାରେଜ୍‌ରେ ଗରମ ହୁଏ ଗାଡ଼ି ଗିୟର ବକ୍ସ୍‌….

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ...

ସ୍ବାସ୍ଥ୍ୟ ହିଁ ସମ୍ପଦ

କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ...

୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲ, ଯେତିକି ସୁନ୍ଦର ସେତିକି ଭୟଙ୍କର, ଜାଣନ୍ତୁ କେଉଁଠି…

ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି।...

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ...

ଭାଗ୍ୟ ବଦଳାଇ ଦେଲା ରତ୍ନ: ରାତାରାତି କୋଟିପତି ହେଲେ ତାଞ୍ଜାନିଆର ଏହି ବ୍ୟକ୍ତି

ନୂଆଦିଲ୍ଲୀ, ୨୫।୬- ଭାଗ୍ୟଦେବୀ କେତେବେଳେ କାହାର ସାଥ୍‌ ଦିଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ତାଞ୍ଜାନିଆରେ ଦେଖିବାକୁ ମିଳିଛି। ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଜଣେ ଶ୍ରମିକ...

Advertisement
Archives

Model This Week