Posted inଜାତୀୟ

‘ଇଞ୍ଚେ ଜାଗା ବି ନେଇପାରିବନି ଚାଇନା’

ନୂଆଦିଲ୍ଲୀ,୩୧ା୧୨ :ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ। ଇଞ୍ଚେ ଜାଗା ବି ନେଇପାରିବ ନାହିଁ ଚାଇନା। ବେଙ୍ଗାଲୁରୁରେ ଶନିବାର ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପରି କହିଛନ୍ତି। ଭାରତ-ଚାଇନା ସୀମା ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଶାହା କହିଛନ୍ତି, ଭାରତର ଏକ ଇଞ୍ଚ ଜମି ଅକ୍ତିଆର କରିବାକୁ କେହି ସାହସ କରିବେ ନାହିଁ।

କାରଣ ଭାରତ-ଚାଇନା ସୀମାରେ ଆଇଟିବିପି ଯବାନମାନେ ପାଟ୍ରୋଲିଂ କରୁଛନ୍ତି। ଭାରତର ଏକ ଇଞ୍ଚ ଜାଗାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ ବୋଲି ଶାହା କରିଛନ୍ତି। ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ ଶାହା ଏପରି କହିଛନ୍ତି।

ସେ କହିଛନ୍ତି, ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରୁ ଆଇଟିବିପି ସବୁଠାରୁ କଠିନ ପରିସ୍ଥିତିରେ କାମ କରେ। ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ କଳ୍ପନା ମଧ୍ୟ କରିପାରୁନାହୁଁ -୪୨ ଡିଗ୍ରୀ ତାପମାତ୍ରାରେ ସେମାନେ ଦେଶକୁ ସୁରକ୍ଷା ଦେବା ପାଇଁ କେତେ ପରିଶ୍ରମ କରନ୍ତି।

ସେ କହିଛନ୍ତି, ମୁଁ ଉତ୍ତର ଭାରତର ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖର ସବୁଆଡ଼େ ଯାଇଥିଲି, ଯେଉଁଠାରେ ଭାରତର ଲୋକମାନେ ସୈନିକଙ୍କୁ ହିମବୀର୍‌ ବୋଲି ଡାକନ୍ତି। ଏହି ନାଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦିଆଯାଇଛି। ମୋ ହିସାବରେ ପଦ୍ମଶ୍ରୀ, ପଦ୍ମଭୂଷଣ ଅପେକ୍ଷା ହିମବୀର୍‌ ନାଁ ଦେଇ ସ୍ଥାନୀୟ ଲୋକ ସୈନିକଙ୍କୁ ଅଧିକ ସମ୍ମାନ ଦେଇଛନ୍ତି। ତେଣୁ ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ

ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri