ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବଲିଉଡ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ ମନ୍ତ୍ରମୁଗ୍ଧ

ଛତ୍ରପୁର,୫।୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଛତ୍ରପୁର ମହୋତ୍ସବ ଜାରି ରହିଛି । ଚତୁର୍ଥ ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଯୋଡି ସଚେତ-ପରମ୍ପରା ମୁଖ୍ୟ ଆକର୍ଷଣ ସାଜିଥିଲେ । ସେମାନଙ୍କର ଶକ୍ତିଶାଳୀ ‘ଶିବ ତାଣ୍ଡବ ସ୍ତୋତ୍ରମ୍’, ‘ହର ହର ଶମ୍ଭୁ’ ଓ ଫିଲ୍ମ ‘ଆଦିପୁରୁଷ’ର ‘ରାମ ସିୟା ରାମ’ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଓଲିଉଡ଼ ଷ୍ଟାର୍ ଶୈଳେନ୍ଦ୍ରଙ୍କ ଫିଲ ମାଇ ଲଭ ସଙ୍ଗୀତ ସହିତ ‘ପାଗଳ ପ୍ରେମୀ’, ଚିକିନି ଚିକିନି, ଦିଲକି ରାନୀ, ‘ଟୋକା ସେଲିବ୍ରିଟି’ ଆଦି ଗୀତରେ ଜବରଦସ୍ତ ପରଫର୍ମାନ୍ସ ଦେଇଥିଲେ।
ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନାୟକଙ୍କ ସମେତ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲା ସଭାପତି ସରୋଜ ସାବତ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା ଶରବଣା ବିବେକ ଏମ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି., ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେରକେଟା, ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ଶିକ୍ଷାନବୀସ ସୁଶ୍ରୀ ସାରାନ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଂଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ଏହି ଅବସରରେ ଛତ୍ରପୁର ସରକାରୀ ଉପଖଣ୍ଡ ମେଡିକାଲର ଅଧିକ୍ଷିକ ଡ଼ା ଅଲେଖ ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷିକ ଡ଼ା ସ୍ୱାଧୀନ ରଥ, ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷିକ ଡ଼ା ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସହିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛତ୍ରପୁର ଅଞ୍ଚଳର ମେଧାବୀ ଛାତ୍ରୀଛାତ୍ର ଓ ଜାତୀୟସ୍ତରର କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ପାଇଁ ଛତ୍ରପୁର ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହା ସହିତ ଏମ୍. ଏସ୍ ଦାସକାଠିଆ ଦଳ ସଡଙ୍ଗିପଲ୍ଲୀର ଦାସକାଠିଆ, ସାଇ ଶ୍ରୀ ନୃତ୍ୟାୟନ ଛତ୍ରପୁରର ରାଜସ୍ଥାନୀ, ପ୍ରଗତି କଳା କେନ୍ଦ୍ର ଛତ୍ରପୁରର ଗୋଧା ନାଚ, ନିୟୁ ଟ୍ୟାଲେଣ୍ଟ ଡ୍ୟାନ୍ସ ଏକାଡେମୀର ଆଧୁନିକ ନୃତ୍ୟ, ଅଙ୍ଗହାର ନୃତ୍ୟାୟନ ବ୍ରହ୍ମପୁରର ଆଦିବାସୀ ନୃତ୍ୟ, ଡି.ଏସ୍.ଆର୍ କଲ୍ଚରାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ଛତ୍ରପୁରର ଆଧୁନିକ ନୃତ୍ୟ, ଓଡ଼ିଶୀ ନୃତ୍ୟାୟନ ବ୍ରହ୍ମପୁରର ମାହାରୀ ନୃତ୍ୟ , ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ଛତ୍ରପୁରର ଆଧୁନିକ ନୃତ୍ୟ, ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲ୍ଚର ଛତ୍ରପୁରର ମଣିଷ ବାଘ ନାଚ, ଏକ ତାରା କଳା କେନ୍ଦ୍ର ଟିଟିଲାଗଡ଼ର ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।
ଶୁକ୍ରବାର ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା ହୋତା, ସଚିନ ରାଉତ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନେ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିବେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ…

ଲୋକ ସଭାରେ କଂଗ୍ରେସଠାରୁ ଅଲଗା ବସିବ ଡିଏମ୍‌କେ, ମିଳିଲା ସଂସଦୀୟ ସଚିବାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍‌ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍‌କେକୁ ସଂସଦୀୟ ସଚିବାଳୟ…

ଭାରତକୁ ଧୋକା ଦେଲେ ପୁଟିନ! ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇ କହିଲେ…

ନୂଆଦିଲ୍ଲୀ,୫।୬: ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହିତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପାକିସ୍ତାନ ସହିତ ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା; ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ଚର୍ଚ୍ଚା

ନାଗପୁର, ୫।୬(ପି.ଟି.): ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ମେ ୩ ତାରିଖରେ ଅନୁଷ୍ଠିତ ଏନ୍‌ଇଇଟି(ୟୁଜି) ପରୀକ୍ଷା ଦେଇଥିଲେ। ଆଶା ଥିଲା ଭଲ ର଼୍ୟାଙ୍କ…

ଆସିଲା ସାଂଘାତିକ ରିପୋର୍ଟ: ଏହି କାରଣରୁ ୧୫ ଲକ୍ଷ ଶିଶୁଙ୍କ ଘଟୁଛି ମୃତ୍ୟୁ

ଜେନେଭା, ୫ା୬:ଅପମିଶ୍ରିତ ଏବଂ ଦୂଷିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ସାଙ୍ଘାତିକ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri