Posted inUncategorized

ପାଙ୍ଗୋଙ୍ଗ୍‌ରେ ଚାଇନା ବ୍ରିଜ

ବେଜିଂ, ୪ା୧: ଭାରତ-ଚାଇନା ସୀମାବିବାଦ ଥମୁ ନ ଥିବାବେଳେ ପୁଣି ଉତ୍ତେଜନା ସୃଷ୍ଟି କାରୀ କାର୍ଯ୍ୟ ଚଳାଇଛି ଚାଇନିଜ୍‌ ସେନା। ଭାରତ ସୀମା ନିକଟରେ ନିଜର ଭିତ୍ତିଭୂମି ମଜଭୁତ କରିବା ଉଦ୍ଦେଶ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ଶୋ ହ୍ରଦରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏକ ପୋଲ ନିର୍ମାଣ କରୁଛି। ଯୁଦ୍ଧ ସ୍ଥିତି ଉପୁଜିଲେ ଚାଇନା ସେନା ସହଜରେ ଏବଂ କମ୍‌ ସମୟରେ ଭାରତ ସୀମାରେ ପଶିବା ନିମନ୍ତେ ଏହି କାର୍ଯ୍ୟ ଚଳାଇଛି। ସାଟେଲାଇଟ୍‌ ଛବିରୁ ଚାଇନାର ପୋଲ ନିର୍ମାଣ କାମ ବିଷୟରେ ଭୂ-ଗୋଇନ୍ଦା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ପାଙ୍ଗୋଙ୍ଗ୍‌ ଶୋ ହ୍ରଦ ୧୩୫ କିମି ଦୀର୍ଘ ହୋଇଥିବାବେଳେ ଏହାର ଦୁଇ ତୃତୀୟାଂଶର ଅଧିକ ଭାଗ ଚାଇନା ନିୟନ୍ତ୍ରଣରେ ରହିଛି। ଚାଇନା ନିର୍ମାଣ କରୁଥିବା ପୋଲ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପଟକୁ ସଂଯୋଗ କରୁଛି। ଉକ୍ତ ହ୍ରଦରେ ବ୍ରିଜ୍‌ ହେବା ଦ୍ୱାରା ଚାଇନାରୁ ଭାରତ ସୀମା ନିକଟରୁ ଦୂରତା ୨୦୦ କିଲୋମିଟରରୁ ୪୦ କିଲୋମିଟରକୁ କମିଯିବ। ଫଳରେ ଚାଇନା ସେନା ୮ ଘଣ୍ଟା ବଦଳରେ ମାତ୍ର ୨ ଘଣ୍ଟାରେ ଅସ୍ତ୍ରଶସ୍ତ୍ର ନେଇ ସେଠାରେ ପହଞ୍ଚିପାରିବେ। ଏବେ ଉକ୍ତ ପୋଲ ନିର୍ମାଣ ପ୍ରାୟ ଶେଷ ହୋଇଆସୁଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ୁଛି ବୋଲି ଭୂ-ଗୋଇନ୍ଦା ବିଶେଷଜ୍ଞ ଡାମିଏନ୍‌ ସିମୋନ୍‌ ଏକ ଟୁଇଟ୍‌ କରିଛନ୍ତି।
ଅନୁସାରେ, ୨୦୨୦ ଅଗଷ୍ଟରେ ଭାରତୀୟ ସେନାର ସ୍ବତନ୍ତ୍ର ଅପରେଶନର ସାମ୍‌ନା କରି ନ ପାରି ଚାଇନା ସେନା ଏପରି ପଦକ୍ଷେପ ନେଇଛି। ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଭାରତୀୟ ସେନା ପାଙ୍ଗୋଙ୍ଗ୍‌ ଶୋ ହ୍ରଦର ଦକ୍ଷିଣ ଭାଗରେ ଥିବା କୈଳାସ ପର୍ବତ ଶିଖରକୁ କାବୁ କରିଥିଲା। ତେଣୁ ଆଗକୁ ଭାରତ ପକ୍ଷରୁ ଏପରି କୌଣସି ସମ୍ଭାବ୍ୟ ଅପରେଶନର ମୁକାବିଲା କରିବାକୁ ଚାଇନା ପ୍ରସ୍ତୁତି ଚଳାଇଛି। ଏହି ବ୍ରିଜ୍‌ ହେବା ପରେ ଚାଇନା କମ ସମୟରେ ବିବାଦୀୟ ସ୍ଥାନଗୁଡ଼ିକୁ ଅତିରିକ୍ତ ସେନା ପଠାଇପାରିବ। ୨୦୨୦ ପରଠାରୁ ଉଭୟ ଭାରତ ଏବଂ ଚାଇନା ପୂର୍ବ ଲଦାଖର ଡେପ୍‌ସାଙ୍ଗ୍‌ ସମତଳ ଭୂମିରୁ ଉତ୍ତରକୁ ଓ ଡେମ୍‌ଚୋକ୍‌ ଅଞ୍ଚଳରୁ ଦକ୍ଷିଣକୁ ୫୦ ହଜାରରୁ ଅଧିକ ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ଜୁନ୍‌ରେ ଗଲଓ୍ବାନ ଘାଟିରେ ପିଏଲ୍‌ଏ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ୪୦ ଚାଇନା ସୈନ୍ୟ ନିହତ ହୋଇଥିଲେ। ତେବେ ଚାଇନା କେବଳ ୪ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଥିଲା। ଏହି ଘଟଣାର ପ୍ରାୟ ବର୍ଷେ ପରେ ଗତ ବର୍ଷ ଜୁଲାଇରେ ଉଭୟ ଦେଶ ମିଳିତ ସହମତିରେ ସଂଘର୍ଷସ୍ଥଳୀରୁ ୨ କି.ମି. ଦୂର ପର୍ଯ୍ୟନ୍ତ ସୈନ୍ୟ ହଟାଇବାକୁ ରାଜି ହୋଇଥିଲେ।

ଗଲ୍‌ଓ୍ବାନରେ ପତାକା ଉଡ଼ାଇଲା

ନୂଆବର୍ଷର ପ୍ରଥମ ଦିନରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ନିଜ ପତାକା ରଖିଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଚାଇନା ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ ଏହି ଭିଡିଓ ଟୁଇଟ୍‌ କରିଛି। ଭାରତ ସୀମା ନିକଟ ଗଲଓ୍ବାନ ଘାଟିରେ ‘ଇଞ୍ଚେ ଜାଗା ନ ଛାଡ଼ିବା’ ନୀତିରେ ପିଏଲ୍‌ଏ ସେନା ଜାନୁୟାରୀ ୧ରେ ଚାଇନା ଲୋକଙ୍କୁ ନୂଆବର୍ଷର ଅଭିନନ୍ଦନ ବାର୍ତ୍ତା ଦେଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ଭାରତ ସୀମାରେ ଚାଇନାର ଏଭଳି କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେଠାରେ କେବଳ ତ୍ରିରଙ୍ଗା ହିଁ ଶୋଭା ପାଇବ। ଚାଇନାକୁ କେନ୍ଦ୍ର ସରକାର ଜବାବ ଦିଅନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଚାଇନା ବିବାଦୀୟ ସ୍ଥାନରେ ପତାକା ଉତ୍ତୋଳନ କରି ନ ଥିବା ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ସୋସିଆଲ ମିଡିଆରେ ଚାଇନା ପକ୍ଷରୁ ଜାରି କରାଯାଇଥିବା ଭିଡିଓ ଅନୁସାରେ, ପତାକା ଉତ୍ତୋଳନ ସ୍ଥାନ ଆରମ୍ଭରୁ ଚାଇନା ନିୟନ୍ତ୍ରଣରେ ରହିଛି। ୨୦୨୦ ଜୁନ୍‌ରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷସ୍ଥଳୀରେ ଉକ୍ତ ପତାକା ଉଡ଼ାଯାଇ ନ ଥିବା ଭାରତୀୟ ସେନା ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର...

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri