ଆମେରିକା କଟକଣା ଜାରି କରିଥିବା ଚାଇନା ସେନା ଅଧିକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କଲେ ଜିନପିଙ୍ଗ…

ବେଜିଂ,୧୨।୩ : ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ରେକର୍ଡ ତୃତୀୟ ଥର ପାଇଁ କ୍ଷମତା ଦିଆଯାଇଛି। ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ମଧ୍ୟ ଜିନପିଙ୍ଗଙ୍କ ଦ୍ୱାରା ପ୍ରସ୍ତାବିତ ନାମରେ ସରକାରଙ୍କ ବିଭିନ୍ନ ପଦବୀ ନ୍ୟସ୍ତ କରିବାର କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ପରେ କମ୍ୟୁନିଷ୍ଟ ପାର୍ଟି ଜେନେରାଲ ଶି ଶାଙ୍ଗଫୁଙ୍କୁ ତାଙ୍କ ପାର୍ଟି କଂଗ୍ରେସରେ ଚାଇନା ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। ୬୫ ବର୍ଷ ବୟସ୍କ ଶାଙ୍ଗଫୁ ଖୁବ ଶୀଘ୍ର ୱାଇ ଫେଙ୍ଗେଙ୍କ ସ୍ଥାନ ନେବେ। ଫେଙ୍ଗେ ଅକ୍ଟୋବରରେ ଚାଇନା କେନ୍ଦ୍ରୀୟ ସାମରିକ ଆୟୋଗରେ ତାଙ୍କ ପଦରୁ ଇସ୍ତଫା ଘୋଷଣା କରିଥିଲେ।
ଲି ଶାଙ୍ଗଫୁ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଜଣେ ଜଣାଶୁଣା ଚେହେରା। ଜିନପିଙ୍ଗଙ୍କ ନେତୃତ୍ୱରେ ତାଙ୍କୁ ୨୦୧୫ରେ ସେନାର ଷ୍ଟ୍ରାଟେଜିକ ସପୋର୍ଟ ଫୋର୍ସ ଶାଖାର ଏକ ଅଂଶ କରାଯାଇଥିଲା। ସ୍ପେସ, ସାଇବର ଟେକ୍ନୋଲୋଜି, ରାଜନୈତିକ ଏବଂ ଇଲୋକ୍ଟ୍ରୋନିକ୍ସ ଯୁଦ୍ଧ କ୍ଷେତ୍ରରେ ଚାଇନାକୁ ଆଗକୁ ନେବା ପାଇଁ ଏହି ଶାଖା ସୃଷ୍ଟି କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଶାଙ୍ଗଫୁଙ୍କ ନିଯୁକ୍ତି ଆମେରିକା-ଚାଇନା ସମ୍ପର୍କ ପାଇଁ ଅଧିକ ଅସୁବିଧା ସୃଷ୍ଟି କରିପାରେ। ବାସ୍ତବରେ,୨୦୧୮ରେ, ଆମେରିକା ଶାଙ୍ଗଫୁ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୱାଶିଂଟନ କହିଥିଲା ଯେ ଚାଇନାର ସୁଖୋଇ -୩୫ଯୁଦ୍ଧ ବିମାନ ଏବଂ ରୁଷିଆରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାରେ ଶାଙ୍ଗଫୁ ପ୍ରମୁଖ ଭୂମିକା ଗ୍ରହଣ କରଥିଲେ। ଏହି ସମୟ ମଧ୍ୟରେ, ଶାଙ୍ଗଫୁ ଚାଇନାର ପ୍ରତିରକ୍ଷା ପ୍ରଯୁକ୍ତିର ଆଧୁନିକୀକରଣର ତଦାରଖ କରୁଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ସାମରିକ ଆୟୋଗରେ ଉପକରଣ ବିକାଶ ବିଭାଗର ନିର୍ଦ୍ଦେଶକ ଥିଲେ।
କେବଳ ଏତିକି ନୁହେଁ, ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି କହିଥିଲା ଯେ ତାଙ୍କ ନାମରେ ଆମେରିକାର ନିର୍ବାଚନ ପ୍ରକ୍ରିୟାରେ ରୁଷିଆର ହସ୍ତକ୍ଷେପ ଯୋଗୁ ରୁଷିଆର ଅସ୍ତ୍ର ବିକ୍ରେତା ଶାଙ୍ଗଫୁ ଏବଂ ତାଙ୍କ ବିଭାଗ ଉପରେ ବ୍ୟାପକ କଟକଣା ଲାଗୁ କରାଯାଇଛି। ଶାଙ୍ଗଫୁ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଅନୁଯାୟୀ ସେ ଆମେରିକାର ପ୍ରାଧିକରଣରେ କୌଣସି କାରବାରରେ ଭାଗ ନେଇପାରିବେ ନାହିଁ। ଏହା ବ୍ୟତୀତ ତାଙ୍କୁ ଆମେରିକାର ଆର୍ଥିକ ବ୍ୟବସ୍ଥାରେ କାରବାରରୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥିଲା। କେବଳ ଏତିକି ନୁହେଁ, ଆମେରିକାରେ ଶାଙ୍ଗଫୁ କିମ୍ବା ତାଙ୍କର ସମ୍ପତ୍ତି ଏବଂ ତାଙ୍କ ଭିଜା ମଧ୍ୟ ବାରଣ କରାଯାଇଥିଲା।

ବିଶେଷକରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଶାଙ୍ଗଫୁଙ୍କ ସହିତ ବୈଠକ ସମୟରେ ଆମେରିକାକୁ ମଧ୍ୟ ଏହାର ପୁରୁଣା ନିୟମ ଏବଂ ପ୍ରତିବନ୍ଧକ ହଟାଇବାକୁ ପଡିବ, ଯାହା ଦ୍ୱାରା ଚାଇନା ସହିତ ଏକ ଲାଭଦାୟକ ଚୁକ୍ତିର ପଥ ସୁଗମ ହୋଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri