Posted inUncategorized

ପାଙ୍ଗୋଙ୍ଗ୍‌ରେ ଚାଇନା ବ୍ରିଜ

ବେଜିଂ, ୪ା୧: ଭାରତ-ଚାଇନା ସୀମାବିବାଦ ଥମୁ ନ ଥିବାବେଳେ ପୁଣି ଉତ୍ତେଜନା ସୃଷ୍ଟି କାରୀ କାର୍ଯ୍ୟ ଚଳାଇଛି ଚାଇନିଜ୍‌ ସେନା। ଭାରତ ସୀମା ନିକଟରେ ନିଜର ଭିତ୍ତିଭୂମି ମଜଭୁତ କରିବା ଉଦ୍ଦେଶ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ଶୋ ହ୍ରଦରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏକ ପୋଲ ନିର୍ମାଣ କରୁଛି। ଯୁଦ୍ଧ ସ୍ଥିତି ଉପୁଜିଲେ ଚାଇନା ସେନା ସହଜରେ ଏବଂ କମ୍‌ ସମୟରେ ଭାରତ ସୀମାରେ ପଶିବା ନିମନ୍ତେ ଏହି କାର୍ଯ୍ୟ ଚଳାଇଛି। ସାଟେଲାଇଟ୍‌ ଛବିରୁ ଚାଇନାର ପୋଲ ନିର୍ମାଣ କାମ ବିଷୟରେ ଭୂ-ଗୋଇନ୍ଦା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ପାଙ୍ଗୋଙ୍ଗ୍‌ ଶୋ ହ୍ରଦ ୧୩୫ କିମି ଦୀର୍ଘ ହୋଇଥିବାବେଳେ ଏହାର ଦୁଇ ତୃତୀୟାଂଶର ଅଧିକ ଭାଗ ଚାଇନା ନିୟନ୍ତ୍ରଣରେ ରହିଛି। ଚାଇନା ନିର୍ମାଣ କରୁଥିବା ପୋଲ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପଟକୁ ସଂଯୋଗ କରୁଛି। ଉକ୍ତ ହ୍ରଦରେ ବ୍ରିଜ୍‌ ହେବା ଦ୍ୱାରା ଚାଇନାରୁ ଭାରତ ସୀମା ନିକଟରୁ ଦୂରତା ୨୦୦ କିଲୋମିଟରରୁ ୪୦ କିଲୋମିଟରକୁ କମିଯିବ। ଫଳରେ ଚାଇନା ସେନା ୮ ଘଣ୍ଟା ବଦଳରେ ମାତ୍ର ୨ ଘଣ୍ଟାରେ ଅସ୍ତ୍ରଶସ୍ତ୍ର ନେଇ ସେଠାରେ ପହଞ୍ଚିପାରିବେ। ଏବେ ଉକ୍ତ ପୋଲ ନିର୍ମାଣ ପ୍ରାୟ ଶେଷ ହୋଇଆସୁଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ୁଛି ବୋଲି ଭୂ-ଗୋଇନ୍ଦା ବିଶେଷଜ୍ଞ ଡାମିଏନ୍‌ ସିମୋନ୍‌ ଏକ ଟୁଇଟ୍‌ କରିଛନ୍ତି।
ଅନୁସାରେ, ୨୦୨୦ ଅଗଷ୍ଟରେ ଭାରତୀୟ ସେନାର ସ୍ବତନ୍ତ୍ର ଅପରେଶନର ସାମ୍‌ନା କରି ନ ପାରି ଚାଇନା ସେନା ଏପରି ପଦକ୍ଷେପ ନେଇଛି। ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଭାରତୀୟ ସେନା ପାଙ୍ଗୋଙ୍ଗ୍‌ ଶୋ ହ୍ରଦର ଦକ୍ଷିଣ ଭାଗରେ ଥିବା କୈଳାସ ପର୍ବତ ଶିଖରକୁ କାବୁ କରିଥିଲା। ତେଣୁ ଆଗକୁ ଭାରତ ପକ୍ଷରୁ ଏପରି କୌଣସି ସମ୍ଭାବ୍ୟ ଅପରେଶନର ମୁକାବିଲା କରିବାକୁ ଚାଇନା ପ୍ରସ୍ତୁତି ଚଳାଇଛି। ଏହି ବ୍ରିଜ୍‌ ହେବା ପରେ ଚାଇନା କମ ସମୟରେ ବିବାଦୀୟ ସ୍ଥାନଗୁଡ଼ିକୁ ଅତିରିକ୍ତ ସେନା ପଠାଇପାରିବ। ୨୦୨୦ ପରଠାରୁ ଉଭୟ ଭାରତ ଏବଂ ଚାଇନା ପୂର୍ବ ଲଦାଖର ଡେପ୍‌ସାଙ୍ଗ୍‌ ସମତଳ ଭୂମିରୁ ଉତ୍ତରକୁ ଓ ଡେମ୍‌ଚୋକ୍‌ ଅଞ୍ଚଳରୁ ଦକ୍ଷିଣକୁ ୫୦ ହଜାରରୁ ଅଧିକ ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ଜୁନ୍‌ରେ ଗଲଓ୍ବାନ ଘାଟିରେ ପିଏଲ୍‌ଏ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ୪୦ ଚାଇନା ସୈନ୍ୟ ନିହତ ହୋଇଥିଲେ। ତେବେ ଚାଇନା କେବଳ ୪ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଥିଲା। ଏହି ଘଟଣାର ପ୍ରାୟ ବର୍ଷେ ପରେ ଗତ ବର୍ଷ ଜୁଲାଇରେ ଉଭୟ ଦେଶ ମିଳିତ ସହମତିରେ ସଂଘର୍ଷସ୍ଥଳୀରୁ ୨ କି.ମି. ଦୂର ପର୍ଯ୍ୟନ୍ତ ସୈନ୍ୟ ହଟାଇବାକୁ ରାଜି ହୋଇଥିଲେ।

ଗଲ୍‌ଓ୍ବାନରେ ପତାକା ଉଡ଼ାଇଲା

ନୂଆବର୍ଷର ପ୍ରଥମ ଦିନରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ନିଜ ପତାକା ରଖିଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଚାଇନା ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ ଏହି ଭିଡିଓ ଟୁଇଟ୍‌ କରିଛି। ଭାରତ ସୀମା ନିକଟ ଗଲଓ୍ବାନ ଘାଟିରେ ‘ଇଞ୍ଚେ ଜାଗା ନ ଛାଡ଼ିବା’ ନୀତିରେ ପିଏଲ୍‌ଏ ସେନା ଜାନୁୟାରୀ ୧ରେ ଚାଇନା ଲୋକଙ୍କୁ ନୂଆବର୍ଷର ଅଭିନନ୍ଦନ ବାର୍ତ୍ତା ଦେଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ଭାରତ ସୀମାରେ ଚାଇନାର ଏଭଳି କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେଠାରେ କେବଳ ତ୍ରିରଙ୍ଗା ହିଁ ଶୋଭା ପାଇବ। ଚାଇନାକୁ କେନ୍ଦ୍ର ସରକାର ଜବାବ ଦିଅନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଚାଇନା ବିବାଦୀୟ ସ୍ଥାନରେ ପତାକା ଉତ୍ତୋଳନ କରି ନ ଥିବା ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ସୋସିଆଲ ମିଡିଆରେ ଚାଇନା ପକ୍ଷରୁ ଜାରି କରାଯାଇଥିବା ଭିଡିଓ ଅନୁସାରେ, ପତାକା ଉତ୍ତୋଳନ ସ୍ଥାନ ଆରମ୍ଭରୁ ଚାଇନା ନିୟନ୍ତ୍ରଣରେ ରହିଛି। ୨୦୨୦ ଜୁନ୍‌ରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷସ୍ଥଳୀରେ ଉକ୍ତ ପତାକା ଉଡ଼ାଯାଇ ନ ଥିବା ଭାରତୀୟ ସେନା ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?