ଶିଶୁଙ୍କ ହସ୍ତ ପଦ ମୁଖ ବ୍ୟାଧି

 

ବର୍ତ୍ତମାନ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଏକ ପ୍ରକାରର ରୋଗ ଚିନ୍ତା ବଢ଼ାଉଛି; ଯାହାକି ହାଡ଼ ଫୁଟି ବା ଚିକେନ୍‌ ପକ୍ସ ଭଳି ଦେଖା ଯାଉଥିଲେ ମଧ୍ୟ ଏହାର ଲକ୍ଷଣ ଭିନ୍ନ। ଏହାକୁ ଡାକ୍ତରୀ ଭାଷାରେ ହସ୍ତ ପଦ ମୁଖ ବ୍ୟାଧି ବା ହ୍ୟାଣ୍ଡ ଫୁଟ୍‌ ମାଉଥ୍‌ ଡିଜିଜ୍‌ ବୋଲି କୁହାଯାଉଛି। ଯଥା ସମୟରେ ଏହି ରୋଗ ଚିହ୍ନଟ କରି ଚିକିତ୍ସା କରାଇବା ଦ୍ୱାରା ପିଲାଙ୍କୁ ଯନ୍ତ୍ରଣାମୁକ୍ତ ଭାବେ ଏଥିରୁ ଉପଶମ ମିଳିବା ସହଜ ହୋଇଥାଏ…

କିଛିଦିନ ପୂର୍ବରୁ ଜଣେ ମା’ ତାଙ୍କ ଶିଶୁ ଧରି ଆସିଥାନ୍ତି। ବହୁତ ବ୍ୟସ୍ତ ହୋଇ ଡାକ୍ତରଙ୍କୁ କହିଲେ, ଦେଖନ୍ତୁ ଡାକ୍ତରବାବୁ ମୋର ଶିଶୁଟିକୁ ହାଡଫୁଟି ହୋଇଯାଇଛି। ଶିଶୁଟିର ହାତରେ, ପାଦରେ ଓ ଅଣ୍ଟା ତଳକୁ ପାଣିଫୋଟକା ପରି ଛୋଟ ଛୋଟ ଫଳି ଯାଇଥାଏ ଓ ପାଟିରେ ମଧ୍ୟ ଛୋଟ ଛୋଟ କ୍ଷତ ହୋଇ ଶିଶୁ ଲାଳ ଗଡ଼ାଉଥାଏ ଓ ଖାଦ୍ୟ ଖାଇ ପାରୁ ନ ଥାଏ। ପିଲାଟିର ବୟସ ୨ବର୍ଷ ହେବ। ପଚାରିବାରୁ ମା’ କହିଲେ ପ୍ରଥମେ ଶିଶୁଟିକୁ ୨ଦିନ ଅତ୍ୟଧିକ ଜ୍ୱର ହେଲା। ପରେ ହାତ, ପାଦ ଓ ଅଣ୍ଟା ତଳକୁ ଫୋଟକା ପରି କ୍ଷତ ସୃଷ୍ଟି ହେଲା; ଯାହାକି ହାଡଫୁଟି ବା ଚିକନ୍‌ ପକ୍ସ ପରି ଦେଖାଯାଏ। ଛାତି ଓ ପେଟରେ ଏହି ଫୋଟକା ଦେଖାଯାଏ ନାହିଁ; ଯାହା କି ହାଡଫୁଟି ରୋଗରେ ଦେଖାଯାଏ।
ରୋଗ ହୋଇଥିବା ସମୟ: ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ। ଏହା ଏକ ସଂକ୍ରାମକ ରୋଗ, ଯାହା ଏକ ସମୟରେ ବହୁ ସଂଖ୍ୟକ ଶିଶୁମାନଙ୍କରଠାରେ ଦେଖାଦେଇଥାଏ।
ବୟସ: ଦୁଇବର୍ଷରୁ ଛଅ ବର୍ଷ ବୟସର ଶିଶୁମାନଙ୍କୁ ଏହା ଅଧିକ ହୋଇଥାଏ। ଶତକଡା ୯୩% କ୍ଷେତ୍ରରେ ଶିଶୁଙ୍କ ବୟସ ୪ ବର୍ଷରୁ କମ୍‌। ପୁଅମାନଙ୍କୁ ଅଧିକ ଦେଖାଯାଏ। ସମୟ ସମୟରେ ୧୦ରୁ ୧୫ବର୍ଷ ବୟସଙ୍କଠାରେ ଏହି ରୋଗ ଦେଖାଦେଇଥାଏ।
ରୋଗର କାରଣ: ଏହା ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗ। କକ୍ସାକି ନାମକ ଏକ ଭୂତାଣୁର ସବୁଗ୍ରୁପ୍‌ a-6, a-10 ଓ a-16 ଏବଂ ଏଣ୍ଟୋର ଭାଇରସ୍‌ ବା ev-71 ଏହି ରୋଗର କାରଣ।
କିପରି ବ୍ୟାପେ:
ହ୍ୟାଣ୍ଡ ଫୁଟ୍‌ ଓ ମାଉଥ୍‌ ଡିଜିଜ୍‌ ଏକ ଭୟଙ୍କର ଭାବେ ସଂକ୍ରାମକ ରୋଗ। ଏହି ବିଭିନ୍ନ କାରଣରୁ ବ୍ୟାପିଥାଏ, ଯଥା;
୧. ଏକାଠି ଅନେକ ଶିଶୁ ଖେଳିବା ସମୟରେ, ପରସ୍ପର ସହ ହାତ ମିଳାଇବା, କୋଳାଗ୍ରତ କରିବା ଫଳରେ ଏହି ରୋଗ ଥିବା ପିଲାର ଫୋଟକାରୁ ନିର୍ଗତ ତରଳ ପଦାର୍ଥ ସମ୍ପର୍କରେ ଅନ୍ୟମାନେ ଆସିବା ଦ୍ୱାରା ସଂକ୍ରମଣ ବଢିଥାଏ।
୨. ସ୍କୁଲ୍‌ରେ ଏକାଠି ଗୋଟିଏ ପାଣି ବୋତଲରୁ ପାଣି ପିଇବା, ଗୋଟିଏ ଟିଫିନ୍‌ରୁ ଖାଦ୍ୟ ଖାଇବା କିମ୍ବା ପରସ୍ପର ମଧ୍ୟରେ ଖାଦ୍ୟ ଆଦାନ ପ୍ରଦାନ କରିବା ଇତ୍ୟାଦି ସହ ପାଟିରୁ ନିର୍ଗତ ଲାଳ, ମା’ କିମ୍ବା ସମ୍ପର୍କୀୟଙ୍କ ମାଧ୍ୟମରେ ଏହା ବ୍ୟାପେ।
୩. କାଶ, ଛିଙ୍କ ଦ୍ୱାରା ଡ୍ରପଲେଟ୍‌ ସଂକ୍ରମଣ ଦ୍ୱାରା ମଧ୍ୟ ରୁଗ୍ଶ ଶିଶୁଠାରୁ ସୁସ୍ଥ ଶିଶୁକୁ ଏହି ରୋଗ ବ୍ୟାପିଥାଏ।
୪. ମଳରେ ମଧ୍ୟ ଏହି ଭୂତାଣୁ ନିର୍ଗତ ହୋଇଥାଏ। ଯାହାଫଳରେ ମଳ ଦ୍ୱାରା ସଂକ୍ରମିତ ଜଳ ହସ୍ତ ଓ ବସ୍ତ୍ର ଦ୍ୱାରା ମଧ୍ୟ ଗୋଟିଏ ଶିଶୁଠାରୁ ଅନ୍ୟ ଏକ ଶିଶୁକୁ ସଂକ୍ରମିତ ହୋଇଥାଏ।
ଲକ୍ଷଣ: ଭୂତାଣୁର ଶରୀର ମଧ୍ୟରେ ପ୍ରବେଶଠାରୁ ରୋଗର ପରିପ୍ରକାଶ ସମୟ ତିନିରୁ ଛଅଦିନ। ପ୍ରଥମେ ଅତ୍ୟଧିକ ଜ୍ୱର ଦାନ୍ତ ମାଢିରେ ଫୋଟକା ପରି କ୍ଷତ ସୃଷ୍ଟି ହୋଇ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଲାଲ ରଙ୍ଗର କ୍ଷତରେ ପରିଣତ ହୁଏ। ହାତ ପାଦ ଓ ଅଣ୍ଟା ତଳକୁ ପାଣିଫୋଟକା ପରି କ୍ଷତ ଦେଖା ଯାଇଥାଏ। ଶିଶୁଟି ଖାଦ୍ୟ ଖାଇପାରେ ନାହିଁ, ବାନ୍ତି ହୋଇଥାଏ। ନ ଖାଇବା ଫଳରେ ଶିଶୁଟି ଦୁର୍ବଳ ହୋଇପଡେ। ଚିଡାଚିଡା ହୁଏ। ଜ୍ୱର ଅଧିକ ହୋଇ ଜ୍ୱର ପିହୁଳା ହୋଇପାରେ ଓ ମସ୍ତିଷ୍କ ପ୍ରଦାହ ଦେଖାଦେଇପାରେ।
ଚିକିତ୍ସା: ପିଲାଙ୍କଠାରେ ଜ୍ୱର ହେବା ସହ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟଥା ଓ ଜ୍ୱର କମ୍‌ ପାଇଁ ଔଷଧ ଦିଅନ୍ତୁ। ପାଟିରେ ଔଷଧ ଲଗାଇବା ଫଳରେ ଯନ୍ତ୍ରଣା କମ୍‌ ହୁଏ ଓ ଶିଶୁଟି ଖାଇପାରେ।
ପରାମର୍ଶ ସମୟ:
– ଶିଶୁ ସାଧାରଣତଃ ଏହି ରୋଗରେ ୭ ରୁ ୧୦ଦିନ ମଧ୍ୟରେ ସୁସ୍ଥ ହୋଇଯାଏ। ହେଲେ ଯଦି ଏହାଠାରୁ ଅଧିକ ଦିନ ଶରୀର ଦେହରେ ରୁଗ୍ଣତା ରହିଲେ
-ଅତ୍ୟଧିକ ବାନ୍ତି ହୋଇ ଜଳ ଶୁଷ୍କତା ରହିଲେ
– ଆଠଘଣ୍ଟାରୁ ଅଧିକ ସମୟ ପରିସ୍ରା ନ ହେଲେ
-ଅଧିକ ଜ୍ୱର ହୋଇ ଶିଶୁ ନିସ୍ତେଜ ରହିଲେ
ଏଭଳି କୌଣସି ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
ଭୂତାଣୁ ରୋଗଗୁଡ଼ିକରେ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ସବୁଠୁ ଭଲ ଉପାୟ। ଏଥିପାଇଁ ପିଲାଙ୍କୁ ହାତ ଧୋଇବା ଅଭ୍ୟାସ କରାଇବା ଆବଶକ। ମା’ମାନେ ପିଲାଙ୍କୁ ଖାଦ୍ୟ ଖୁଆଇବା ଓ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ଡାଇପର ବଦଳାଇବା ପରେ ହାତ ଭଲଭାବରେ ଧୋଇବା ଦରକାର। ଶିଶୁଟି ରହୁଥିବା ଓ ଚଳପ୍ରଚଳ ସ୍ଥାନଗୁଡ଼ିକୁ ସାବୁନ କିମ୍ବା ବ୍ଲିଚିଙ୍ଗ ପାଉଡର ମିଶା ପାଣିରେ ପୋଛିବା ଆବଶ୍ୟକ। ସୁସ୍ଥ ଶିଶୁକୁ ରୁଗ୍ଣ ଶିଶୁଠାରୁ ଦୂରେଇ ରଖିବା ଗୁରୁତ୍ୱପୂର୍ଣ୍ଣ।

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ

– ଶିଶୁରୋଗ ବିଶେଷଜ୍ଞ
ଲିଙ୍ଗରାଜ ବିହାର, ପୋଖରିପୁଟ
ମୋ- ୯୪୩୭୧୦୩୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର…

ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା ଦେଖାଦିଏ। ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ। କେତେକ ଘରୋଇ...

ପ୍ରେମରେ ପଡ଼ିଛନ୍ତି କି? ଏହି ୩ଟି କଥା ପ୍ରତି ହୁଅନ୍ତୁ ଯତ୍ନବାନ; ନଚେତ ଖରାପ ହୋଇପାରେ ସମ୍ପର୍କ

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଖ୍ୟାତ। ସେ ଜଣେ ଦକ୍ଷ ରାଜନେତା, ଚତୁର...

ସୁନିଦ୍ରା ଅନ୍ତରାଳେ…

ନିଜକୁ ସୁସ୍ଥ ରଖିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେଣୁ ଭଲ...

ବିଲୁପ୍ତିର ପଥେ ଶାଗୁଣା

ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ...

ଦାଣ୍ଡିଆ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌

ଆରମ୍ଭ ହୋଇସାରିଛି ପାର୍ବଣର ଋତୁ। ବୁଲି ବୁଲି ମା’ଙ୍କ ମେଢ଼ ଦେଖିବା, ନୂଆ ନୂଆ ପୋଷାକ କିଣିବା, ଭଳିକି ଭଳି ଖାଦ୍ୟ ଖାଇବାରେ ଦଶହରାର ଭରପୂର...

ଘରକରଣା

ପାଣିରେ ଲେମ୍ବୁ ରସ ମିଶାଇ ମାଇକ୍ରୋୱେବ୍‌ ଭିତରେ ରଖି ଅନ୍‌ କରି ଦିଅନ୍ତୁ। ଏହାପରେ ଏକ କପଡ଼ାରେ ମାଇକ୍ରୋୱେବ୍‌ ଭିତରକୁ ସଫା କରନ୍ତୁ, ଭଲଭାବେ ସଫା...

ଭାକ୍ୟୁମ୍‌ ବୋମା

ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ୍‌କୁ ଆକ୍ରମଣ କରିଥିଲା ରୁଷିଆ। ତେବେ ଏହି ଦେଶ ଅତି ସାଘାଂତିକ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିବାର ଅଭିଯୋଗ...

ଜାଣନ୍ତୁ ‘ଭିଟାମିନ୍‌-ସି’ ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ

ଭିଟାମିନ୍‌-ସି’ ଶରୀର ଲାଗି ଜରୁରୀ। ଏଥିରୁ ଜରୁରୀ ପୋଷକତତ୍ତ୍ୱ ମିଳିଥାଏ। ମାତ୍ର ଅନେକ ଏହି ଭିଟାମିନ କମ୍‌ ଥିବା ସମସ୍ୟାରେ ଜଡିତ ହୋଇଥାନ୍ତି। ତେବେ ଶରୀରକୁ...

Advertisement
Archives

Model This Week