ଜିଲାପାଳଙ୍କ ସାକ୍ଷାତକାର ନେଲେ ଶିଶୁ ଖବରଦାତା, ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ସୋମବାର ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ପଦ୍ମପୁର ଉପଜିଲାପାଳ ଅରୁଗୁଳା ସ୍ନେହା, ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ ଏବଂ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଉପସ୍ଥିତ ଥିଲେ। ଉକ୍ତ ପରିଦର୍ଶନ ସମୟରେ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମରେ ଶିକ୍ଷା ପାଇଁ କରାଯାଇଥିବା ଉଦ୍ୟମଗୁଡ଼ିକୁ ଜିଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ଜିଲାପାଳ ଗୋୟଲ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ୱାଇଫାଇ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଅଭିଭାବକମାନେ ସ୍କୁଲର ପାଠପଢ଼ା ଦେଖିପାରୁଥିବା ଜାଣି ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ସିଆରସିସିଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାପରେ ସ୍ବଚ୍ଛତା ଏବଂ ସାବୁନରେ ହାତଧୁଆ ପ୍ରତିଦିନ ସୁନିଶ୍ଚିତ କରିବା ପାଇଁ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ସାବୁନ ବ୍ୟାଙ୍କକୁ କାର୍ଯ୍ୟକ୍ଷମ କରାଯାଇଥିବା ଜାଣି ଖୁସି ଅନୁଭବ କରିବା ସହ ଏହି ପଦକ୍ଷେପକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଏହାଛଡ଼ା ପ୍ରତ୍ୟେକ ବିଦ୍ୟାଳୟରେ ବିଗତ ତିନିବର୍ଷ ହେଲା ଶିଶୁ ଖବରଦାତା ସୃଷ୍ଟି ତଥା ସେମାନଙ୍କ ବ୍ୟକ୍ତିଗତ ବିକାଶ ପାଇଁ ସିଆରସିସି ନେଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ସ୍କୁଲର ଶିଶୁ ଖବରଦାତା ସାକ୍ଷୀ ସାହୁ ବରଗଡ଼ ଜିଲାପାଳଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ, ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିଲ। ଜିଲାପାଳ ଶିଶୁ ଖବରଦାତାଙ୍କୁ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ , ସାକ୍ଷୀ ଏହାର ଉତ୍ତର ଦେଇ ବଡ଼ ହେଲେ ସେ ଖବରଦାତା ହେବି ବୋଲି ଜିଲାପାଳଙ୍କୁ କହିଥିଲେ। ଉକ୍ତ ଉତ୍ତର ଶୁଣି ଆଶୀର୍ବାଦ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା । ଉକ୍ତ ପୁରସ୍କାର ରାଶିକୁ ବ୍ୟବହାର କରି ବିଦ୍ୟାଳୟରେ ସିଆରସିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ପ୍ରଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ସହଯୋଗରେ ସିସିଟିଭି, ୱାଇଫାଇ ଇଣ୍ଟରନେଟ, ପିଲାମାନଙ୍କ ବସିବା ପାଇଁ ଆସବାବପତ୍ର କିଣା ଯାଇଥିଲା।ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭା ତଥା ଶିକ୍ଷକ ଅଭାବ ସତ୍ତ୍ୱେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ, ଶିକ୍ଷକ ରିଙ୍କୁ ମାହାମଲ୍ଲିକ ଏବଂ ଶିକ୍ଷୟିତ୍ରୀ ସବିତା ଧାରୁଆଙ୍କ ସକ୍ରିୟ ସହଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?