ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ ଜାଣିରଖନ୍ତୁ…

ପିଲାଙ୍କୁ କୌଣସି ସମୟରେ ବି ନ ରାଗିବା ପାଇଁ ବୁଝାନ୍ତୁ। ରାଗିବା ଫଳରେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଖରାପ ହେବ ବୋଲି ବୁଝାନ୍ତୁ।
ଆବଶ୍ୟକ ହେଲେ ପିଲାଙ୍କ ଚିନ୍ତା ଦୂର କରିବା ପାଇଁ ନିଜେ ଚେଷ୍ଟା କରନ୍ତୁ।
ପିଲାଙ୍କ ପ୍ରତି ନିଜର ସହାନୁଭୂତି ବଢାନ୍ତୁ। ନିଜେ ନିଜ ଉପରେ ନିୟନ୍ତ୍ରଣ ରଖି ପିଲାଙ୍କ ସହିଷ୍ଣୁତା ଓ ସହାନୁଭୂତି ଆଦି ଗୁଣର ବିକାଶ କରାନ୍ତୁ।
ସବୁ ସମସ୍ୟା ସଙ୍ଗେ ସଙ୍ଗେ ସମାଧାନ ହୋଇଯାଏ। ତେଣୁ ଧୈର୍ଯ୍ୟର ସହିତ ସବୁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।
ପିଲାକୁ କେଉଁ କେଉଁ ସମୟରେ ଓ କଥାରେ କ୍ରୋଧ ଆସୁଛି ଲକ୍ଷ୍ୟ କରନ୍ତୁ। ପରେ ପିଲାକୁ ସେହି ସବୁ ସମୟର ଉଦାହରଣ ଦେଇ ପରିବର୍ତ୍ତନ ପାଇଁ ବୁଝାନ୍ତୁ।
ପିଲାଙ୍କୁ ଧ୍ୟାନ, ଯୋଗାସନ ଆଦି ବିଭିନ୍ନ କାମ ମାଧ୍ୟମରେ ସକାରାତ୍ମକ ଗୁଣ ବଢାଇବାକୁ ପ୍ରୟାସ କରନ୍ତୁ।
ପିଲାଙ୍କୁ କିଛି ଘର କାମରେ ସାମିଲ କରନ୍ତୁ। ଫଳରେ ସେମାନଙ୍କ ସମୟ ଅତିବାହିତ ହେବା ସହିତ ଅବସାଦ କମ୍‌ ହେବ। ଏହା ସହିତ ସେମାନଙ୍କୁ ଅଧିକ ସ୍ନେହ କରନ୍ତୁ ଏବଂ ସେମାନଙ୍କ କାମର ପ୍ରଶଂସା ବି କରନ୍ତୁ।
ପିଲାଙ୍କୁ ପାଠ ବ୍ୟତୀତ ରଚନା, କବିତା, ଗପ ଆଦି ଲେଖିବା, ପେଣ୍ଟିଂ କରିବା ଭଳି କାମ କରିବା ପ୍ରତି ଆକୃଷ୍ଟ କରାନ୍ତୁ। ସେମାନଙ୍କୁ ଚିନ୍ତା ମୁକ୍ତ କରିବାରେ ସାହାଯ୍ୟ କରିବ।
ସବୁଠୁ ବଡ଼ କଥା ହେଉଛି ପରିବାରରେ ଅଭିଭାବକମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣି ପିଲାଙ୍କ ସହ ଭଲଭାବେ ମିଶନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

‘ଭାରତ-ବାଂଲାଦେଶ ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ’ – ତାରିକ ରହମାନ ମନ୍ତ୍ରୀଙ୍କ ବଡ଼ ବୟାନ

ଢାକା,୧୭।୫: ବାଂଲାଦେଶର ଶାସକ ଦଳ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP), ଏବେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କର ଭବିଷ୍ୟତକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିନାମା ନବୀକରଣ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri