ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ ରୋଗ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସଜାଗ ହୋଇରହିଥାନ୍ତି। ବର୍ଷାଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ, ଉତ୍ତାପ ଅଧିକ ଥାଏ। ଫଳରେ ଶରୀର ମଧ୍ୟରୁ ନିଷ୍କାସିତ ହେଉଥିବା ଝାଳ ବାୟୁମଣ୍ଡଳକୁ ପ୍ରବେଶ କରିପାରେନାହିଁ। ଏହା ବାଷ୍ପୀଭୂତ ନ ହେବା ଫଳରେ ଶରୀର ଶୀତଳ ହୁଏ ନାହିଁ ଓ ଅଧିକ ଗରମ ଅନୁଭୂତ ହୁଏ। ଏହାକୁ ଗୁଳୁଗୁଳି କୁହାଯାଏ। ଏହାଦ୍ୱାରା ଅନେକ ଚର୍ମରୋଗ ଦେଖାଯାଏ।
ଭୂତାଣୁ, ଜୀବାଣୁ, କୀଟାଣୁ, କୀଟପତଙ୍ଗ ସମସ୍ତଙ୍କର ବଂଶ ଆଶାତୀତ ବୃଦ୍ଧିପାଏ। ଏହା ପ୍ରଜନନ ଋତୁ। ତେଣୁ ରୋଗ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥାଏ। ବର୍ଷାଜଳ ନଦୀ, ପୁଷ୍କରିଣୀ, ନାଳନର୍ଦ୍ଦମା ସବୁକୁ ଏକାକାର କରିଦିଏ।
ଏପରିକି ପ୍ରଥମ ହେଉଥିବା ବର୍ଷାଜଳ ଅମ୍ଳଯୁକ୍ତହୋଇ ଦୂଷିତ ଜଳ ବର୍ଷା ହୋଇଥାଏ। ସାପ, ବିଛା, ବିଷାକ୍ତ କୀଟ ଏମାନଙ୍କର ଗାତରେ ଜଳ ପ୍ରବେଶ ଫଳରେ ବାସଗୃହ ମଧ୍ୟରେ ପ୍ରବେଶ କରନ୍ତି ଓ ସର୍ପ ଦଂଶନ, କୀଟ ଦଂଶନ ଇତ୍ୟାଦିର ପ୍ରକୋପ ଦେଖାଦିଏ।
ବର୍ଷାଋତୁରେ ଶିଶୁମାନଙ୍କ ମୁଖ୍ୟ ରୋଗ ମଧ୍ୟରୁ ଥଣ୍ଡା ବା ସର୍ଦ୍ଦି ପ୍ରଧାନ। ଏହା ପ୍ରାୟ ୨ଶହ ପ୍ରକାର ଭୂତାଣୁ ହେତୁ ହୋଇଥାଏ। ସେମାନଙ୍କ ମଧ୍ୟରୁ ରାଇନୋଭାଇରସ୍‌ ପ୍ରଧାନ। ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ମଧ୍ୟ ଏହି ସମୟରେ ଦେଖାଯାଇଥାଏ। ଏହି ଭୂତାଣୁ ନିଃଶ୍ୱାସପ୍ରଶ୍ୱାସ, ଛିଙ୍କ, କାଶ ଓ ସ୍ପର୍ଶ ଦ୍ୱାରା ବ୍ୟାପିଥାଏ। ଗେଲ କରିବା ଫଳରେ, ଏକା ରୁମାଲରେ ମୁହଁ ପୋଛିବା, ଗୋଟିଏ କୋଠରିରେ ରହିବା ଯୋଗୁ ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନ ଥିବାରୁ ଶିଶୁମାନଙ୍କୁ ରୋଗ ଅଧିକ ଦିନ ରହିବା ସହ ଅନ୍ୟାନ୍ୟ ଉପସର୍ଗ ଦେଖାଦିଏ। ଥଣ୍ଡା ପରେ ଶ୍ୱାସ, କାନପଚା, ନିମୋନିଆ ଇତ୍ୟାଦି ବୃଦ୍ଧି ପାଇଥାଏ। ପ୍ରଥମେ ଥଣ୍ଡାରୋଗରେ ନାକରୁ ପାଣି ବାହାରେ, କାଶ, ତଣ୍ଟି ଘା, ଦେହ ହାତ ବ୍ୟଥା ଓ ଭୋକ ହୋଇ ନ ଥାଏ, ଜ୍ୱର ମଧ୍ୟ ଶିଶୁମାନଙ୍କଠାରେ ଦେଖାଯାଇଥାଏ।
ରୋଗ ସଂକ୍ରମଣର ୧୬ ଘଣ୍ଟା ପରେ ଦେହ ହାତ ବିନ୍ଧାହୋଇଥାଏ। ୨ ଦିନ ପରେ ନାକରୁ ପାଣି ବାହାରି ଛିଙ୍କ, କାଶ ହୋଇଥାଏ। ୭ରୁ ୧୦ ଦିନ ମଧ୍ୟରେ ମନକୁ ମନ ରୋଗ ଭଲ ହୋଇଯାଏ। ସମୟ ସମୟରେ କାଶ ୨୧ରୁ ୨୫ ଦିନ ପର୍ଯ୍ୟନ୍ତ ରହିଥାଏ। ଯେହେତୁ ଥଣ୍ଡା ରୋଗଟି ଭୂତାଣୁଜନିତ ଏଥିପାଇଁ କୌଣସି ଔଷଧ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ଜ୍ୱର, ଦେହ ବ୍ୟଥା ପାଇଁ ଔଷଧ ଦେବା ଉଚିତ। ଏ କ୍ଷେତ୍ରରେ ଭିଟାମିନ୍‌ ସି ବିଶେଷ ଭାବରେ ଉପକାରୀ। ଆଣ୍ଟିବାୟୋଟିକ୍‌ର ବ୍ୟବହାର ଫଳରେ କୌଣସି ଉପକାର ମିଳି ନ ଥାଏ। ଇନ୍‌ଫ୍ଲୁଏଞ୍ଜା ରୋଗ ଫଳରେ ଅଧିକ ଜ୍ୱର ଓ ଶ୍ୱାସକଷ୍ଟ ଦୁର୍ବଳତା ଅନୁଭୂତ ହୋଇଥାଏ; ଯାହାକି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
ଥଣ୍ଡା ଓ ଇନ୍‌ଫ୍ଲୁଏଞ୍ଜାରୁ ରକ୍ଷା ପାଇବା ପାଇଁ ଶିଶୁକୁ ଥଣ୍ଡା ରୋଗୀଠାରୁ ଦୂରେଇରଖନ୍ତୁ। ତା’ର ମୁଖରେ ଚୁମାଦେବା ଓ ମୁହଁ, ଗାଲ ଇତ୍ୟାଦି ଛୁଇଁବା ଅନୁଚିତ। ମା’ଙ୍କୁ ଥଣ୍ଡା ହୋଇଥିଲେ ମା’ ମାସ୍କ ବ୍ୟବହାର କରିବା ଉଚିତ। ଅବଶ୍ୟ ମା’ର କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବର୍ଷାଋତୁରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରକୋପ ବୃଦ୍ଧି ହୋଇଥାଏ। ଔଷଧ ଛଡ଼ା ମଶାରିର ବ୍ୟବହାର, ରକ୍ତ ପରୀକ୍ଷା ଓ ଠିକ୍‌ ସମୟରେ ଔଷଧ ଖାଇବା ମ୍ୟାଲେରିଆରୁ ରକ୍ଷା କରିଥାଏ। ମଶାଧୂପ ଓ ମଶାକ୍ରିମ୍‌ ଓ ତେଲ ମଧ୍ୟ ବ୍ୟବହାର କରାଯାଇପାରେ। ଶିଶୁର ଅସୁସ୍ଥତା ପାଇଁ ଦୂଷିତ ଜଳ ଅନେକ ପରିମାଣରେ ଦାୟୀ। ଏହା ଫଳରେ ତରଳ ଝାଡ଼ା, ଜଣ୍ଡିସ୍‌, କୃମି ରୋଗ, ଟାଇଫଏଡ୍‌, ଲେପ୍ଟେସ୍ପାଇରୋସିସ୍‌ ଇତ୍ୟାଦି ରୋଗ ଦେଖାଦେଇଥାଏ।
ବର୍ଷାଋତୁରେ ଶିଶୁମାନଙ୍କୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଅତି ଦରକାର। ବର୍ଷାରେ ଓଦାହେବା ପରେ କିମ୍ବା ବାହାର ନର୍ଦ୍ଦମାପାଣିରେ ଓଦାହୋଇ ଆସିବା ପରେ, ସଫା ହୋଇ ଗାଧୋଇବା ସହ ସଫାସୁତୁରା ରହିବା, ଖାଇବାକୁ ଦେବା ପୂର୍ବରୁ ଗରମପାଣିରେ ବାସନ ଧୋଇବା ଉଚିତ। ସବୁଜ ପନିପରିବା ଖାଇବା ଓ ଅଧିକ ବିଶୁଦ୍ଧଜଳ ପାନକରିବା ଉଚିତ।
ଫକୀରମୋହନ ମେଡିକାଲ
କଲେଜ, ବାଲେଶ୍ୱର
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri