ଚାଇଲ୍ଡ ଲାଇନ୍‌ର ତଦନ୍ତ, ବାପାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୯।୭(ବ୍ୟୁରୋ):୭ ବର୍ଷର ଝିଅ ପ୍ରତି ବାପା ଓ ସାବତ ମା’ର ଅକଥନୀୟ ନିର୍ଯାତନା ଘଟଣାରେ ଚାଇଲ୍ଡ ଲାଇନ୍‌ ହସ୍ତକ୍ଷେପ କରିଛି। ଗୁରୁବାର ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଥିବା ପୀଡିତା ଶିଶୁ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାରୁ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ଡିସିପି, ଓଏସ୍‌ସିପିସିଆର, ଖୋର୍ଦ୍ଧା ସିଡବ୍ଲ୍ୟୁସି ଓ ଡିସିପିଓଙ୍କୁ ଲେଖାଯାଇଛି। ସେପଟେ ଚିକିତ୍ସିତ ହେଉଥିବା ଶିଶୁଟିର ଆବଶ୍ୟକ ଯତ୍ନ ନିଆଯାଉଛି ବୋଲି ଚାଇଲ୍ଡ ଲାଇନ୍‌ ଲେଖିଥିବା ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି। ଅନ୍ୟପକ୍ଷରେ ନିର୍ଯାତନା ଦେଇଥିବା ବାପା ବାଲିପାଟଣା ବାରହଳର ବିଲାଲ ଖାନ୍‌ଙ୍କ ବିରୋଧରେ ପୀଡିତା ଶିଶୁଙ୍କ ଅଜା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୧୩ରେ ବିଲାଲ ପିପିଲି ଅଞ୍ଚଳର ରିଜୱାନା ପରଓ୍ବିନ୍‌ଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ମନୋମାଳିନ୍ୟ ହେବାରୁ ୨୦୨୦ରେ ସେମାନଙ୍କ ବିଚ୍ଛେଦ ହୋଇଥିଲା। ରାଜଓ୍ବାନା ଜନ୍ମଦେଇଥିବା ଝିଅଟିକୁ ବିଲାଲ ନିଜ ପାଖରେ ରଖିଥିଲେ। ଏହାର କିଛିଦିନ ପରେ ବିଲାଲ ଅନ୍ୟଜଣଙ୍କୁ ବିବାହ କରିଥିଲେ। ତେବେ ସାବତ ମା’ ଆସିବା ପରେ ଶିଶୁଟି ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ପ୍ରତିଦିନ ଶିଶୁଟିକୁ ଉଭୟ ବାପା ଓ ସାବତ ମା’ ମାଡ଼ ମାରୁଥିଲେ। ଦିନରାତି ବାରଣ୍ଡାରେ ଏକ ଚେନ୍‌ରେ ବାନ୍ଧି ରଖୁଥିଲେ। କେତେବେଳେ ଶିଶୁଟିର କଅଁଳ ହାତ ଆଙ୍ଗୁଠିକୁ ଗରମ ପାଣିରେ ବୁଡ଼ାଉଥିଲେ ତ କେତେବେଳ ତାଙ୍କ ପେଟ ଉପରେ ଛିଡା ହୋଇଯାଉଥିଲେ। ଦୀର୍ଘ ବର୍ଷେରୁ ଅଧିକ ଦିନ ଧରି ତାଙ୍କୁ କେବଳ ଭାତ ଓ ଲୁଣ ଖାଇବାକୁ ଦେଉଥିଲେ। ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶିଶୁକନ୍ୟାଟି ରୋଗଣା ହୋଇପଡିବା ସହ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଟିଟିଲାଗଡ଼-ରାୟପୁର ଦୋହରୀକରଣ ପ୍ରକଳ୍ପର ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ମଧ୍ୟରେ ୨୫ କି.ମି. କାର୍ଯ୍ୟ ଗତ ୯ ତାରିଖରୁ ଶେଷ ହେବା ପରେ ଏବେ କାର୍ଯ୍ୟକ୍ଷମ ହୋଇଛି।...

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା, ସ୍ବାମୀ ଗିରଫ

ରାସୋଳ,୨୨।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ...

CORONAVIRUS UPDATE: ଆଜି ୨୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧,୫୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୭(ବ୍ୟୁରୋ) : ଶୁକ୍ରବାର ୨୮ଟି ଜିଲାରୁ ସର୍ବାଧିକ ୧,୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୨୨,୬୯୩କୁ ବୃଦ୍ଧି...

ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେଉଛି। କରୋନା କଟକଣା ମଧ୍ୟରେ ଏହି ଯାତ୍ରା ଶୃଙ୍ଖଳିତ ଭାବେ କରାଯାଉଥିବାରୁ ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି...

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ...

ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କଣ୍ଟାକ୍ଟ ୨୯୮

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି।...

ଗଢ଼ାହେବ ୩ ୟୁନିଟ୍‌ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ...

ସ୍ବାସ୍ଥ୍ୟକେନ୍ଦ୍ରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖ

ଭୁବନେଶ୍ବର,୨୪ା୯(ବ୍ୟୁରୋ): ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶୃଙ୍ଖଳା, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ନିର୍ଯାତନା ଓ ଶାରୀରିକ ଆଘାତ ଦେଉଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି।...

Advertisement
Archives

Model This Week