ଦୋଛକିରେ ପିଲାଙ୍କ ସ୍ବାସ୍ଥ୍ୟ, ଭବିଷ୍ୟତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ଏସ୍‌ଓପି ମଧ୍ୟ ଜାରି ହୋଇଛି। କରୋନା କଟକଣାକୁ କିଭଳି କଡ଼ାକଡ଼ି ଭାବେ ପାଳନ କରି ପିଲାଙ୍କ ପାଠପଢ଼ା ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ସହିତ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ତେଣୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲୁଛନ୍ତି। ତେବେ ରାଜ୍ୟରେ ଏବେ ବି କୋଭିଡ୍‌ ସଂକ୍ରମଣ ଭୟ ଲାଗି ରହିଛି। ଦୈନିକ ପ୍ରାୟ ୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅପରପକ୍ଷରେ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏଯାବତ୍‌ କୋଭିଡ୍‌ ଟିକା ଦିଆଯାଇ ନାହିଁ। ନଭେମ୍ବରରେ ଟିକା ଦିଆଯିବା ପାଇଁ କୁହାଯାଇଥିଲେ ସୁଦ୍ଧା ସରକାର ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏପରିସ୍ଥିତିରେ ପିଲାମାନେ କରୋନା କଟକଣାକୁ କିଭଳି ସ୍କୁଲ ପରିସରରେ ମାନି ପାଠପଢ଼ିବେ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ପିଲାଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତାରେ ଅଛନ୍ତି।
କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ଦଶମ ଓ ଦ୍ୱାଦଶ ଏବଂ ପରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲେ। କ୍ଲାସ୍‌ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ସ୍କୁଲରେ ପିଲା ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ପିଲାଙ୍କୁ ଟିକା ଦିଆଯାଇ ନ ଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବହୁ ଅଭିଭାବକ ସ୍କୁଲ ଛାଡ଼ିବା ପାଇଁ ଭୟ କରୁଛନ୍ତି। ଏ ନେଇ ବେବିରାଣୀ ସାହୁ ନାମ୍ନୀ ଜଣେ ଅଭିଭାବକ କହିଛନ୍ତି, ଦୀର୍ଘ ମାସ ହେଲାଣି ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି। ପିଲାମାନେ ଘରେ ରହି ବୋର୍‌ ହେଲେଣି ଓ ସ୍କୁଲ ଯିବା ପାଇଁ ଚାହୁଁଛନ୍ତି। ସ୍କୁଲ ଖୋଲିବା ଭଲ ପଦକ୍ଷେପ। କିନ୍ତୁ କରୋନାକୁ ନେଇ ଭୟ ଲାଗୁଛି। ପିଲାମାନେ ସାଙ୍ଗସାଥୀଙ୍କ ସହ ମିଶିଲେ ସାମାଜିକ ଦୂରତାକୁ ମାନିବେ ନାହିଁ। ପିଲା ସ୍କୁଲ ଯିବା ବିପଦ ବୋଲି ମନେ ହେଉଛି। ଯଦି ସ୍କୁଲରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଏ ଓ ତାକୁ ତଦାରଖ କରାଯାଏ, ତେବେ ପିଲାମାନେ ଠିକ୍‌ରେ ରହିପାରିବେ। ନଚେତ୍‌ ପୁଣି ସ୍କୁଲରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିବ ବୋଲି ବେବିରାଣୀଙ୍କ ଭଳି ଅନ୍ୟ ଅଭିଭାବକମାନେ କହିଛନ୍ତି।
ସେପଟେ ଏ ସଂକ୍ରାନ୍ତରେ ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ସବୁ ଶ୍ରେଣୀର ପିଲାଙ୍କ ପାଇଁ ଏବେ ସ୍କୁଲ ଖୋଲିଯିବା ଦରକାର। କିନ୍ତୁ ସ୍କୁଲରେ ସମସ୍ତ କରୋନା କଟକଣା ଠିକ୍‌ରେ ପାଳନ କରିବା ସହିତ ପିଲାମାନଙ୍କୁ ଜଗିବା ଉଚିତ। ସେହିଭଳି ଶିକ୍ଷାବିତ୍‌ ଅମରେନ୍ଦ୍ର ଦାସ କହିଛନ୍ତି, ସବୁ ପିଲା ଅନ୍‌ଲାଇନ ଶିକ୍ଷା ପାଇପାରୁ ନାହାନ୍ତି। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା ଓ ଆର୍ଥତ୍କ ଅନଗ୍ରସର ପିଲାଙ୍କ ପାଇଁ ସ୍ମାର୍ଟ ଫୋନର ଅଭାବ ଯୋଗୁ ସେମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ସ୍କୁଲ ଖୋଲିଲେ ପିଲାମାନେ ପାଠ ପଢ଼ି ଭବିଷ୍ୟତ ଗଢ଼ି ପାରିବେ। ନଚେତ୍‌ ବହୁ ପିଲା ପାଠପଢ଼ା ଛାଡ଼ିଦେବାର ଆଶଙ୍କା ରହିଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଗାଇଡ୍‌ଲାନକୁ ଠିକ୍‌ରେ ପାଳନ କରାଯାଉଛି କି ନାଁ ତାହା ଯାଞ୍ଚ ହେବା ଉଚିତ। ଅଭିଭାବକମାନେ ମଧ୍ୟ ସ୍କୁଲ ଯାଇ ସବୁ ସୁବିଧା ଦେଖି ପିଲାଙ୍କୁ ଛାଡ଼ିବା ଦରକାର। ଓଷ୍ଟାର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ଭଲ ପଦକ୍ଷେପ। କିନ୍ତୁ ରାଜ୍ୟରେ କରୋନାର ସ୍ଥିତି ଏବେ ଯେମିତି ଅଛି ଅନ୍ତତଃ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା କରନ୍ତୁ। କାରଣ ଓଡ଼ିଶାରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସମ୍ଭବ ନୁହେଁ।
ସୂଚନାଯୋଗ୍ୟ, ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ପିଲା ସ୍କୁଲ୍‌ ଯିବେ। ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରିବେ। ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ ପିଲାଙ୍କ ଉପରେ ନଜର ରଖିବ। ଲକ୍ଷଣ ଥିବା ପିଲାଙ୍କର ଟେଷ୍ଟିଂ କରାଯିବ। ଶିକ୍ଷକ ଓ କର୍ମଚାରୀ ଡବଲ୍‌ ଡୋଜ୍‌ ଟିକା ନେଇଛନ୍ତି ନା ନାହିଁ, ତା’ଉପରେ ତୀକ୍ଷ୍ଣ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?