ଶୈଶବ ଓ କୈଶୋର ସମାନ ସୁଯୋଗ ପାଉ

ଅକ୍ଷୟ କୁମାର ମିଶ୍ର

 

ଓଡ଼ିଆରେ ଏକ ଲୋକବାଣୀ ଅଛି-”ଯେତେ କହିଲେ ଭାଗବତ, ତୋଷ ନ ହେଲା ମୋର ଚିତ୍ତ“। ସବୁଠି ସେହି ଚର୍ଚ୍ଚା। ସରକାରୀ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା ଏହାର ଭିତ୍ତିଭୂମିକୁ ନେଇ,ଏହାର ଶିକ୍ଷାଦାନ ଉପରେ। ସଭାସମିତି, ଶୋଭାଯାତ୍ରା ମଧ୍ୟ ହୁଏ। ଖରାପ ଭିତ୍ତିଭୂମିର ପ୍ରତିବାଦରେ ଅଞ୍ଚଳର ଲୋକ, ଶିକ୍ଷକ ସଂଗଠନ, ଛାତ୍ର ସଂଗଠନ, ଏପରି କି ରାଜନୈତିକ ଦଳମାନଙ୍କ ତରଫରୁ ଆନ୍ଦୋଳନ ହେବାର ଦେଖାଯାଏ। ଶେଷରେ ଏମିତି ହେଲା ଉଚ୍ଚ ନ୍ୟାୟାଳୟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ସୂଚନାଥାଉ କି କୋର୍ଟମିତ୍ର(ଆମିକସ୍‌ କ୍ୟୁରି) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଦାଖଲ ହୋଇଥିଲା । ଉକ୍ତ ରିପୋର୍ଟରେ ଦିଆଯାଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଚିତ୍ରକୁ ଦେଖି ଉଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିବା ସହିତ ସମସ୍ତ ବିଦ୍ୟାଳୟକୁ ବିଭିନ୍ନ ମୌଳିକ ସୁବିଧା ତୁରନ୍ତ ଯୋଗାଇଦେବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଖଣ୍ଡପୀଠ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରଥମ ନିର୍ଦ୍ଦେଶ ହେଲା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ୩୦ ଜିଲାର ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସମ୍ପର୍କିତ ଫଟୋଗ୍ରାଫ ଓ ରିପୋର୍ଟ ତଲବ କରିବେ। ଦ୍ୱିତୀୟରେ ଏକ ନିର୍ଦ୍ଦିିଷ୍ଟ ସମୟ ଅବଧି ଭିତରେ ସବୁ ବିଦ୍ୟାଳୟରେ ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶିକ୍ଷା ସଚିବ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବେ। ତୃତୀୟରେ ଏହାର କାର୍ଯ୍ୟାୟନ ଦିଗରେ କ’ଣ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସତ୍ୟପାଠ ଜରିଆରେ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଶିକ୍ଷା ସଚିବ ବିଚାରାଳୟକୁ ଅବଗତ କରାଇବେ। ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ରାଜ୍ୟର ସମସ୍ତ ବିଦ୍ୟାଳୟର ଭିତ୍ତିଭୂମିଜନିତ ସମସ୍ୟାଗୁଡ଼ିକୁ ଦୂର କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ସ୍ବତନ୍ତ୍ର ଶ୍ରେଣୀଗୃହ ନିର୍ମାଣ,ବାଳକ ଓ ବାଳିକାଙ୍କ ନିମନ୍ତେ ଅଲଗା ଶୌଚାଳୟ, ପାନୀୟ ଜଳ ଯୋଗାଣ, ପିଲାଙ୍କ ବସିବା ପାଇଁ ବେଞ୍ଚ ଡେସ୍କ, ଖେଳ ପଡ଼ିଆ, ବିଦ୍ୟୁତ୍‌ ସଂଯୋଗ ହୋଇପାରୁଛି କି ନାହିଁ ସମୟ କହିବ। ଅବଶ୍ୟ ସରକାର ଚାହିଁଲେ ଏହା ଆଦୌ ଅସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ଚାଲିଛି। କିନ୍ତୁ ଅତୀତକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ଦେଖାଯିବ ଆମ ରାଜ୍ୟରେ ଯିଏ ଯେତେବେଳେ ସରକାରକୁ ଆସିଛନ୍ତି ସମସ୍ତେ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସିଛନ୍ତି। ସମସ୍ତ ସମ୍ବଳର ସମୃଦ୍ଧି ଓ ସଦୁପଯୋଗ ଶିକ୍ଷାର ବିକାଶ ବିନା ସମ୍ଭବ ନୁହେଁ,ଏ କଥାଟି ଭାଷଣ ଭିତରେ ସୀମିତ ହୋଇ ରହିଯାଇଛି। ଅନ୍ତର ଭିତରେ ବସା ବାନ୍ଧିଛି ‘ଶିକ୍ଷା ଏକ ଅଣଉତ୍ପାଦିତ କ୍ଷେତ୍ର’। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ଆମ ଦେଶ ତଥା ରାଜ୍ୟର ଶିକ୍ଷା ବଜେଟ। ଏଠାରେ ଯେତେ ଶିକ୍ଷା କମିଶନ ବସିଛି ଏବଂ ସେମାନେ ଯାହା ଯାହା ପରାମର୍ଶ ଦେଇଛନ୍ତି ସେଗୁଡିକୁ କୌଣସି ସରକାର ପାଳନ କରିନାହାନ୍ତି ।
ବ୍ୟୟବରାଦ ବାବଦରେ ଦେଇଥିବା ପରାମର୍ଶକୁ ସରକାରମାନେ ଗ୍ରହଣ କରିନାହାନ୍ତି। ପରନ୍ତୁ ଦେଖାଯାଉଛି ଶିକ୍ଷା ବଜେଟ କ୍ରମଶଃ ହ୍ରାସପାଇଛି। ଏଭଳି ମନୋଭାବ ଯଦି ରହେ ତେବେ ଦୁଇ ଶହ ବର୍ଷରେ ମଧ୍ୟ ସମସ୍ତ ବିଦ୍ୟାଳୟକୁ ମୌଳିକ ସୁବିଧା ଯୋଗାଇବା ସମ୍ଭବ ହେବ ନାହିଁ।
ଉଚ୍ଚଶିକ୍ଷା କଥା ଛାଡ, ଯେଉଁ ଶିକ୍ଷା ମୂଳଦୁଆ ଗଠନ କରେ ତା’ ପ୍ରତି ଆମର ଲଗାତର ଅବହେଳା ତଥା ଅଣଦେଖା ଯୋଗୁ ତାକୁ ନିମ୍ନଗାମୀ କରିଛି। ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ତାହା ବିପର୍ଯ୍ୟସ୍ତ ହୋଇଛି। ଏପରି କି ସାକ୍ଷରତା ଦୃଷ୍ଟିକୋଣରୁ ମଧ୍ୟ ଆମେ ଜାତୀୟ ସ୍ତରଠାରୁ ପଛରେ। ଏବେ ବି ପାଖାପାଖି ୩୭ ପ୍ରତିଶତ ଲୋକ ନିଜ ଦସ୍ତଖତ କରିବାକୁ ଅକ୍ଷମ। ୬-୧୪ବର୍ଷର ଦୁଇ ଲକ୍ଷରୁ ଅଧିକ ପିଲା ବିଦ୍ୟାଳୟ ବାରଣ୍ଡା ମାଡୁନାହାନ୍ତି। ଅଥଚ ବିଦ୍ୟାଳୟରେ ପିଲା ସଂଖ୍ୟା କମ୍‌ ଦର୍ଶାଇ ୧୧,୫୧୭ ବିଦ୍ୟାଳୟକୁ ବନ୍ଦ ଅଥବା ମିଶ୍ରଣ କରିବା ସକାଶେ ସରକାର ନିଷ୍ପତ୍ତି ନେଇଛନ୍ତି। ୯୦୦୦ରୁ ଅଧିକ ବିଦ୍ୟାଳୟ ବନ୍ଦ କିମ୍ବା ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦିଆସରିଲାଣି। ଏ ବାବଦରେ ମଧ୍ୟ ଉଚ୍ଚ ନ୍ୟାୟାଳୟ ବିଦ୍ୟାଳୟ ବନ୍ଦ ବିରୋଧରେ ରାୟ ଦେଇଥିଲେ। ସରକାର ପୁଣି ଏହି ରାୟ ବିରୋଧରେ ଅପିଲ କରିଛନ୍ତି। ଅର୍ଥାତ୍‌ ପିଲା ସଂଖ୍ୟା ହ୍ରାସର କାରଣ ନ ଖୋଜି ସରକାର ବିଦ୍ୟାଳୟ ବନ୍ଦ କରିବା ସପକ୍ଷରେ। ସେମିତି ଏବେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମିକୁ ନେଇ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ଭିତ୍ତିଭୂମିର ବିକାଶ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦେଖାଯାଉ ସରକାର ଏ ଦିଗରେ କେତେ ତତ୍ପରତା ପ୍ରକାଶ କରୁଛନ୍ତି ନା ଅନ୍ୟ କୌଣସି ନ୍ୟାୟିକ ପନ୍ଥା ଅବଲମ୍ବନ କରୁଛନ୍ତି। ତେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ରାସ୍ତା କେତେ ଲମ୍ବା,ଏ ପର୍ଯ୍ୟନ୍ତ କେତେ ରାସ୍ତା ଆମେ ଅତିକ୍ରମ କରିଛେ ପୁଣି କେତେ ରାସ୍ତା ଅତିକ୍ରମ କରିବାକୁ ବାକି ଅଛି ଏବଂ କେତେ ବେଗରେ ଆମେ ଧାଇଁଛେ ତାହା ଜାଣିବା ନିହାତି ଆବଶ୍ୟକ।
ଆମ ରାଜ୍ୟରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୩୬,୭୬୦ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୨,୯୭୫ ଥିଲା। ବନ୍ଦବାନ୍ଦ ଓ ମିଶ୍ରଣ ପରେ ଏବେ ମୋଟ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୫୦,୫୨୬ ।
ରିପୋର୍ଟରେ ପ୍ରକାଶ, ଏହା ଭିତରୁ ୪୦,୯୫୫ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ। ଅର୍ଥାତ୍‌ ଦୀର୍ଘ ୭୬ ବର୍ଷ ଭିତରେ ଆମେ ମାତ୍ର ୯୫୬୯ ବିଦ୍ୟାଳୟକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇପାରିଛୁ। ୨୭ ପ୍ରତିଶତରୁ କମ୍‌ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ମୌଳିକ ସୁବିଧା ଯୋଗାଇବାରେ ଆମେ ସଫଳ ହୋଇଛେ। ଏଠାରେ ପଢୁଥିବା ୮୩ ପ୍ରତିଶତରୁ ଅଧିକ ପିଲାଙ୍କ ପାଇଁ ଥିବା ଶୈକ୍ଷିକ ପରିବେଶ ନିମ୍ନମାନର। ସ୍ବତନ୍ତ୍ର ଶ୍ରେଣୀ କକ୍ଷ ନାହିଁ। ଶୌଚାଳୟ ନାହିଁ। ବସିବା ପାଇଁ ଘରୁ ଚଟି ନେବାକୁ ପଡ଼େ। ପାନୀୟ ଜଳର ବ୍ୟବସ୍ଥା ନାହିଁ। ଖେଳପଡିଆ ନାହିଁ। ଶିକ୍ଷାବର୍ଷ ଅଧାଅଧି ହେଲେ କିମ୍ବା ଶେଷ ହେବାକୁ ବସିଲେ ପାଠ୍ୟପୁସ୍ତକ ମିଳେ। ଆଉ ଶିକ୍ଷକ ସଂଖ୍ୟା ନ କହିବା ଭଲ । ଆଠଟି ଶ୍ରେଣୀକୁ ଜଣେ କିମ୍ବା ଦୁଇ ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ଭଳି ଖବର ଦେହସୁହା ହୋଇଗଲାଣି। ଅନୁରୂପ ଭାବେ ରାଜ୍ୟରେ ପୂର୍ଣ୍ଣ ସରକାରୀ, ଅର୍ଦ୍ଧ ସରକାରୀ,ଆଂଶିକ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୯୪୫୪ । ଆଧୁନିକ ଶିକ୍ଷା ପଦ୍ଧତିରେ ଏହି ସବୁ ବିଦ୍ୟାଳୟ ନିମନ୍ତେ ମୌଳିକ ଆବଶ୍ୟକତା କହିଲେ ସ୍ମାର୍ଟ କ୍ଲାସ୍‌ରୁମ୍‌, କମ୍ପ୍ୟୁଟର ଲ୍ୟାବ୍‌, ବିଜ୍ଞାନାଗାର, ଇ-ଲାଇବ୍ରେରି, ସ୍ବଚ୍ଛ ପାନୀୟ ଜଳ ସହିତ ଖେଳପଡିଆ ସାଙ୍ଗକୁ ଇନ୍‌ଡୋର ଖେଳର ସୁବିଧା। ଅବଶ୍ୟ ସରକାର ତିନି ବର୍ଷ ହେଲା ଆମ ରାଜ୍ୟରେ ୫-ଟି ଜରିଆରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି ତିନି ବର୍ଷ ଭିତରେ ୪୩୯୯ଟି ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ଶ୍ରେଣୀ କକ୍ଷ, ବିଜ୍ଞାନାଗାର, ପାଠାଗାର, କମ୍ପ୍ୟୁଟର ଲ୍ୟାବ୍‌ ହୋଇଛି। ପାନୀୟଜଳର ବ୍ୟବସ୍ଥା କରାଯାଇଛି। ଏହି ଧାରାରେ କାର୍ଯ୍ୟ ହେଲେ ଆହୁରି ତିନି ଚାରି ବର୍ଷ ଲାଗିବ କେବଳ ଉଚ୍ଚ ବିଦ୍ୟାଳୟଗୁଡିକରେ ଅଧ୍ୟୟନ କରୁଥିବା ପିଲାଙ୍କୁ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ମୌଳିକ ସୁବିଧା ଯୋଗାଇବାକୁ। ଗୋଟିଏ କଥାରେ କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ପ୍ରାଥମିକ ଶିକ୍ଷା। ଅଭାବ ଓ ଅବହେଳା ଭିତରେ ପେଷି ହେଉଛି ମାଧ୍ୟମିକ ଶିକ୍ଷା। ଧନତନ୍ତ୍ରର କବ୍‌ଜାରେ ଉଚ୍ଚଶିକ୍ଷା।
ପ୍ରାଥମିକ ଶିକ୍ଷା ଉପରେ ମାଧ୍ୟମିକ ଶିକ୍ଷା ଯେମିତି ସମ୍ପୂର୍ଣ୍ଣ ନିର୍ଭରଶୀଳ ସେମିତି ମାଧ୍ୟମିକ ସ୍ତରୀୟ ଗୁଣାତ୍ମକ ଶିକ୍ଷା ବିନା ଉଚ୍ଚଶିକ୍ଷାର ଦ୍ୱାର ରୁଦ୍ଧ। ସେଥିପାଇଁ କିଛି ଲୋକ ଅଭିଯୋଗ କରନ୍ତି, ପ୍ରାଥମିକ ଶିକ୍ଷାକୁ ଲଙ୍ଗଳା ରଖି ମାଧ୍ୟମିକ ଶିକ୍ଷାକୁ ଚକାଚକ କରିବାର ବ୍ୟବସ୍ଥା ଭିକ୍ଷୁକକୁ କୋଟ୍‌ ଦାନ ସହିତ ସମାନ। ତଥାପି ଆମ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ବିଧାନସଭାରେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ବାବଦରେ ଯେଉଁ ବିବୃତି ରଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ୍ୟ ହେଉ ବୋଲି ଆମେ ଆଶା କରିବା। ସମାନ ସୁବିଧା ସୁଯୋଗ ଭିତର ଦେଇ ଶୈଶବ ଓ କୈଶୋର ଗଢ଼ାହେଲେ ମଣିଷର ପରବର୍ତ୍ତୀ ଅବସ୍ଥାରେ ସୁଖ, ଶାନ୍ତି, ସମୃଦ୍ଧି ବିରାଜିତ ହୁଏ-ଏହି ନିରାଟ ସତ୍ୟକୁ ସରକାର ଓ ପ୍ରଶାସନ ହୃଦୟଙ୍ଗମ କଲେ ଅବସ୍ଥାରେ ସୁଧାର ଆସିବ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?