୨୦୦୭ ପୂର୍ବରୁ ଜନ୍ମିତ ପିଲାଙ୍କୁ ମିଳିବ ଟିକା

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ରାଜ୍ୟରେ ଏବେ କିଶୋରଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ୧୫ରୁ ୧୮ ବର୍ଷ ବର୍ଗ ବୟସ ମଧ୍ୟରେ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। ଏ ସମ୍ପର୍କରେ ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ୨୦୦୭ ମସିହା ଜାନୁଆରୀ ୧ ତାରିଖ ପୂର୍ବରୁ ଜନ୍ମିତ ପିଲାମାନେ ଏହି ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଟିକା ପାଇଁ ସେମାନେ ଅନଲାଇନ୍‌ କିମ୍ବା ଅନ୍‌ସାଇଟ ପଞ୍ଜୀକରଣ କରିପାରିବେ। ପରିସ୍ଥିତିକୁ ଦେଖି କିଶୋରଙ୍କ ଟିକାକରଣ ପାଇଁ ସ୍ଥାନ ବଛାଯିବ। ସୁବିଧା ହେଲେ ସେମାନଙ୍କ ଟିକା ଅଲଗା କରାଯିବ ନଚେତ୍‌ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି ସେହିଠାରେ ଅଲଗା ଧାଡ଼ି କରି ଟିକା ଦିଆଯିବ। କିଶୋରଙ୍କ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ମଧ୍ୟରେ ୨୮ଦିନର ବ୍ୟବଧାନ ରହିବ। ଅପରପକ୍ଷେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ବରିଷ୍ଠ ନାଗରିକମାନେ ଟିକା ନେବା ପାଇଁ ଆସିବେ। ଡାକ୍ତର ବୁଷ୍ଟର ଡୋଜ୍‌ ପାଇଁ କହିଲେ, ୯ ମାସ ବ୍ୟବଧାନରେ ଟିକା ନେଇପାରିବେ। ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିଲେ ଜାନୁଆରୀ ୧୦ରେ ତୃତୀୟ ଡୋଜ୍‌ ନେଇପାରିବେ। ତେବେ ତୃତୀୟ ଡୋଜ୍‌ କେଉଁମାନେ ନେଇପାରିବେ ତାହାର ତାଲିକା ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶ କହିଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଚଳିତମାସ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୪ କୋଟି ୯୦ଲକ୍ଷ ୩୧ହଜାର ୪୫୨ ଡୋଜ୍‌ ଟିକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨କୋଟି ୮୯ଲକ୍ଷ ୯୬ହଜାର ୯୪୪ ପ୍ରଥମ ଡୋଜ୍‌ ଏବଂ ୨କୋଟି ୩୪ ହଜାର ୫୦୮ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ୨କୋଟି ପାର୍‌ କରିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିବା ସହ ଆଗକୁ ମଧ୍ୟ ଟିକାକରଣ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୧,୦୯୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୦୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ...

ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା

ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି।...

ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର...

ସରିଲା ମାଟ୍ରିକ ପରୀକ୍ଷା

କଟକ ଅଫିସ,୨୦ା୩: ସୋମବାର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ଆଜି ଗଣିତ ପରୀକ୍ଷା ହୋଇଥିଲା। ସକାଳ ୮ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଶେଷ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରେ ଶୀତ ଦୁର୍ବଳ

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): କ।ର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି। ଶୀତର ଦେଖା ନାହିଁ। କେବଳ ସହର ନୁହେଁ, ଗାଁ ଗଣ୍ଡାରେ ମଧ୍ୟ...

ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ

ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା...

ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ

ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ...

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ...

Advertisement
Archives

Model This Week