ପିଲାଙ୍କ ଚାଉଳ ହେରଫେର

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅନୁପୂରକ ପୁଷ୍ଟିକର କାର୍ଯ୍ୟକ୍ରମ(ଏସ୍‌ଏନ୍‌ପି) ଜରିଆରେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଚାଉଳ ଯୋଗାଣରେ ବ୍ୟାପକ ହେରଫେର ହୋଇଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳକୁ ଜିଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ) ଏବଂ ପରିହବନ ଏଜେଣ୍ଟ (ଟି.ଏ) ମିଳିମିଶି ହଡ଼ପ କରୁଛନ୍ତି। ଅନୁଗୋଳ ଜିଲା ଡିଏସ୍‌ଡବ୍ଲ୍ୟୁଓଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରୁ ୧.୧୪ କୋଟି ଟଙ୍କାର ୩,୩୯୮.୨୫ କୁଇଣ୍ଟାଲ ଚାଉଳକୁ ହଡ଼ପ କରାଯାଇଛି। ଡିଏସ୍‌ଡବ୍ଲ୍ୟୁଙ୍କ ଜାଣତରେ ଏହି ଅନିୟମିତତା ହୋଇଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ହେରଫେରର ପର୍ଦ୍ଦାଫାଶ କରିଛନ୍ତି। ଏଥିସହିତ ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ସୁପାରିଶ କରିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଜରିଆରେ ଏସ୍‌ଏନ୍‌ପି କାର୍ଯ୍ୟକାରୀ ହେଉଛି। ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପାୈରାଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ ନେତୃତ୍ୱରେ ଅତି କମ୍‌ରେ ଗୋଟିଏ ସମନ୍ବିତ ଶିଶୁ ବିକାଶ ସେବା(ଆଇସିଡିଏସ୍‌) ପ୍ରକଳ୍ପ ରହିଛି। ସିଡିପିଓମାନେ ପରିଚାଳନା କରୁଥିବା ଏସ୍‌ଏନ୍‌ପିକୁ ଜିଲା ସମାଜ କଲ୍ୟାଣ ଅଧିକାରୀ ତଦାରଖ କରିଥାନ୍ତି। ଏସ୍‌ଏନ୍‌ପି ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ବର୍ଷର ପିଲାମାନଙ୍କୁ ପ୍ରତ୍ୟେକ ଦିନ ଗରମ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ପିଲାମାନଙ୍କ ସହିତ ଅଙ୍ଗନୱାଡି କର୍ମୀ ଓ ହେଲ୍‌ପର ମଧ୍ୟ ଗରମ ରନ୍ଧା ଖାଦ୍ୟ ଖାଇଥାଆନ୍ତି। ପ୍ରତ୍ୟେକଙ୍କୁ ୮୦ ଗ୍ରାମ ଲେଖାଏ ଚାଉଳ ଭାରତୀୟ ଖାଦ୍ୟ ନିଗମ କିମ୍ବା ଓଡିଶା ରାଜ୍ୟ ଯୋଗାଣ ନିଗମ ଗୋଦାମରୁ ଟେଣ୍ଡର ଜରିଆରେ ଜିଲାପାଳଙ୍କ ଦ୍ୱାରା ଚୟନ କରାଯାଇଥିବା ପରିହବନ ଏଜେଣ୍ଟ (ଟିଏ)ମାନଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଏ। ସିଏଜି ତାଙ୍କ ଅଡିଟରେ ଜାଣିବାକୁ ପାଇଛନ୍ତି ଯେ ଡିଏସ୍‌ଡବ୍ଲ୍ୟୁ ଅନୁଗୋଳ ଅଧୀନରେ ଥିବା ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, କଣିହା ଏବଂ ପାଲଲହଡ଼ା ଆଇସିଡିଏସ ପ୍ରକଳ୍ପ ଅଧୀନରେ ଥିବା ୧୦୪୫ ଅଙ୍ଗନୱାଡି କେନ୍ଦ୍ରକୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୨୦,୨୩୩.୯୮ କୁଇଣ୍ଟାଲ ଚାଉଳ ବଣ୍ଟାଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ପରିଚାଳିତ ଷ୍ଟକ ରେଜିଷ୍ଟର ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ କେନ୍ଦ୍ରଗୁଡ଼ିକୁ ୧୬,୮୩୫.୭୩ କୁଇଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି। ହେଲେ ଏଥିରୁ ୩,୩୯୮.୨୫ କୁଇଣ୍ଟାଲ ଚାଉଳକୁ ଆତ୍ମସାତ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୧୬-୧୭ ବର୍ଷର ମୂଲ୍ୟ ଅନୁଯାୟୀ ହଡ଼ପ ହୋଇଥିବା ଚାଉଳ ମୂଲ୍ୟ ୧.୧୪ କୋଟି ଟଙ୍କା ଆକଳନ କରାଯାଇଥିଲା। ଅଡିଟରୁ ଜଣାପଡିଛି ଯେ, ଅଙ୍ଗନୱାଡି କେନ୍ଦ୍ରରେ ଚାଉଳ ବିତରଣ ପରେ ପରିବହନ ଏଜେଣ୍ଟ ଚାଲାଣ / ୱେ-ବିଲ୍‌ଗୁଡ଼ିକୁ ଡିଏସ୍‌ଡବ୍ଲ୍ୟୁ ଏବଂ ସିଡିପିଓମାନଙ୍କୁ ଦେଇ ନ ଥିଲେ। କେବଳ ସେତିକି ନୁହେଁ ପରିବହନ ଏଜେଣ୍ଟ ସିଡିପିଓଙ୍କୁ ଅଙ୍ଗନୱାଡିରେ ଯୋଗାଇଥିବା ଚାଉଳ ପରିମାଣର ପ୍ରମାଣପତ୍ର ନେଇ ନ ଥିଲେ। ଚୁକ୍ତିନାମାର ଧାରା(୪)କୁ ଉଲ୍ଲଂଘନ କରି ଡିଏସ୍‌ଡବ୍ଲ୍ୟୁଙ୍କ ନିକଟରେ ବିଲ୍‌ ଦାଖଲ କରିଥିଲେ। ଚୁକ୍ତିଭତ୍ତିିିକ ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଇଥିଲେ ମଧ୍ୟ ଡିଏସ୍‌ଡବ୍ଲ୍ୟୁ ଏଥିପ୍ରତି ଦୃଷ୍ଟି ନ ଦେଇ ପରିବହନ ବାବଦକୁ ଏଜେଣ୍ଟଙ୍କୁ ୧୨.୫୬ ଲକ୍ଷ ଟଙ୍କା ଦେଇଥିଲେ। ସବୁଠାରୁ ମୁଖ୍ୟ ବିଷୟ ଯେ ସିଡିପିଓ ଆଠମଲ୍ଲିକ ପରିବହନ ଏଜେଣ୍ଟଙ୍କ ଦ୍ୱାରା କମ୍‌ ଚାଉଳ ଯୋଗାଣ ନେଇ ଡିଏସ୍‌ଡବ୍ଲ୍ୟୁଙ୍କୁ ଜଣାଇଥିଲେ ଥିଲେ ମଧ୍ୟ କାୈଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ମାତ୍ର ଅନ୍ୟ ସିଡିପିଓମାନେ କମ୍‌ ଚାଉଳ ପାଇଥିଲେ ମଧ୍ୟ ତାହା ଜଣାଇ ନ ଥିଲେ। ଡିଏସ୍‌ଡବ୍ଲ୍ୟୁଓ ସିଡିପିଓମାନଙ୍କୁ ଅଣଦେଖା କରିବାରୁ ପରିବହନ ଏଜେଣ୍ଟମାନେ ଅଧିକ ଚାଉଳ ଯୋଗାଣ ଦର୍ଶାଇବାକୁ ଏକ ସୁଯୋଗ ପାଇଲେ। ପରିବହନ ଏଜେଣ୍ଟଙ୍କ ସହ ମିଶି ଡିଏସଡବ୍ଲ୍ୟୁ ୩୩୯୮.୨୫ କୁଇଣ୍ଟାଲ ବାବଦ ୧.୧୪ କୋଟି ଟଙ୍କାକୁ ଆତ୍ମସାତ କରିଥିବା ନେଇ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଡିଏସ୍‌ଡବ୍ଲ୍ୟୁଓ ଏହି ହେରଫେରକୁ ନେଇ ଯେଉଁ ସ୍ପଷ୍ଟୀକରଣ ଦେଇଥିଲେ ତାହା ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳରେ ବାଟମାରଣାକୁ ସ୍ପଷ୍ଟ ଦର୍ଶାଉଥିବା ସିଏଜି ଜାଣିବାକୁ ପାଇଛନ୍ତି। ଡିଏସ୍‌ଡବ୍ଲ୍ୟୁଓଙ୍କ ଦ୍ୱାରା ଜାଣିଶୁଣି ଏଭଳି ଦୁର୍ନୀତି କରାଯାଇଛି। ଏହି ଘଟଣାର ବିଭାଗ ଦ୍ୱାରା ଅନୁସନ୍ଧାନ କରିବା ସହ ଅନ୍ୟାନ୍ୟ ଅଙ୍ଗନୱାଡିକୁ ଯୋଗାଇ ଦିଆଯାଉଥିବା ଚାଉଳର ଯାଞ୍ଚ ହେବା ଜରୁରୀ। ଏଥିରେ ସମ୍ପୃକ୍ତ ପରିହବନ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଏଜି ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?