ଶିଶୁ ପୁଷ୍ଟିହୀନତା

ଭାରତରେ ଏକତୃତୀୟାଂଶ ଶିଶୁଙ୍କର ପୁଷ୍ଟିହୀନତା ସମସ୍ୟା ଥିବାବେଳେ ରାଜ୍ୟ ସଭା ମାତୃତ୍ୱ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଥିବାରୁ ସନ୍ତାନ ଜନ୍ମ ପାଇଁ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ପୂର୍ବର ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳିବା ଖୁସିର କଥା। ଏହି ପଦକ୍ଷେପର ଲକ୍ଷ୍ୟ ହେଲା ଶିଶୁମାନଙ୍କୁ ଅଧିକ ଦିନ ମା’ କ୍ଷୀର ଦେବା ଓ ସେମାନଙ୍କର ପୁଷ୍ଟିହୀନତା ଦୂର କରିବା। ପ୍ରକୃତି ଦେଇଥିବା ସୁବିଧା ଅନୁସାରେ ଜନ୍ମ ପରେ ୬ ମାସ ଯାଏ ଶିଶୁ ଯଦି ମା’ କ୍ଷୀର ପାଇଲା ତେବେ ତାହା ତା’ର ଅନେକ ମୌଳିକ ଆବଶ୍ୟକତା ପୂରଣ କରିବ। ତାହା ମଧ୍ୟ ସବୁଠାରୁ ସହଜ ଓ ଖର୍ଚ୍ଚବିହୀନ ପଦକ୍ଷେପ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦର୍ଶାଇଛି ଯେ, ଯଦି ଦେଶରେ ପିଲାଙ୍କୁ ମା’ କ୍ଷୀର ଦେବାର ବ୍ୟବସ୍ଥା ହୋଇପାରିବ ତେବେ ଶିଶୁ ମୃତ୍ୟୁକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଏହାଦ୍ୱାରା ୫ ବର୍ଷରୁ କମ୍‌ ବୟସର ୮ ଲକ୍ଷ ଶିଶୁଙ୍କୁ ବଞ୍ଚାଯାଇପାରିବ। ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସଂକ୍ରମିତ ସମସ୍ୟା ଯୋଗୁ ଶିଶୁ ମୃତ୍ୟୁର ଯେଉଁ ଆଶଙ୍କା ରହୁଛି ତାହା ମୁଖ୍ୟତଃ ମୋଟେ ମା’ କ୍ଷୀର ପାଉ ନ ଥିବା ବା ଆଂଶିକ ଭାବେ ପାଉଥିବା ଶିଶୁଙ୍କ କ୍ଷେତ୍ରରେ ଘଟୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ଦିନ ଛୁଟି ଦେବା ଲାଗି ନେଇଥିବା ପଦକ୍ଷେପ ଆବଶ୍ୟକ ଥିଲା ବୋଲି କୁହାଯାଇପାରେ। ଅବଶ୍ୟ ତା’ ସାଙ୍ଗକୁ ଆଧୁନିକ ସମାଜରେ ମା’ କ୍ଷୀର ଦେବା ପରମ୍ପରାକୁ ଅନେକ କ୍ଷେତ୍ରରେ ଯେପରି ନିରୁତ୍ସାହିତ କରାଯାଉଛି ତାହା ମଧ୍ୟ ବଦଳିବା ଦରକାର। ମା’ମାନେ ସ୍ବତପ୍ରବୃତ ଭାବେ ନିଜ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। କେନ୍ଦ୍ର ସରକାର ମା’ମାନଙ୍କ ପାଇଁ ଅଧିକ ଦିନ ଛୁଟିର ବ୍ୟବସ୍ଥା କରିବା ଶିଶୁ କଲ୍ୟାଣ ଦୃଷ୍ଟିରୁ ଯେପରି ସ୍ବାଗତଯୋଗ୍ୟ ସେହି ବିଚାର ପିତୃତ୍ୱ ଲାଭ କରୁଥିବା ପୁରୁଷଙ୍କ ପାଇଁ ବି ଆବଶ୍ୟକ ହେଲାଣି।
ଆଧୁନିକ ସମାଜରେ ଏହାର ଯଥାର୍ଥତା ବେଶି। କିନ୍ତୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପିତୃତ୍ୱ ଛୁଟିର ସମୟ ମାତ୍ର ୨ ସପ୍ତାହ। ଘରୋଇ ଉଦ୍ୟୋଗ ପାଇଁ ଏପରି ବ୍ୟବସ୍ଥା ନାହିଁ। ଅବଶ୍ୟ ଭାରତରେ ଅନେକ କମ୍ପାନୀ ପିତୃତ୍ୱ ଛୁଟି ଓ ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଛୁଟିର ବ୍ୟବସ୍ଥା କଲେଣି। ମର୍କର ବିଶ୍ୱ ପିତୃତ୍ୱ ଛୁଟି ରିପୋର୍ଟ ୨୦୧୬ ଅନୁସାରେ, ପୃଥିବୀରେ ୩୮ ପ୍ରତିଶତ କମ୍ପାନୀ ସର୍ବନିମ୍ନ ପିତୃତ୍ୱ ଛୁଟିସୀମାଠାରୁ ଅଧିକ ଛୁଟି ପିତାଙ୍କୁ ଦେଉଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏପରି ଛୁଟି ୪୧ ପ୍ରତିଶତ କମ୍ପାନୀ ଦେଉଛନ୍ତି। ପିତୃତ୍ୱ ଛୁଟିକୁ ଗୁରୁତ୍ୱ ଦେଉଥିବା ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଭାରତ, ଯେଉଁଠାରେ ଗତ କିଛିବର୍ଷରେ କମ୍ପାନୀଗୁଡ଼ିକରେ ଏହି ଛୁଟିର ଗୁରୁତ୍ୱ ବଢ଼ିଛି। ଅବଶ୍ୟ ଏଥିପାଇଁ ବେଶିଦିନ ଛୁଟି ମିଳୁନାହିଁ। ଯୁକ୍ତି ହେଉଛି, ମାତୃତ୍ୱ ଛୁଟି ସାଙ୍ଗକୁ ପିଲାର ବାପାଙ୍କୁ ମା’ ପରି ନ ହେଲେ ବି ଅଧିକ ଦିନ ଛୁଟି ଦିଆଯିବା ଉଚିତ। ଭାରତୀୟ ସମାଜ ବ୍ୟବସ୍ଥାରେ ବେଶ୍‌ ପରିବର୍ତ୍ତନ ହେଲାଣି। ଯୌଥ ପରିବାର ବଦଳରେ ଏକକ ପରିବାରର ବ୍ୟବସ୍ଥା ବଢ଼ିଲାଣି। ସହରାଞ୍ଚଳ ଅର୍ଥ ସ୍ବାମୀ, ସ୍ତ୍ରୀ ଓ ପିଲା। ସହରାଞ୍ଚଳରେ ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ରୋଜଗାର କରିବା ଆବଶ୍ୟକ ହେଉଛି। ତାହା ମଧ୍ୟ ଯଥାର୍ଥ। ଏପରି ପରିବାରଗୁଡ଼ିକରେ ପୁରୁଷମାନେ ବି ଘରର ଅନେକ ଦାୟିତ୍ୱ ତୁଲାଉଛନ୍ତି। ଯେଉଁ ଏକକ ପରିବାରଗୁଡ଼ିକରେ ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ସାହାଯ୍ୟ କରିବା ଲାଗି କେହି ନାହାନ୍ତି ସେଠାରେ ପିତୃତ୍ୱ ଛୁଟିର ଆବଶ୍ୟକତା ଅଧିକ। ମା’ ପାଇଁ ୬ ମାସ ଛୁଟିର ବ୍ୟବସ୍ଥା ଯଦି କରାଯାଉଛି ତେବେ ତା’ ସାଙ୍ଗକୁ ପିତୃତ୍ୱ ଛୁଟି ବି ୩ ମାସ ପାଇଁ ଦିଆଯାଇପାରେ। ଏବେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହାଦ୍ୱାରା ମା’ ତା’ର ପିଲାକୁ ଅଧିକ ଦିନ ନିଜ କ୍ଷୀର ଦେବାର ଆବଶ୍ୟକତାକୁ ପୂରଣ କରିବ। କିନ୍ତୁ ଶିଶୁ ଜନ୍ମ ପରେ ଉଭୟ ମା’ ଓ ପିଲା ପାଇଁ ବେଳେ ବେଳେ ଯେଉଁ ସମସ୍ୟା ଉପୁଜେ ସେଥିଲାଗି ଅଧିକ ଦିନ ପିତୃତ୍ୱ ଛୁଟିର ଆବଶ୍ୟକତା ରହିଛି। ପିତୃତ୍ୱ ଛୁଟି ଦିଆଗଲେ ନିଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବି ହ୍ରାସ ପାଇବ। ପିତୃତ୍ୱ ଛୁଟି ରହିଲେ ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ତାରତମ୍ୟ କମିବ। ସନ୍ତାନ ଉଭୟ ମାତାପିତାଙ୍କର ଜୈବିକ ପ୍ରତିନିଧିତ୍ୱ କରୁଥିବାବେଳେ ଦୁହେଁ ତା’ର ଲାଳନପାଳନରେ ମୂଳରୁ ଭାଗୀଦାର ହେବା ଉଚିତ ନୁହେଁ କି?

  • ଡା. ଶୁଭଶ୍ରୀ ମିଶ୍ର
    ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ମୋ:୯୮୬୧୪୬୩୪୦୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?