ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !

ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ ବିମାନର ଏକ ପାର୍ଟ ମିଳିଛି, ଯାହାକି ପାହାଡ଼ରେ ମାଡ଼ ହେବା ପୂର୍ବରୁ ଅଲଗା ହୋଇଯାଇଥିବା ମନେ ହେଉଛି।

ସନ୍ଦିଗ୍ଧ ବିମାନ ଭଗ୍ନାଂଶ ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ କର୍ପ ଲିମିଟେଡ୍‌ର ବୋଲି ଜଣାପଡ଼ିଛି। ମୁଖ୍ୟ ଦୁର୍ଘଟଣାସ୍ଥଳଠାରୁ ଏହା ୧୦ କିଲୋମିଟର ଦୂରରେ ମିଳିଥିବା ଚାଇନିଜ ଅଧିକାରୀ କହିଛନ୍ତି। କିନ୍ତୁ ଉକ୍ତ ପାର୍ଟ ଦୁର୍ଘଟଣାଗ୍ରସ୍ତ ବିମାନର ଅଂଶ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଏହି ପାର୍ଟ ଦୁର୍ଘଟଣାଗ୍ରସ୍ତ ବିମାନ ଅଂଶ, ତେବେ ବିମାନ ଉଡୁଥିବା ବେଳେ ସେଥିରେ ଫାଟ ସୃଷ୍ଟି ହୋଇଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହେବ। ଆଉ ଏହି କାରଣରୁ ହିଁ ୨୯ହଜାର ଫିଟ୍‌ ଉପରେ ଉଡୁଥିବା ବିମାନ ସୁପରସୋନିକ୍‌ ବେଗରେ ତଳକୁ ଖସି ପଡ଼ିଥିଲା।

“ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହା ବିମାନର କେଉଁ ଅଂଶ ଏବଂ ଏହା କେତେବେଳେ ଆସିଲା ?“ ବୋଲି ୟୁଏସ୍‌ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନର ପୂର୍ବତନ ଦୁର୍ଘଟଣାଗ୍ରସ୍ତ ବିମାନ ତଦନ୍ତକାରୀ ଅଧିକାରୀ ଜେଫ ଗୁଜେଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ପ୍ରବଳ ତୁଷାରପାତ, ୧୭ ମୃତ-୯୦ରୁ ଅଧିକ ଆହତ…

ଟୋକିଓ,୨୮।୧୨ : ଆମେରିକା ପରେ ବର୍ତ୍ତମାନ ଜାପାନ ତୁଷାରପାତର ଶିକାର ହୋଇଛି। ଏଠାରେ ପ୍ରବଳ ତୁଷାରପାତ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଛି...

ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍‌,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।...

ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ...

ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ...

ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ...

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି...

Advertisement
Archives

Model This Week