Posted inଜାତୀୟ

ଉଦୟପୁର ଘୋଷଣାନାମା କାର୍ଯ୍ୟକାରୀ କରିବି: ଖାର୍ଗେ

ନୂଆଦିଲ୍ଲୀ/ଭୋପାଳ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳରେ ଉଦୟପୁର ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରାଇବା ତାଙ୍କର ପ୍ରାଥମିକ ଦାୟିତ୍ୱ ହେବ ବୋଲି ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ସେହିପରି ଅନ୍ୟତମ ପ୍ରାର୍ଥୀ ଶଶୀ ଥରୁର କହିଛନ୍ତି, ସେ ଏଆଇସିସି ଅଧ୍ୟକ୍ଷ ହେଲେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଏବଂ ସଂସଦୀୟ ବୋର୍ଡରେ ପରିବର୍ତ୍ତନ ଆଣିବେ।
ଖାର୍ଗେ ନିଜ ସପକ୍ଷରେ ପ୍ରଚାର ଲାଗି ଭୋପାଳରେ ପହଞ୍ଚତ୍ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି। ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରାଜସ୍ଥାନ ଉଦୟପୁରରେ ହୋଇଥିବା କଂଗ୍ରେସ ସମ୍ମିଳନୀରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଯେଉଁ ଘୋଷଣା କରାଯାଇଥିଲା, ତାହା ଚୂଡ଼ାନ୍ତ ଏବଂ ସମୟର ଆବଶ୍ୟକତା। ଦଳର ନେତାମାନେ ତାଙ୍କୁ ସାମୂହିକ ଭାବେ ପ୍ରାର୍ଥୀ କରିଥିବା ଖାର୍ଗେ କହିଛନ୍ତି।

ଏହି ଅବସରରେ ସେ ଭାଜପାକୁ ସମାଲୋଚନା କରି କହିଥିଲେ, ଗତ କିଛିବର୍ଷ ମଧ୍ୟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ସଂସ୍ଥାକୁ ଧ୍ୱଂସ କରିସାରିଲାଣି। ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ବିପଦରେ ପଡ଼ିଥିବା ସେ କହିଛନ୍ତି। ଗାନ୍ଧୀ ପରିବାରରୁ କେହି ଦଳର ମଙ୍ଗ ଧରିବାକୁ ରାଜି ନ ହେବାରୁ ସେ ପ୍ରାର୍ଥୀ ହୋଇଛନ୍ତି। ତେବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦଳର ପ୍ରମୁଖ ନେତା ହୋଇ ରହିବେ ବୋଲି ଖାର୍ଗେ କହିଛନ୍ତି।

ଅନ୍ୟତମ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଥରୁର ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ କହିଛନ୍ତି, ସେ ଦଳୀୟ ସମ୍ବିଧାନକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରାଇବେ। ଫଳରେ ୨୫ ବର୍ଷ ହେଲା ନିଷ୍କ୍ରିୟ ରହିଥିବା ଦଳର ସଂସଦୀୟ ବୋର୍ଡକୁ ପୁନର୍ଜୀବିତ କରିବା ସହ ସିଡବ୍ଲ୍ୟୁସି ନିର୍ବାଚନ କରାଇବେ ବୋଲି ଥରୁର କହିଛନ୍ତି। ଦଳରେ କ୍ଷମତା ବିକେନ୍ଦ୍ରୀକରଣ ହେବା ସହ ତୃଣମୂଳ ସ୍ତରର ନେତାଙ୍କୁ ପ୍ରକୃତ କ୍ଷମତା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଉଦୟପୁର ଚିନ୍ତନ ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?