ପିଲାଙ୍କ ଚାଉଳ ହେରଫେର

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅନୁପୂରକ ପୁଷ୍ଟିକର କାର୍ଯ୍ୟକ୍ରମ(ଏସ୍‌ଏନ୍‌ପି) ଜରିଆରେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଚାଉଳ ଯୋଗାଣରେ ବ୍ୟାପକ ହେରଫେର ହୋଇଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳକୁ ଜିଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ) ଏବଂ ପରିହବନ ଏଜେଣ୍ଟ (ଟି.ଏ) ମିଳିମିଶି ହଡ଼ପ କରୁଛନ୍ତି। ଅନୁଗୋଳ ଜିଲା ଡିଏସ୍‌ଡବ୍ଲ୍ୟୁଓଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରୁ ୧.୧୪ କୋଟି ଟଙ୍କାର ୩,୩୯୮.୨୫ କୁଇଣ୍ଟାଲ ଚାଉଳକୁ ହଡ଼ପ କରାଯାଇଛି। ଡିଏସ୍‌ଡବ୍ଲ୍ୟୁଙ୍କ ଜାଣତରେ ଏହି ଅନିୟମିତତା ହୋଇଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ହେରଫେରର ପର୍ଦ୍ଦାଫାଶ କରିଛନ୍ତି। ଏଥିସହିତ ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ସୁପାରିଶ କରିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଜରିଆରେ ଏସ୍‌ଏନ୍‌ପି କାର୍ଯ୍ୟକାରୀ ହେଉଛି। ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପାୈରାଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ ନେତୃତ୍ୱରେ ଅତି କମ୍‌ରେ ଗୋଟିଏ ସମନ୍ବିତ ଶିଶୁ ବିକାଶ ସେବା(ଆଇସିଡିଏସ୍‌) ପ୍ରକଳ୍ପ ରହିଛି। ସିଡିପିଓମାନେ ପରିଚାଳନା କରୁଥିବା ଏସ୍‌ଏନ୍‌ପିକୁ ଜିଲା ସମାଜ କଲ୍ୟାଣ ଅଧିକାରୀ ତଦାରଖ କରିଥାନ୍ତି। ଏସ୍‌ଏନ୍‌ପି ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ବର୍ଷର ପିଲାମାନଙ୍କୁ ପ୍ରତ୍ୟେକ ଦିନ ଗରମ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ପିଲାମାନଙ୍କ ସହିତ ଅଙ୍ଗନୱାଡି କର୍ମୀ ଓ ହେଲ୍‌ପର ମଧ୍ୟ ଗରମ ରନ୍ଧା ଖାଦ୍ୟ ଖାଇଥାଆନ୍ତି। ପ୍ରତ୍ୟେକଙ୍କୁ ୮୦ ଗ୍ରାମ ଲେଖାଏ ଚାଉଳ ଭାରତୀୟ ଖାଦ୍ୟ ନିଗମ କିମ୍ବା ଓଡିଶା ରାଜ୍ୟ ଯୋଗାଣ ନିଗମ ଗୋଦାମରୁ ଟେଣ୍ଡର ଜରିଆରେ ଜିଲାପାଳଙ୍କ ଦ୍ୱାରା ଚୟନ କରାଯାଇଥିବା ପରିହବନ ଏଜେଣ୍ଟ (ଟିଏ)ମାନଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଏ। ସିଏଜି ତାଙ୍କ ଅଡିଟରେ ଜାଣିବାକୁ ପାଇଛନ୍ତି ଯେ ଡିଏସ୍‌ଡବ୍ଲ୍ୟୁ ଅନୁଗୋଳ ଅଧୀନରେ ଥିବା ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, କଣିହା ଏବଂ ପାଲଲହଡ଼ା ଆଇସିଡିଏସ ପ୍ରକଳ୍ପ ଅଧୀନରେ ଥିବା ୧୦୪୫ ଅଙ୍ଗନୱାଡି କେନ୍ଦ୍ରକୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୨୦,୨୩୩.୯୮ କୁଇଣ୍ଟାଲ ଚାଉଳ ବଣ୍ଟାଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ପରିଚାଳିତ ଷ୍ଟକ ରେଜିଷ୍ଟର ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ କେନ୍ଦ୍ରଗୁଡ଼ିକୁ ୧୬,୮୩୫.୭୩ କୁଇଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି। ହେଲେ ଏଥିରୁ ୩,୩୯୮.୨୫ କୁଇଣ୍ଟାଲ ଚାଉଳକୁ ଆତ୍ମସାତ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୧୬-୧୭ ବର୍ଷର ମୂଲ୍ୟ ଅନୁଯାୟୀ ହଡ଼ପ ହୋଇଥିବା ଚାଉଳ ମୂଲ୍ୟ ୧.୧୪ କୋଟି ଟଙ୍କା ଆକଳନ କରାଯାଇଥିଲା। ଅଡିଟରୁ ଜଣାପଡିଛି ଯେ, ଅଙ୍ଗନୱାଡି କେନ୍ଦ୍ରରେ ଚାଉଳ ବିତରଣ ପରେ ପରିବହନ ଏଜେଣ୍ଟ ଚାଲାଣ / ୱେ-ବିଲ୍‌ଗୁଡ଼ିକୁ ଡିଏସ୍‌ଡବ୍ଲ୍ୟୁ ଏବଂ ସିଡିପିଓମାନଙ୍କୁ ଦେଇ ନ ଥିଲେ। କେବଳ ସେତିକି ନୁହେଁ ପରିବହନ ଏଜେଣ୍ଟ ସିଡିପିଓଙ୍କୁ ଅଙ୍ଗନୱାଡିରେ ଯୋଗାଇଥିବା ଚାଉଳ ପରିମାଣର ପ୍ରମାଣପତ୍ର ନେଇ ନ ଥିଲେ। ଚୁକ୍ତିନାମାର ଧାରା(୪)କୁ ଉଲ୍ଲଂଘନ କରି ଡିଏସ୍‌ଡବ୍ଲ୍ୟୁଙ୍କ ନିକଟରେ ବିଲ୍‌ ଦାଖଲ କରିଥିଲେ। ଚୁକ୍ତିଭତ୍ତିିିକ ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଇଥିଲେ ମଧ୍ୟ ଡିଏସ୍‌ଡବ୍ଲ୍ୟୁ ଏଥିପ୍ରତି ଦୃଷ୍ଟି ନ ଦେଇ ପରିବହନ ବାବଦକୁ ଏଜେଣ୍ଟଙ୍କୁ ୧୨.୫୬ ଲକ୍ଷ ଟଙ୍କା ଦେଇଥିଲେ। ସବୁଠାରୁ ମୁଖ୍ୟ ବିଷୟ ଯେ ସିଡିପିଓ ଆଠମଲ୍ଲିକ ପରିବହନ ଏଜେଣ୍ଟଙ୍କ ଦ୍ୱାରା କମ୍‌ ଚାଉଳ ଯୋଗାଣ ନେଇ ଡିଏସ୍‌ଡବ୍ଲ୍ୟୁଙ୍କୁ ଜଣାଇଥିଲେ ଥିଲେ ମଧ୍ୟ କାୈଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ମାତ୍ର ଅନ୍ୟ ସିଡିପିଓମାନେ କମ୍‌ ଚାଉଳ ପାଇଥିଲେ ମଧ୍ୟ ତାହା ଜଣାଇ ନ ଥିଲେ। ଡିଏସ୍‌ଡବ୍ଲ୍ୟୁଓ ସିଡିପିଓମାନଙ୍କୁ ଅଣଦେଖା କରିବାରୁ ପରିବହନ ଏଜେଣ୍ଟମାନେ ଅଧିକ ଚାଉଳ ଯୋଗାଣ ଦର୍ଶାଇବାକୁ ଏକ ସୁଯୋଗ ପାଇଲେ। ପରିବହନ ଏଜେଣ୍ଟଙ୍କ ସହ ମିଶି ଡିଏସଡବ୍ଲ୍ୟୁ ୩୩୯୮.୨୫ କୁଇଣ୍ଟାଲ ବାବଦ ୧.୧୪ କୋଟି ଟଙ୍କାକୁ ଆତ୍ମସାତ କରିଥିବା ନେଇ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଡିଏସ୍‌ଡବ୍ଲ୍ୟୁଓ ଏହି ହେରଫେରକୁ ନେଇ ଯେଉଁ ସ୍ପଷ୍ଟୀକରଣ ଦେଇଥିଲେ ତାହା ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳରେ ବାଟମାରଣାକୁ ସ୍ପଷ୍ଟ ଦର୍ଶାଉଥିବା ସିଏଜି ଜାଣିବାକୁ ପାଇଛନ୍ତି। ଡିଏସ୍‌ଡବ୍ଲ୍ୟୁଓଙ୍କ ଦ୍ୱାରା ଜାଣିଶୁଣି ଏଭଳି ଦୁର୍ନୀତି କରାଯାଇଛି। ଏହି ଘଟଣାର ବିଭାଗ ଦ୍ୱାରା ଅନୁସନ୍ଧାନ କରିବା ସହ ଅନ୍ୟାନ୍ୟ ଅଙ୍ଗନୱାଡିକୁ ଯୋଗାଇ ଦିଆଯାଉଥିବା ଚାଉଳର ଯାଞ୍ଚ ହେବା ଜରୁରୀ। ଏଥିରେ ସମ୍ପୃକ୍ତ ପରିହବନ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଏଜି ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri