ଘୁଷୁରି ପଲଙ୍କ ସହ ଶୈଶବ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି ଦେଇଥିଲେ। ସେଦିନଠାର ରାହୁଲ ସେହି ବ୍ୟକ୍ତିଙ୍କ ପାଖରେ ଦିନ କାଟୁଛନ୍ତି। ଅର୍ଥାତ୍‌ ସମ୍ପୃକ୍ତ ବ୍ୟକ୍ତି ଜଣେ ଘୁଷୁରି ପାଳନକାରୀ। ତାଙ୍କ ଘୁଷୁରିକୁ ଚରାଇ ନେବା ଦାୟିତ୍ୱ ରାହୁଲ ବୁଝୁଛନ୍ତି। ଯେଉଁ ବୟସରେ ପିଲାମାନେ ନିଜ ମା’ଙ୍କ ପଣତ ତଳେ ନିରାପଦରେ ରହି ସୁନେଲି ସ୍ବପ୍ନ ଦେଖିବା କଥା ସେହି ବୟସରେ ରାହୁଲଙ୍କ ଦିନ ବିତୁଛି ଗହୀରପାଟ ଘୁଷୁରି ପଲଙ୍କ ସହ। ଖରାତାତିକୁ ଖାତିର ନ କରି ରାହୁଲ ହାତରେ ପାଞ୍ଚଣ ଧରି ଘୁଷୁରି ଚରାଇବାରେ ଲାଗିଛନ୍ତି। ଏମିତି ଘୁଷୁରି ଚରାଉଥିବା ବେଳେ କେବେ କେବେ କାଳବୈଶାଖୀ ଆସେ। ବିଜୁଳି ଘଡ଼ଘଡ଼ି ମାରେ। ନିଛାଟିଆ ପଡ଼ିଆରେ ଥିବା ଗଛ ତଳେ ତାଙ୍କୁ ଆଶ୍ରୟ ନେବାକୁ ପଡ଼େ। ଏହି ସମୟରେ ତାଙ୍କର ମା’ କଥା ବହୁତ ମନେପଡ଼େ। ମନେ ମନେ ରାହୁଲ କୁହେ, ମା’ମୁଁ ତୋର କି ଦୋଷ କରିଥିଲି ମୋତେ ଏ ଦଣ୍ଡ ମିଳୁଛି।
ସୂଚନା ଅନୁଯାୟୀ,ବାଲେଶ୍ୱରର ଜଣେ ଘୁଷୁରି ପାଳନକାରୀ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରହି ଘୁଷୁରି ଚାଷ କରୁଛନ୍ତି। ରାହୁଲଙ୍କ ମା’ ତାଙ୍କୁ କୁଆଡ଼େ ନିଜ ଦୁଃଖ ଜଣାଇଥିଲେ। ସେ ରାହୁଲଙ୍କ ମା’ଙ୍କୁ ୫୦ହଜାର ଟଙ୍କା ଦେଇ ପୁଅଙ୍କୁ ମହାକାଳପଡ଼ା ନେଇ ଆସିଥିଲେ।
ତାଙ୍କ ଆଶ୍ରାରେ ରାହୁଲ ଏବେ ଦିନ କାଟୁଛନ୍ତି। ରାହୁଲଙ୍କ ପରିବାର କହିଲେ ମା’ ରାଇମନି ସିଂ, ବାପା ବାବୁ ସିଂ ଓ ଅନ୍ୟ ୨ ଭାଇଭଉଣୀ ଅଛନ୍ତି ବୋଲି ସେ କହିଛନ୍ତି। ସବୁ ପିଲାଙ୍କ ପରି ରାହୁଲଙ୍କ ପାଠ ପଢ଼ିବାର ଆଗ୍ରହ ଅଛି। କିନ୍ତୁ ଘରର ପରିସ୍ଥିତି ମୋତେ ସଜେଇ ଦେଇଛି ଘୁଷୁରି ଚରାଳି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି, ଜିଲା ପ୍ରଶାସନ ରାହୁଲଙ୍କୁ ଉଦ୍ଧାର କରିବା ସହ ଆଦିବାସୀ ଆବାସିକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବା ଉଚିତ। ବାଲେଶ୍ୱର ଜିଲାପାଳ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?